Advertisment

Electrocuted to death: ପୁଲିସ୍ ଆସୁଥିବା ଖବର ପାଇ ଫେରାର ହୋଇଯାଉଥିଲେ, ବିଦ୍ୟୁତ୍ ଫାଶରେ ପଡ଼ିଗଲେ

ଉଭୟଙ୍କୁ ଉଦ୍ଧାର କରି ଲହୁଣୀପଡ଼ା ଡାକ୍ତରଖାନା ନିଆଯାଇଥିଲା। ସେଠାରେ ପ୍ରେମରାଜଙ୍କୁ ମୃତ ଘୋଷଣା କରାଯାଇଥିଲା। ଗୁରୁତର ଯୁବତୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

author-image
Jitendra Garnayak
Dead Body

ପ୍ରେମରାଜଙ୍କ ମୃତଦେହ

ପୁଲିସ ଭୟରେ ଫେରାର ହୋଇଯାଉଥିଲେ ଜଣେ ଯୁବକ। ହେଲେ ବାଟରେ ଛକି ବସିଥିଲା ମୃତ୍ୟୁ। ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ସଂଯୁକ୍ତ ତାର ଫାଶରେ ପଡ଼ିଯାଇଥିଲେ ସେ। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଶିଶଡ଼ିହି ଗ୍ରାମରେ।

Advertisment

ମୃତ ଯୁବକଙ୍କ ନାଁ ପ୍ରେମରାଜ ମୁଣ୍ଡା। ତାଙ୍କ ଘର ଶିଶଡ଼ିହି ଗାଁରେ। ତାଙ୍କ ନାଁରେ ଥାନାରେ ମାମଲା ଥିଲା। ପୁଲିସ ତାଙ୍କୁ ଖୋଜୁଥିଲା। 

ଗତକାଲି ରାତିରେ ଗାଁରେ ଥିବା ବେଳେ ସେ ଖବର ପାଇଥିଲେ ଯେ ତାଙ୍କୁ ଧରିବାକୁ ପୁଲିସ ଆସୁଛି। ଏହା ପରେ ସେ ଜଣେ ଯୁବତୀଙ୍କ ସହିତ ଗାଁ ଛାଡ଼ିଥିଲେ। ତେବେ ଫେରାର ହୋଇଯାଉଥିବା ବେଳେ ଗାଁ ନିକଟସ୍ଥ ଜମିରେ ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ସଂଯୁକ୍ତ ତାର ଫାଶ ସଂସ୍ପର୍ଶରେ ଆସିଯାଇଥିଲେ ପ୍ରେମରାଜ ଓ ଉକ୍ତ ଯୁବତୀ। ସେମାନଙ୍କ ଚିତ୍କାର ଶୁଣି ଗାଁର କିଛି ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଉଭୟଙ୍କୁ ଉଦ୍ଧାର କରି ଲହୁଣୀପଡ଼ା ଡାକ୍ତରଖାନା ନେଇଥିଲେ। ସେଠାରେ ପ୍ରେମରାଜଙ୍କୁ ମୃତ ଘୋଷଣା କରାଯାଇଥିଲା। ଗୁରୁତର ଯୁବତୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। 

Advertisment