କୋଭିଡ୍ ପାଇଁ ମାଲାମାଲ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଥାରେ ଅଛି କାହାର ପୁଷମାସ ତ ଆଉ କାହାର ସର୍ବନାଶ। ଅର୍ଥାତ୍ କରୋନାରେ ନିଜ ଆତ୍ମୀୟଙ୍କୁ ହରାଇଥିବା ଲୋକ ସର୍ବନାଶ ହୋଇଗଲେ, କିନ୍ତୁ ତାଙ୍କୁ ଚିକିତ୍ସା କରି ମାଲାମାଲ ହୋଇଗଲେ ଅନେକ ଘରୋଇ ହସ୍ପିଟାଲ। ଏମିତିକି ଜଣେ ଲେଖାଏ ରୋଗୀଙ୍କ ଚିକିତ୍ସା ବାବାଦରେ ଘରୋଇ ହସ୍ପିଟାଲ ସରକାରଙ୍କ ଠାରୁ ହାରାହାରି ୫ ଲକ୍ଷ ୧୮ ହଜାର ଟଙ୍କା ନେଇଛନ୍ତି। ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଲିଖିତ ଉତ୍ତରରୁ ଏହା ଜଣାପଡିଛି। ରାଉରକେଲାର ଜୟପ୍ରକାଶ […]

covid-19

covid-19

Ordigital Desk
  • Published: Friday, 17 December 2021
  • Updated: 17 December 2021, 08:42 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଥାରେ ଅଛି କାହାର ପୁଷମାସ ତ ଆଉ କାହାର ସର୍ବନାଶ। ଅର୍ଥାତ୍ କରୋନାରେ ନିଜ ଆତ୍ମୀୟଙ୍କୁ ହରାଇଥିବା ଲୋକ ସର୍ବନାଶ ହୋଇଗଲେ, କିନ୍ତୁ ତାଙ୍କୁ ଚିକିତ୍ସା କରି ମାଲାମାଲ ହୋଇଗଲେ ଅନେକ ଘରୋଇ ହସ୍ପିଟାଲ। ଏମିତିକି ଜଣେ ଲେଖାଏ ରୋଗୀଙ୍କ ଚିକିତ୍ସା ବାବାଦରେ ଘରୋଇ ହସ୍ପିଟାଲ ସରକାରଙ୍କ ଠାରୁ ହାରାହାରି ୫ ଲକ୍ଷ ୧୮ ହଜାର ଟଙ୍କା ନେଇଛନ୍ତି। ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଲିଖିତ ଉତ୍ତରରୁ ଏହା ଜଣାପଡିଛି। ରାଉରକେଲାର ଜୟପ୍ରକାଶ ହସ୍ପିଟାଲ ମାତ୍ର ୧୪୯୦ ରୋଗୀଙ୍କ ଚିକିତ୍ସା ପାଇଁ ମୋଟ୍ ୭୭ କୋଟି ୩୨ ଲକ୍ଷ ୬୪ ହଜାର ଟଙ୍କା ନେଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ଜଣାପଡ଼ିଛି। ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାକୟଙ୍କ କୋଭିଡ ହସ୍ପିଟାଲ ସମ୍ଭନ୍ଧୀୟ ଲିଖିତ ପ୍ରଶ୍ନର ଉତ୍ତରରେ ଏମିତି କିଛି ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

ଘରୋଇ ଅନୁଷ୍ଠାନ ଭାବେ ସମ୍ ହସ୍ପିଟାଲରେ ସବୁ ଠାରୁ ଅଧିକ ରୋଗୀ ଅର୍ଥାତ୍ ୯ ହଜାର ୧୨୦ ଜଣ କୋଭିଡ ରୋଗୀ ଚିକିତ୍ସିତ ହୋଇ ସାରିଛନ୍ତି। ଯେଉଁଥି ପାଇଁ ସରକାରୀ ତହବିଲରୁ ଏକାକୀ ସମକୁ ଦିଆଯାଇଛି ୧୧୩ କୋଟି ୭୦ଲକ୍ଷ ୮ ହଜାର ଟଙ୍କା ଏବଂ ଭୁବନେଶ୍ୱର କିମ୍ସ ହସ୍ପିଟାଲରେ ୬ ହଜାର ୩ ଜଣ ରୋଗୀ ଚିକିତ୍ସିତ ହୋଇଥିବା ବେଳେ, ସରକାରଙ୍କ ଠାରୁ ସେ ନେଇଛି ମୋଟ୍ ୫୮ କୋଟି,୯୯ ଲକ୍ଷ ୩୧ ହଜାର ଟଙ୍କା। କିନ୍ତୁ ରୋଗୀ ପିଛି ଖର୍ଚ୍ଚରେ ଏମାନଙ୍କୁ ପଛରେ ପକାଇ ଦେଇଛି କଟକର ମିଡିଆର ହସ୍ପିଟାଲ। ମାତ୍ର ୮୦ ରୋଗୀଙ୍କ କୋଭିଡ ଚିକିତ୍ସା ପାଇଁ ସେ ସରକାରଙ୍କ ଠାରୁ ନେଇଛି ୨ କୋଟି ୪୫ ଲକ୍ଷ ଟଙ୍କା। ସେହିପରି ବରଗଡ଼ର ଏମସିଏଚ ବଲ୍ଡିଂକୁ ହସ୍ପିଟାଲ କରି ୭୦୪ ଜଣ ରୋଗୀଙ୍କ ଚିକିତ୍ସା ପାଇଁ ୧୮କୋଟି ୫୨ ଲକ୍ଷ ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ ହୋଇଛି।

କୋଭିଡ ଚିକିତ୍ସା ଆଳରେ କୋଟି କୋଟି ବାଟମଣା ହୋଇଥିବା ନେଇ ଘରୋଇ ହସ୍ପିଟାଲ ବିରୋଧରେ ବର୍ଷିଛନ୍ତି ରାଉରକେଲାର ବୁଦ୍ଧିଜୀବୀଦୁର୍ଗା ତନ୍ତୀ ।ସେ କହିଛନ୍ତି, "କିଛି ଅସାଧୁ ବ୍ୟକ୍ତି, କିଛି ଅସାଧୁ ସଂସ୍ଥା ଲୋକଙ୍କୁ ଠକି ସରକାରଙ୍କ ଠାରୁ ପଇସା ହରିଲୁଟ କରିବାରେ ଲାଗିଛନ୍ତି। ମୁଁ ସ୍ଥାନୀୟ ଜିଲ୍ଲାପାଳ ଓ ସରକାରଙ୍କୁ ଅନୁରୋଧ କରିବି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ପାଇଁ। ସରକାଙ୍କର ଯଦି ସହଯୋଗ ନ ରହିବ, ଏହି ସଂସ୍ଥା ଗୁଡିକ ଏପରି ହରିଲୁଟ କରି ପାରିବେ ନାହିଁ। ତେଣୁ ସରକାର ମଧ୍ୟ ସମାନ୍ତରାଳୟ ଭାବେ ଦୋଷୀ।" ସେପଟେ ରାଉରକେଲା ଓକିଲ ସଂଘ ସଭାପତି ରମେଶ ବଳ କହିଛନ୍ତି, "କୋଭିଡ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଯାହାର କିଛି ହିସାବ ନାହିଁ। ଏ ସବୁ ଲୋକଙ୍କ ପଇସା, ତେଣୁ ଏହାର ପ୍ରକୃତ ଅଡିଟ୍ ହେବାର ଆବଶ୍ୟକତା ରହିଛି।"

ଗତ ୨ ବର୍ଷରେ ରାଜ୍ୟ ସରକାର ଅଧ୍ୟାବଧି କୋଭିଡରେ ୭ ଲକ୍ଷ ୮୫ ହଜାର ରୋଗୀଙ୍କ ମାଗଣା ଚିକିତ୍ସାରେ ମୋଟ୍ ୯୧୫ କୋଟି ୮୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହା ମଧ୍ୟରେ ଏକାକି କଟକ ଏସସିବି ମେଡିକାଲରେ ଚିକିତ୍ସିତ ହୋଇଛନ୍ତି ୬୬ ହଜାରରୁ ଉର୍ଦ୍ଧ ରୋଗୀ। ଯେଉଁଠି ହାରାହାରି ୧ ହଜାର ଟଙ୍କା ମଧ୍ୟ ଖର୍ଚ୍ଚ ହୋଇନଥିବା ବିଧାନସଭା ଉତ୍ତରରେ ଉଲ୍ଲେଖ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ରାଜ୍ୟ ସରକାରାଙ୍କ ଘରୋଇ ହସ୍ପିଟାଲ ପ୍ରିତି ଓ ଦୂର ଦୃଷ୍ଟିହୀନତାକୁ ନେଇ କଡା ସାମଲୋଚନା କରିଛି ବିଜେପି। ଦଳର ମୁଖ୍ୟସଚେତକ ମୋହନ ମାଝୀ କହିଛନ୍ତି, “ଏଥିରେ ରାଜ୍ୟ ସରକାରଙ୍କ ଗୋଟିଏ ବଡ଼ ସଲାସୁତୁରା ଅଛି। ଆମ ସରକାରଙ୍କର ଓ ପ୍ରଶାସନର ଦୂରଦୃଷ୍ଟି ନାହିଁ। ତୃତୀୟ ଲହର ଆସିଲେ ସରକାର କେମିତି ମୁକାବିଲା କରିବେ ସେ ନେଇ ସରକାର ସଂପୂର୍ଣ୍ଣ ଉଦାସୀନ।" ଏପଟେ ସରକାରୀସ୍ତରରେ ଭିତ୍ତିଭୂମି ସୃଦୁଢ଼ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ପୂର୍ବତନ ଓମସା ସଭାପତି ଡାକ୍ତର ମଧୁସୂଦନ ମିଶ୍ର। କାରଣ ଏହା ପରେ ଯେ ଆଉ କରୋନା ଆସିବ ନାହିଁ କି କୌଣସି ମହାମାରୀ ହେବ ନାହିଁ, କେହି କହିପାରିବେ ନାହିଁ। ସରକାରୀସ୍ତରରେ ଚିକିତ୍ସା ହେଲେ, ସରକାର ହିଁ ଦାୟୀ ରହିବେ।"

ରାଜ୍ୟର କେଉଁ ଘରୋଇ ହସ୍ପିଟାଲକୁ ସମର୍ପିତ ଅର୍ଥାତ୍ ଡେଡିକେଟେଡ୍ କୋଭିଡ ହସ୍ପିଟାଲ କରାଯିବ, ତାହା ସରକାରଙ୍କ ଇଛାଧୀନ ବ୍ୟାପର । ଏପରିକି ସେହି ସାମନ ରୋଗ ଓ ସମାନ ଚିକିତ୍ସା ପାଇଁ କାହାକୁ କେତେ ଅର୍ଥ ଦିଆଯିବ, ତାହା ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦାରଣ କରୁଛି। ଜନସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ୧୦ ଦିନ ପାଇଁ ମେଡିସିନ୍ ସହ ପ୍ରତି ଅକ୍ସିଜେନ ଓ ନନ୍ ଅକ୍ସିଜେନ୍ ବେଡ ପାଇଁ ହାରାହାରି ଏକ ଲକ୍ଷ ୧୭ ହଜାର ଟଙ୍କା ନିର୍ଦ୍ଦାରଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story