ସ୍ମାଟ୍ ସ୍କୁଲ ଛାତରୁ ଖସିଲା ପ୍ଲାଷ୍ଟର, ଅଳ୍ପକେ ବର୍ତ୍ତିଲେ ଶିକ୍ଷକ ଶିକ୍ଷୟିତ୍ରୀ

କେନ୍ଦୁଝର(ପ୍ରଣୟ ପାଣି): ୫ଟି ସ୍କିମ୍‌ରେ ରୂପାନ୍ତରିକରଣ ହୋଇଥିବା ସ୍ମାଟ୍ ସ୍କୁଲର କମନ ରୁମରେ ଖସିଲା ପ୍ଲାଷ୍ଟର। ଅଳ୍ପକେ ବର୍ତ୍ତିଲେ ଶିକ୍ଷକ ଓ ଶିକ୍ଷୟିତ୍ରୀ। କେନ୍ଦୁଝର ଘଟଗାଁ ବ୍ଳକ ଢେଙ୍କିକୋଟସ୍ଥିତ ୫ଟି ସ୍କିମ୍‌ରେ ରୂପାନ୍ତରିତ ହୋଇଥିବା ସତ୍ୟ ନାରାୟଣ ବିଦ୍ୟାପୀଠରେ ଆଜି ଏଭଳି ଅଘଟଣ ଘଟିଛି। ସ୍କୁଲର କମନ ରୁମରେ ଅଚାନକ ପ୍ଲାଷ୍ଟର ଖସି ପଡିଥିଲା। ତେବେ ସୌଭାଗ୍ୟକୁ ଛାତ୍ରଛାତ୍ରୀ କିମ୍ବା ଶିକ୍ଷକ ଶିକ୍ଷୟିତ୍ରୀ କେହି ଆହତ ହୋଇନାହାନ୍ତି। ସୂଚନା ମୁତାବକ, ଅପରାହ୍ଣ ପ୍ରାୟ ଗୋଟାଏ ପରେ ୯ମ […]

5t

  • Published: Friday, 28 October 2022
  • , Updated: 28 October 2022, 06:17 PM IST

କେନ୍ଦୁଝର(ପ୍ରଣୟ ପାଣି): ୫ଟି ସ୍କିମ୍‌ରେ ରୂପାନ୍ତରିକରଣ ହୋଇଥିବା ସ୍ମାଟ୍ ସ୍କୁଲର କମନ ରୁମରେ ଖସିଲା ପ୍ଲାଷ୍ଟର। ଅଳ୍ପକେ ବର୍ତ୍ତିଲେ ଶିକ୍ଷକ ଓ ଶିକ୍ଷୟିତ୍ରୀ। କେନ୍ଦୁଝର ଘଟଗାଁ ବ୍ଳକ ଢେଙ୍କିକୋଟସ୍ଥିତ ୫ଟି ସ୍କିମ୍‌ରେ ରୂପାନ୍ତରିତ ହୋଇଥିବା ସତ୍ୟ ନାରାୟଣ ବିଦ୍ୟାପୀଠରେ ଆଜି ଏଭଳି ଅଘଟଣ ଘଟିଛି। ସ୍କୁଲର କମନ ରୁମରେ ଅଚାନକ ପ୍ଲାଷ୍ଟର ଖସି ପଡିଥିଲା। ତେବେ ସୌଭାଗ୍ୟକୁ ଛାତ୍ରଛାତ୍ରୀ କିମ୍ବା ଶିକ୍ଷକ ଶିକ୍ଷୟିତ୍ରୀ କେହି ଆହତ ହୋଇନାହାନ୍ତି।

ସୂଚନା ମୁତାବକ, ଅପରାହ୍ଣ ପ୍ରାୟ ଗୋଟାଏ ପରେ ୯ମ ଶ୍ରେଣୀ ପିଲାଙ୍କ ପରୀକ୍ଷା ସରିବା ପରେ ପିଲାଙ୍କ ଖାତାକୁ ନେଇ ଶିକ୍ଷକ ଶିକ୍ଷୟିତ୍ରୀମାନେ କମନ ରୁମରେ ପହଞ୍ଚିଥିଲେ। ସେମାନେ ଟେବୁଲ ଉପରେ ଖାତା ସଜାଉ ଥିବା ସମୟରେ ହଠାତ ଛାତରୁ ଏକ ବଡ଼ ପ୍ଲାଷ୍ଟର ଖଣ୍ଡ ପ୍ରଥମେ ଟେବୁଲ ଉପରେ ଖସି ପଡ଼ିଥିଲା। ଏହା ଦେଖି ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଭୟରେ ତୁରନ୍ତ ବସିଥିବା ସ୍ଥାନ ଛାଡ଼ି ବାହାରକୁ ପଳାଇଥିଲେ। ଏହାର ଠିକ୍ ପରେ ପୁଣି ଏକ ପ୍ଲାଷ୍ଟର ଖଣ୍ଡ ଛାତରୁ ଖସି ପଡ଼ିଥିଲା। ଏହା ଦେଖି ସମସ୍ତେ ତାଜୁବ୍ ହୋଇଥିଲେ।

ଭଗବାନଙ୍କ କୃପାରୁ ସେମାନଙ୍କୁ ଏକ ନିଶ୍ଚିତ ବିପଦରୁ ରକ୍ଷା ମିଳିଲା ବୋଲି ଶିକ୍ଷକ ଶିକ୍ଷୟିତ୍ରୀମାନେ କହିଛନ୍ତି। ଏହି ସ୍କୁଲ ୧୯୭୧ ମସିହାରେ ସ୍ଥାପିତ ହୋଇଥିଲା। ଏଠାରେ ଏବେ ୮ମରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଚଳିତ ବର୍ଷ ଜୁନ୍‌ ମାସରେ ସ୍କୁଲର ରୂପାନ୍ତରିତ କାମ ସରିଥିଲା।

[caption id="attachment_777372" align="aligncenter" width="650"] ଛାତରୁ ଖସି ତଳେ ପଡ଼ିଥିବା କଂକ୍ରିଟ ଖଣ୍ଡ।[/caption]

କାମ ସରିବାର ୬ ମାସ ବିତିନି, ଛାତରୁ ପ୍ଲାଷ୍ଟର ଖସି ପଡ଼ିଛି। ତେଣୁ ୫ଟି ଅନ୍ତର୍ଗତ ସ୍କୁଲ ରୂପାନ୍ତରିତ କାମ ନିମ୍ନମାନର ହୋଇଥିବା ସନ୍ଦେହ ସୃଷ୍ଟି ହୋଇଛି। ତେବେ ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରିନି।

Related story