ଝିଅକୁ ପୋଡ଼ି ମାରିବାକୁ ଉଦ୍ୟମ କଲେ ବାପ

ନୀଳଗିରି(ଓଡିଶା ରିପୋର୍ଟର): ‘ରାତି ପାହିଲେ ମାଟ୍ରିକ ଫଳ ବାହାରିବ। ତୁ ଯଦି ଭଲ ନମ୍ବର ରଖି ପାସ୍‌ କରିବୁନି, ତା ହେଲେ ମୋ ନାଁ ପଡିବ। ତତେ ଆଜି ମୁଁ ଛାଡିବିନି। ଘରୁ ଗୋଡ଼ କାଢ଼ିଲେ ନିଆଁ ଲଗାଇ ଦେବି…’ ବାସ୍‌ ଏତିକି କହିବା ପରେ ଆରମ୍ଭ ହେଲା ଉତ୍ତର ମଧ୍ୟମ। ଗୋଇଠା, ବିଧା, ଚାପୁଡା। ମନଇଚ୍ଛର ମାଡ଼ ହେଲା। ଶେଷରେ ସ୍ଥିତି ଏମିତି ହେଲା ଯେ, ଝିଅକୁ ଗୋଟିଏ ଘରେ ରଖି ନିଆଁ ଲଗାଇବା ପାଇଁ […]

v6

Rakesh Mallick
  • Published: Sunday, 06 May 2018
  • , Updated: 06 May 2018, 09:49 PM IST

ନୀଳଗିରି(ଓଡିଶା ରିପୋର୍ଟର): ‘ରାତି ପାହିଲେ ମାଟ୍ରିକ ଫଳ ବାହାରିବ। ତୁ ଯଦି ଭଲ ନମ୍ବର ରଖି ପାସ୍‌ କରିବୁନି, ତା ହେଲେ ମୋ ନାଁ ପଡିବ। ତତେ ଆଜି ମୁଁ ଛାଡିବିନି। ଘରୁ ଗୋଡ଼ କାଢ଼ିଲେ ନିଆଁ ଲଗାଇ ଦେବି...’

ବାସ୍‌ ଏତିକି କହିବା ପରେ ଆରମ୍ଭ ହେଲା ଉତ୍ତର ମଧ୍ୟମ। ଗୋଇଠା, ବିଧା, ଚାପୁଡା। ମନଇଚ୍ଛର ମାଡ଼ ହେଲା। ଶେଷରେ ସ୍ଥିତି ଏମିତି ହେଲା ଯେ, ଝିଅକୁ ଗୋଟିଏ ଘରେ ରଖି ନିଆଁ ଲଗାଇବା ପାଇଁ ଘରେ କିରୋସିନି ଢାଳିଦେଲେ ଶ୍ରତୁଜିତ।

ଏମିତି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଜାମ୍ବୁଡିହା ଗାଁରେ।  ଏହି ଗାଁର ଶତ୍ରୁଜିତ ମହାନ୍ତି ନାମକ ଜଣେ ବ୍ୟକ୍ତି ମାଟ୍ରିକ ପରୀକ୍ଷା ଦେଇଥିବା ଝିଅକୁ ପରୀକ୍ଷା ସମ୍ପର୍କରେ ପଚାରିଥିଲେ । ସେ ଗୋଟିଏ ଦୁଇଟି ବିଷୟ ଖରାପ ହୋଇଥିବା ଆଶଙ୍କା ଥିବା ବାପାଙ୍କୁ କହିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଶତ୍ରୁଜିତ ତାଙ୍କୁ ମାରପିଟ୍ କରିବା ସହ ଏକ ଘରେ ବନ୍ଦ କରି ଘରେ କିରୋସିନୀ ଢାଳି ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ଝିଅ।

ଏ ସମ୍ପର୍କରେ ପଡୋଶୀଙ୍କଠାରୁ ଖବର ପାଇ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝିଅକୁ ଉଦ୍ଧାର କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Related story