ମୁମ୍ବାଇ-ହାଓ୍ୱଡା ଲୋକମାନ୍ୟ ତିଲକ୍ ଏକ୍ସପ୍ରେସରେ ନିଆଁ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ମୁମ୍ବାଇ-ହାଓ୍ୱଡା ଲୋକମାନ୍ୟ ତିଲକ୍ ଏକ୍ସପ୍ରେସରୁ ଆଜି ଦିନ ପ୍ରାୟ ସାଢ଼େ ଦଶଟା ବେଳେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଝାଡ଼ଖଣ୍ଡର ଲୋଟପାହାଡ଼-ଚକ୍ରଧରପୁର ଷ୍ଟେସନ ମଧ୍ୟରେ ଟ୍ରେନ୍‌ର ଏସ୍‌-୧୧ ବଗି ତଳୁ ଧୂଆଁ ବାହାରୁଥିଲା। ଏହାପରେ ଯାତ୍ରୀମାନେ ଟ୍ରେନ୍‌ର ଚେନ୍‌ ଟାଣି ଲୋଟପାହାଡ଼ ପାଖରେ ଅଟକାଇ ଥିଲେ। ତେବେ ଭୟଭୀତ ଯାତ୍ରୀମାନେ ଟ୍ରେନ୍‌ ଅଟକିବା ପୂର୍ବରୁ ତଳକୁ ଡେଇଁ ପଡ଼ିଥିଲେ। ହେଲେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି। ହାଟ ଏକସେଲ ଯୋଗୁ ଟ୍ରେନ୍‌ରୁ […]

train

Jyoshna Pradhan
  • Published: Monday, 27 May 2019
  • , Updated: 27 May 2019, 01:24 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ମୁମ୍ବାଇ-ହାଓ୍ୱଡା ଲୋକମାନ୍ୟ ତିଲକ୍ ଏକ୍ସପ୍ରେସରୁ ଆଜି ଦିନ ପ୍ରାୟ ସାଢ଼େ ଦଶଟା ବେଳେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଝାଡ଼ଖଣ୍ଡର ଲୋଟପାହାଡ଼-ଚକ୍ରଧରପୁର ଷ୍ଟେସନ ମଧ୍ୟରେ ଟ୍ରେନ୍‌ର ଏସ୍‌-୧୧ ବଗି ତଳୁ ଧୂଆଁ ବାହାରୁଥିଲା। ଏହାପରେ ଯାତ୍ରୀମାନେ ଟ୍ରେନ୍‌ର ଚେନ୍‌ ଟାଣି ଲୋଟପାହାଡ଼ ପାଖରେ ଅଟକାଇ ଥିଲେ। ତେବେ ଭୟଭୀତ ଯାତ୍ରୀମାନେ ଟ୍ରେନ୍‌ ଅଟକିବା ପୂର୍ବରୁ ତଳକୁ ଡେଇଁ ପଡ଼ିଥିଲେ। ହେଲେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି।

ହାଟ ଏକସେଲ ଯୋଗୁ ଟ୍ରେନ୍‌ରୁ ଧୂଆଁ ବାହାରୁଥିବା ଜଣାପଡ଼ିଛି। ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ସେଠାରେ ଟ୍ରେନ୍‌ ୪୫ ମିନିଟ୍ ଅଟକି ଥିଲା। ଟ୍ରେନ୍ ମରାମତି ପରେ ଏହା ଚକ୍ରଧରପୁର ଅଭିମୁଖେ ଯାତ୍ରା କରିଥିଲା।

Related story