‘ରାଜ୍ୟରେ ୯୭% ଆକ୍ରାନ୍ତଙ୍କର ଦରକାର ପଡୁନି ହସ୍ପିଟାଲ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆଖି ପିଛୁଳାକେ ମାଡ଼ି ଚାଲିଛି କରୋନା। ବେକାବୁ ହେବାରେ ଲାଗିଛି ସ୍ଥିତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୦୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ  ଓଡିଶାରେ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୭%ଙ୍କର ହସ୍ପିଟାଲାଇଜେସନର ଆବଶ୍ୟକତା ନାହିଁ । ରାଜ୍ୟର କୋଭିଡ ସ୍ଥିତିର ସମୀକ୍ଷା କରି ଏପରି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । କରୋନା ସ୍ଥିତି ମୁକାବିଲା ନେଇ ରାଜ୍ୟର ମେଡିକାଲ ଭିତ୍ତିଭୂମି ଉପରେ ମଧ୍ୟ ତଥ୍ୟ […]

cs

Niharika Rout
  • Published: Tuesday, 11 January 2022
  • , Updated: 11 January 2022, 01:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆଖି ପିଛୁଳାକେ ମାଡ଼ି ଚାଲିଛି କରୋନା। ବେକାବୁ ହେବାରେ ଲାଗିଛି ସ୍ଥିତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୦୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ  ଓଡିଶାରେ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୭%ଙ୍କର ହସ୍ପିଟାଲାଇଜେସନର ଆବଶ୍ୟକତା ନାହିଁ । ରାଜ୍ୟର କୋଭିଡ ସ୍ଥିତିର ସମୀକ୍ଷା କରି ଏପରି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

କରୋନା ସ୍ଥିତି ମୁକାବିଲା ନେଇ ରାଜ୍ୟର ମେଡିକାଲ ଭିତ୍ତିଭୂମି ଉପରେ ମଧ୍ୟ ତଥ୍ୟ ରଖିଛନ୍ତି ମୁଖ୍ୟ ଶାସନ ସଚିବ ।  ଏନେଇ ସେ କହିଛନ୍ତି, ରାଜ୍ୟରେ ସମୁଦାୟ ୭୧୮୧ଟି ଅକ୍ସିଜେନ୍ ସୁବିଧା ଥିବା ବେଡ ରହିଛି । ସମସ୍ତ ଜିଲ୍ଲାରେ ଶିଶୁଙ୍କ ପାଇଁ ସମୁଦାୟ ୧୦୦୦ଟି ବେଡ୍ ରହିଛି । ୨୦୨୪ଟି ICU ଓ HDU ଏବଂ ୮୭୪ଟି ଭେଣ୍ଟିଲେଟର ଉପଲବ୍ଧ ରହିଛି । ସେପଟେ  ରାଜ୍ୟରେ ଏବେ ଆକ୍ଟିଭ କେସ୍ ସଂଖ୍ୟା ରହିଛି ୧୬, ୧୧୭ । ସେମାନଙ୍କ କେସ୍ ମଧ୍ୟରୁ ୧୫,୬୪୦ ଜଣ ହୋମ୍ ଆଇସୋଲେସନ୍‌ରେ ରହିଛନ୍ତି । ହୋମ୍ ଆଇସୋଲେସନ୍‌ରେ ଥିବା ଆକ୍ରାନ୍ତଙ୍କ ଲାଗି ହସ୍ପିଟାଲର ଆବଶ୍ୟକତା ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ସୂଚନାଯୋଗ୍ୟ,  ରାଜ୍ୟରେ ଧିରେ ଧିରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଲାଣି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୦୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୨୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related story