ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ମର୍ଣ୍ଣିଂୱାକ ପାଇଁ ସକାଳୁ ସକାଳୁ ଘରୁ ବାହାରି ଯାଇଥିବା ମହିଳା ନିଖୋଜ । ପରିବାର ଲୋକ ତାଙ୍କ ପତ୍ତା ପାଉ ନ ଥିବା ବେଳେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଏପରି ଅଭାବନୀୟ ଘଟଣା ଆଜି ସକାଳୁ ସକାଳୁ ବଲାଙ୍ଗିରରେ ହୋଇଛି। ନିଖୋଜ ମହିଳାଜଣକ ହେଲେ ୫୫ ବର୍ଷୀୟ ଆଦରମଣି ନାଏକ ।
ପ୍ରାୟ ମାସେ ହେବ ଭଦ୍ରକ ଜିଲ୍ଲା ଧୁସୁରୀ ଥାନା ଷାଠିବାଙ୍କୁଡା ଗ୍ରାମର ଗୋରାଚାନ୍ଦ ନାଏକ ଏବଂ ସ୍ତ୍ରୀ ଆଦରମଣି ନାଏକ ବଲାଙ୍ଗିରରେ ଥିବା ପୁଅ କୈଳାସ କୁମାରଙ୍କ ଘରକୁ ଆସିଥିଲେ । ସବୁ ଦିନ ପରି ଆଜି ସକାଳୁ ଆଦରମଣି ମର୍ନିଂୱାକ ପାଇଁ ଘରୁ ବାହାରିଥିଲେ । ଗୋଟିଏ ମାସ ହେଲା ନିୟମିତ ମର୍ଣିଂୱାକ ଯାଇ ଘରକୁ ଫେରନ୍ତି ଆଦରମଣି । ଆଜି କିନ୍ତୁ ଆଉ ଘରକୁ ଫେରି ନାହାନ୍ତି ।
ଘର ଲୋକ ବହୁତ ଖୋଜାଖୋଜି କରିବା ପରେ ଶେଷରେ ନିଖୋଜ ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆଦରମଣି ସୁନା ଅଲଙ୍କାର ପିନ୍ଧିଥିବାରୁ କୌଣସି ଅଘଟଣ ଆସଙ୍କାରେ ଭୟଭୀତ ପରିବାର ଲୋକେ । ବଲାଙ୍ଗିର ସହର ଭିତରେ କ୍ରାଇମ ବଢିଚାଲିଥିବାରୁ, ମର୍ନିଂୱାକରୁ ମହିଳା ନିଖୋଜ ହେବା ଘଟଣାକୁ ନେଇ ସାରା ସହର ଭିତରେ ହଇଚଇ ସୃଷ୍ଟି ହୋଇଛି ।