ଦାଦନ ପରିବାରର ଦାରୁଣ ଦୁଃଖ: ବାପା ଶୁଦ୍ଧିକ୍ରିୟା ପାଇଁ ପୁଅ ମାଗୁଛି ଭିକ୍ଷା

ବାଲେଶ୍ୱର(ନିରଞ୍ଜନ ବେହେରା): ପରିବାର ପ୍ରତିପୋଷଣ ପାଇଁ ବାପା ଦାଦନ ଖଟି ଯାଇଥିଲେ। ଟଙ୍କା ରୋଜଗାର କରୁ କରୁ ଆକ୍ରାନ୍ତ ହେଲେ କ୍ୟାନସରରେ। ଆଉ ସେହି କ୍ୟାନସର ଶେଷରେ ଜୀବନ ନେଇଗଲା। ଏବେ ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଘରକୁ ଘର ବୁଲି ଟଙ୍କା ମାଗୁଛି କୁନି ପୁଅ। ବାଲେଶ୍ୱର ସୋର ବ୍ଳକ୍ ବରଂପୁର ଗାଁରେ ସାମ୍ନାକୁ ଆସିଛି ଏଭଳି ଦୁଃଖଦ ଘଟଣା। ମୃତକ ହେଉଛନ୍ତି ଉମେଶ ଜେନା। ବାଲେଶ୍ୱର ସୋର ବ୍ଳକ୍ ବରଂପୁରର ଗ୍ରାମରେ ତାଙ୍କ ଘର। ଦୁଇ […]

umesh

umesh

Niranjan Mishra
  • Published: Sunday, 13 November 2022
  • Updated: 13 November 2022, 10:07 PM IST

Sports

Latest News

ବାଲେଶ୍ୱର(ନିରଞ୍ଜନ ବେହେରା): ପରିବାର ପ୍ରତିପୋଷଣ ପାଇଁ ବାପା ଦାଦନ ଖଟି ଯାଇଥିଲେ। ଟଙ୍କା ରୋଜଗାର କରୁ କରୁ ଆକ୍ରାନ୍ତ ହେଲେ କ୍ୟାନସରରେ। ଆଉ ସେହି କ୍ୟାନସର ଶେଷରେ ଜୀବନ ନେଇଗଲା। ଏବେ ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଘରକୁ ଘର ବୁଲି ଟଙ୍କା ମାଗୁଛି କୁନି ପୁଅ। ବାଲେଶ୍ୱର ସୋର ବ୍ଳକ୍ ବରଂପୁର ଗାଁରେ ସାମ୍ନାକୁ ଆସିଛି ଏଭଳି ଦୁଃଖଦ ଘଟଣା।

ମୃତକ ହେଉଛନ୍ତି ଉମେଶ ଜେନା। ବାଲେଶ୍ୱର ସୋର ବ୍ଳକ୍ ବରଂପୁରର ଗ୍ରାମରେ ତାଙ୍କ ଘର। ଦୁଇ ପଇସା ରୋଜଗାର ପାଇଁ ସେ ଦାଦନ ଖଟି ଯାଇଥିଲେ ବାହାର ରାଜ୍ୟକୁ। କିଛି ଦିନ କାମ କରିବା ଭିତରେ ଆକ୍ରାନ୍ତ ହୋଇଥିଲେ ଦୁରାରୋଗ କ୍ୟାନସରରେ। ଦେହ ଭଲ ନରହିବାରୁ ଘରକୁ ଚାଲିଆସିଥିଲେ। ଅନେକ ଚିକିତ୍ସା ପରେ ବି ରୋଗ ଭଲ ହୋଇନଥିଲା। ପାଖରେ ଯେତକ ଟଙ୍କା ଥିଲା, ଚିକିତ୍ସା ଭିତରେ ସରିଗଲା।

ବହୁ କଷ୍ଟ ସହିଚାଲିଥିବା ବେଳେ ଶେଷରେ ଚିକିତ୍ସା ଭିତରେ କଟକ ବଡ ମେଡିକାଲରେ ପ୍ରାଣ ହରାଇଲେ ଉମେଶ। ସେ ଆରପାରିକୁ ଚାଲିଗଲା ପରେ, ଘରେ ଆଉ ରୋଜଗାରକ୍ଷମ ବ୍ୟକ୍ତି କେହି ନାହାନ୍ତି। ତାଙ୍କ ଘରେ ଏବେ ପତ୍ନୀ ଓ ଦୁଇ କୁନି ପୁଅ। ଯେଉଁମାନେ ଏବେ ବେସାହାରା ପାଲଟିଯାଇଛନ୍ତି।

କାନ୍ଧରେ ପଡ଼ିଛି ଖଣ୍ଡିଏ ଗାମୁଛା, ହାତରେ ପଲିଥିନ ବ୍ୟାଗ। ଏ ଘରରୁ ସେ ଘର, ଏ ସାହିରୁ ଆର ସାହି ବୁଲୁଛି ଚତୁର୍ଥ ଶ୍ରେଣୀର ପଡ଼ୁଢ଼ିବା ଉମେଶଙ୍କ ୯ ବର୍ଷର ପୁଅ ଚନ୍ଦ୍ରକାନ୍ତ ଜେନା। ବାପାର ଶୁଦ୍ଧିକ୍ରିୟା ପାଇଁ ମାଗୁଛି ସହାୟତା। ଘରେ ଘରେ ହାତ ପତାଉଛି, ଟଙ୍କା ମାଗୁଛି। କାରଣ, ଟଙ୍କା ମିଳିଲେ ହିଁ ବାପାର ଶୁଦ୍ଧିକାର୍ଯ୍ୟ ହେବ। ଗାଁ ଲୋକ ବି ଯେତିକି ପାରୁଛନ୍ତି ସାହାଯ୍ୟ କରୁଛନ୍ତି। କୁନି ପୁଅର ଟଙ୍କା ଯୋଗାଡରେ ସହାୟତା କରୁଛି ସ୍ୱେଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦ।

ସେପଟେ ନୂଆଁଣିଆ ଚାଳ ଘର ତଳେ ଦୁଃଖଦ ସ୍ଥିତିର କୋହ ସମ୍ଭାଳି ନ ପାରି ଲୁହ ଗଡ଼ାଇ ଚାଲିଛନ୍ତି ଚନ୍ଦ୍ରକାନ୍ତଙ୍କ ମା’। ହାତରେ ଅଛି ସ୍ୱାମୀଙ୍କ ଫଟୋ।

ଉମେଶଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଜେନା କହିଛନ୍ତି, ଏମିତି ଏକ ଦୁର୍ଦ୍ଦିନ ଆସିବ ବୋଲି ସେ କେବେବି ଭାବି ନ ଥିଲେ। ଶେଷରେ ସ୍ୱାମୀଙ୍କ ଶୁଦ୍ଧିକ୍ରିୟା ନିମନ୍ତେ ପୁଅକୁ ଭିକ୍ଷା ମାଗିବାକୁ ପଡ଼ିଲା। ଲୋକେ କିଛି ସାହାଯ୍ୟ କଲେ ଏହି କାମ ହୋଇପାରିବ।

ଆଦର୍ଶ ଯୁବ ପରିଷଦ ସଦସ୍ୟ ବସନ୍ତ କୁମାର ରାଉତ କହିଛନ୍ତି, ଏହି ପରିବାର ଅତ୍ୟନ୍ତ ଗରିବ। ଆବଶ୍ୟକ ଅର୍ଥ ନ ଥିବାରୁ ଉମେଶଙ୍କ ଶବ କଟକରୁ ଗାଁକୁ ମଧ୍ୟ ଆଣି ପାରୁ ନ ଥିଲେ। ପରିଷଦ ପକ୍ଷରୁ ଶବ ଆଣିବା ନିମନ୍ତେ ଉଦ୍ୟମ କରାଯାଇଛି। ପରେ ୧୦ ହଜାର ଟଙ୍କା ସାହାଯ୍ୟ ମଧ୍ୟ କରାଯାଇଛି। ହେଲେ ଏହା ସମୁଦ୍ରକୁ ଶଙ୍ଖେ। ତେଣୁ ଶୁଦ୍ଧିକ୍ରିୟା ଓ ପରବର୍ତ୍ତି ସମୟରେ ଏହି ପରିବାର ଗୁଜୁରାଣ ନିମନ୍ତେ ଉମେଶଙ୍କ ପୁଅ ସହ ମିଶି ସେମାନେ ମଧ୍ୟ ଭିକ୍ଷା କରୁଛନ୍ତି। ପ୍ରଶାସନ ଓ ଲୋକେ ସାହାଯ୍ୟ କଲେ ଏହି ପରିବାରକୁ ସାହାରା ମିଳିଯାଇପାରନ୍ତା।

[caption id="attachment_781179" align="aligncenter" width="650"] ଉମେଶ ଚାଲିଯିବା ପରେ ତାଙ୍କ ପତ୍ନୀ ଫଟୋକୁ ଧରି ଗୁମୁରି କାନ୍ଦୁଛନ୍ତି।[/caption]

ଚନ୍ଦ୍ରକାନ୍ତ କହିଛନ୍ତି, ତିନିଦିନ ତଳେ ବାପା ଚାଲିଯିବା ପରେ ମା’ ଭାଙ୍ଗି ପଡ଼ିଛି। ଦିନରାତି ଘରେ ବସି କାନ୍ଦୁଛି। ତାଙ୍କର ଏକ ସାନ ଭାଇ ମଧ୍ୟ ରହିଛି। ସେ ଓ ସାନ ଭାଇ କେମିତି ପାଠପଢ଼ିବେ, ତାହାକୁ ନେଇ ଚିନ୍ତା। ଶୁଦ୍ଧିକ୍ରିୟା ପାଇଁ ମଧ୍ୟ ଆବଶ୍ୟକ ଅର୍ଥ ନାହିଁ। ତେଣୁ ଲୋକଙ୍କୁ ସହାୟତା ମାଗି ବୁଲୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story