ପଶିଛନ୍ତି ୨୮ ହାତୀ

ନୂଆପଡ଼ା(ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଞ୍ଚଳକୁ ଏକ ଜଙ୍ଗଲୀ ହାତୀ ପଲ ଆସିଛନ୍ତି। ଏହି ହାତୀ ପଲରେ ୨୮ଟି ହାତୀ ଅଛନ୍ତି। ସୁନାବେଡା ଅଞ୍ଚଳର ପଏଁର ଓ ଅନୁପଗଡ଼ ଗାଁ ନିକଟରେ ଏହି ହାତୀମାନେ ଆସ୍ଥାନ ଜମାଇଛନ୍ତି। ହାତୀମାନେ ଗାଁରେ ହୋଇଥିବା କଦଳୀ ଚାଷକୁ ବ୍ୟାପକ ମାତ୍ରାରେ ନଷ୍ଟ କରିଥିବା ସୂଚନା ମିଳିଛି। ବନ ବିଭାଗର କର୍ମଚାରୀ ହାତୀପଲ ଉପରେ ନଜର ରଖିଛନ୍ତି। ଏହି ହାତୀ ପଲ ବଲାଙ୍ଗିର ଜିଲ୍ଲାରୁ ନୂଆପଡ଼ାକୁ ଆସିଥିବା ଜଣାପଡ଼ିଛି।

elephant

Jitendra Garnayak
  • Published: Wednesday, 22 May 2019
  • , Updated: 22 May 2019, 11:24 AM IST

ନୂଆପଡ଼ା(ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଞ୍ଚଳକୁ ଏକ ଜଙ୍ଗଲୀ ହାତୀ ପଲ ଆସିଛନ୍ତି। ଏହି ହାତୀ ପଲରେ ୨୮ଟି ହାତୀ ଅଛନ୍ତି। ସୁନାବେଡା ଅଞ୍ଚଳର ପଏଁର ଓ ଅନୁପଗଡ଼ ଗାଁ ନିକଟରେ ଏହି ହାତୀମାନେ ଆସ୍ଥାନ ଜମାଇଛନ୍ତି।

ହାତୀମାନେ ଗାଁରେ ହୋଇଥିବା କଦଳୀ ଚାଷକୁ ବ୍ୟାପକ ମାତ୍ରାରେ ନଷ୍ଟ କରିଥିବା ସୂଚନା ମିଳିଛି।

ବନ ବିଭାଗର କର୍ମଚାରୀ ହାତୀପଲ ଉପରେ ନଜର ରଖିଛନ୍ତି। ଏହି ହାତୀ ପଲ ବଲାଙ୍ଗିର ଜିଲ୍ଲାରୁ ନୂଆପଡ଼ାକୁ ଆସିଥିବା ଜଣାପଡ଼ିଛି।

Related story