Advertisment

ଭୋକର କରୁଣ କାହାଣୀ; ରାସ୍ତାରେ ପଡ଼ିଗଲା ତରକାରୀ, ଗୋଟାଇ ଖାଇଲେ ବୃଦ୍ଧା

ମାଲକାନଗିରି(ଜିତନ୍ଦ୍ର ବେଉରା): କିଛି ଦିନ ପୂର୍ବେ ଛାତିକୁ ଥରାଇବା ପରି ଭୋକର ବିକଳ ଚିତ୍ର  ଖଣିଖାଦାନର ପ୍ରାଚୁର୍ଯ୍ୟରେ ଭରପୂର ସୁନ୍ଦରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଥିଲା। ଏବେ ପୁଣି ଥରେ ସମାନ ଘଟଣାର ପୁନରାବୃତ୍ତି ହୋଇଛି ମାଲକାନଗିରି ଜିଲ୍ଲାରେ । ଜଣେ ଛୋଟ ଶିଶୁ ରାସ୍ତାରେ ପଡ଼ିଥିବା ଅଇଁଠା ପତ୍ର ଚାଟୁଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେବା ପରେ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଏଥର ମଧ୍ୟ ପରିସ୍ଥିତି ସମାନ ଥିବା ବେଳେ ବଦଳି ଯାଇଛି […]

author-image
Niharika Rout
ଅଦ୍ୟତନ ହୋଇଛି
ଭୋକର କରୁଣ କାହାଣୀ; ରାସ୍ତାରେ ପଡ଼ିଗଲା ତରକାରୀ, ଗୋଟାଇ ଖାଇଲେ ବୃଦ୍ଧା

Hungry lady

ମାଲକାନଗିରି(ଜିତନ୍ଦ୍ର ବେଉରା): କିଛି ଦିନ ପୂର୍ବେ ଛାତିକୁ ଥରାଇବା ପରି ଭୋକର ବିକଳ ଚିତ୍ର  ଖଣିଖାଦାନର ପ୍ରାଚୁର୍ଯ୍ୟରେ ଭରପୂର ସୁନ୍ଦରଗଡ଼ଜିଲ୍ଲାରେ ଦେଖିବାକୁ ମିଳିଥିଲା। ଏବେ ପୁଣି ଥରେ ସମାନ ଘଟଣାର ପୁନରାବୃତ୍ତି ହୋଇଛି ମାଲକାନଗିରି ଜିଲ୍ଲାରେ । ଜଣେ ଛୋଟ ଶିଶୁ ରାସ୍ତାରେ ପଡ଼ିଥିବା ଅଇଁଠା ପତ୍ର ଚାଟୁଥିବା ଭିଡିଓସୋଶାଲ ମିଡିଆରେ ଭାଇରାଲ୍ ହେବା ପରେ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା।

Advertisment

ଏଥର ମଧ୍ୟ ପରିସ୍ଥିତି ସମାନ ଥିବା ବେଳେ ବଦଳି ଯାଇଛି ସ୍ଥାନ ଓ ଚରିତ୍ର। ପୂର୍ବରୁ ସୁନ୍ଦରଗଡ଼ରେ ଜଣେ ଛୋଟ ଶିଶୁ ଅଇଁଠା ପତ୍ର ଚାଟୁଥିବା ବେଳେ ଏଥର ମାଲକାନଗିରି ସଦର ମହକୁମାରେ ଜଣେ ବୃଦ୍ଧା ହୋଇଛନ୍ତି ଭୋକର ଶିକାର।  ଭୋକରେ ଆଉଟପାଉଟ ହେଉଥିବା ଅସହାୟ ବୃଦ୍ଧାଜଣକ ରାସ୍ତାରେ ପଡିଥିବା ତରକାରୀକୁ ଗୋଟାଇ ଖାଉଛନ୍ତି । ଏପରି କରୁଣ କାହାଣୀର ଭିଡିଓ ଭାଇରାଲ ହେବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି।

ବୃଦ୍ଧାଙ୍କ ବୟସ ପ୍ରାୟ ୭୦ ବର୍ଷ ହେବ । ଆଖିକୁ ଭଲ ଭାବେ ଦିଶୁନି। ଅଣ୍ଟା ସଳଖି ଚାଲିବା ପାଇଁ ବଳ ପାଉ ନାହିଁ। ଦେହର ପଞ୍ଜରା ହାଡ଼ ଦେଖାଯାଉଛି।  ବୃଦ୍ଧାଙ୍କୁ କେହି ଜଣେ ଟିଫିନରେ ଖାଦ୍ୟ ଦେଇଥିଲେ । ତେବେ ସେହି ଟିଫିନକୁ ଧରି ସେ ଧିରେ ଧିରେ ଚାଲୁଥିବା ବେଳେ ହଠାତ ରାସ୍ତା ଉପରେ ତାଙ୍କ ହାତରୁ ଖସି  ବିଛାଡ଼ି ହୋଇପଡ଼ିଥିଲା ତରକାରୀ।  ।

Advertisment

ହାତରୁ ଖାଦ୍ୟ ଖସି ପଡ଼ିବା ପରେ ପୁଣି ଥରେ ଭୋକର ଯାତନାକୁ ମନେ ପକାଇ ବୃଦ୍ଧାଜଣକ ତଳେ ବସି ପଡ଼ି  ପଡିଯାଇ ଥିବା ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଥିଲା । ଭୋକଳର କଷ୍ଟକୁ ଅଙ୍ଗେ ନିଭାଉଥିବା ବୃଦ୍ଧାଜଣକ ପାରିପାର୍ଶ୍ୱିକ ସ୍ଥିତିକୁ ସମ୍ପୂର୍ଣ୍ଣ ଭୁଲିଗଲେ। ଠିକ ଭାବେ କଥା କହିପାରୁନଥିବା ବେଳେ ସେ ନିଜ ନାମକୁ ମଧ୍ୟ ସେ ସ୍ପଷ୍ଟ କହିପାରୁନଥିଲେ ।

ସୂଚନାଯୋଗ୍ୟ,  କିଛି ଦିନ ତଳେ ଖଣି ଖାଦାନ ଭରା ସୁନ୍ଦରଗଡ଼ ଜିଲ୍ଲାରେ ଭୋକର ବିକଳ ଚିତ୍ର ଦେଖିବାକୁ ମିଳିଥିଲା । ଏକ ଛୋଟ ଶିଶୁ ରାସ୍ତାରେ ପଡ଼ିଥିବା ଅଇଁଠା ପତ୍ର ଚାଟୁଥିବା  ଦେଖିବାକୁ ମିଳିଥିଲା । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ମାଲଦା ପଞ୍ଚାୟତର ଗଣୁଆ ଖଣି ଅଞ୍ଚଳର ଏଭଳି ଦୃଶ୍ୟ ସୋଶାଲ ମିଡିଆରେ  ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । କିଛି ବ୍ୟକ୍ତି ଭୋଜିଭାତ କରି ଖାଇବା ପରେ ଅଇଁଠା ଖଲି ପକାଇ ଚାଲିଯାଇଥିଲେ। ସେହି ଅଇଁଠା ପତ୍ରକୁ ଛୁଆଟି ଚାଟି ଖାଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା।

ଖବର ନେବାରୁ ଜଣାପଡ଼ିଥିଲା, କୋଇଡ଼ା ବ୍ଲକ୍ ଅନ୍ତର୍ଗତ ମାଲଦା ପଞ୍ଚାୟତ ଗଣୁଆ ଗାଁର ରାବଣ ମୁଣ୍ଡା ୩ ବର୍ଷ ପୂର୍ବେ ପତ୍ନୀଙ୍କୁ ହରାଇବା ପରେ ୩ ଟି ଛୋଟ୍‌ ଛୋଟ ପିଲାଙ୍କୁ ଖାଇବାକୁ ଦେବାକୁ ବେଶ୍‌ ହଇରାଣ ହେଉଥିଲେ। ସେଥିପାଇଁ ପିଲାମାନେ ବାହାରେ ବୁଲି ଅଇଁଠା ପତ୍ର ଚାଟୁଥିବା ଅଭିଯୋଗ ହୋଇଥିଲା।  ଏହି ଦୃଶ୍ୟ ଭାଇରାଲ୍‌ ହେବା ପରେ ସରପଞ୍ଚ ରାବଣଙ୍କୁ ୨୫ କେଜି ଚାଉଳ ଦେଇଥିଲେ। ଏହାବ୍ୟତୀତ କୋଇଡା BDO ପଲ୍ଲବୀ ରାଜ ଘଟଣାର ତଦନ୍ତ ଲାଗି ଏକ ଟିମ୍‌ ଗାଁକୁ ପଠାଇଥିଲେ।

Viral Video