ବଞ୍ଚିଥିବା ବେଳେ ମା’କୁ ପାଣି ଦେଲାନି ପୁଅ, ମଲାପରେ ମୁଖାଗ୍ନି ଦେବାକୁ ପହଞ୍ଚିଗଲା

ପିପିଲି(ଓଡ଼ିଶା ରିପୋର୍ଟର): ପିଲା ଛୁଆ ନ ଥିବାରୁ ଭାଇର ପୁଅକୁ ପୁଅ ଭାବେ ଗ୍ରହଣ କରିଥିଲେ । ପାଠ ପଢାଇ ରୋଜଗାରକ୍ଷମ କରାଇଲେ ।  ହେଲେ ସେହି ପୁଅ ବିବାହ କରି ଆଉ ବାପାମା’ଙ୍କୁ ପଚାରିଲାନି । ପୁଅ ହାତରୁ ପାଣି ପାଇବ ବୋଲି ଅନାଇ ଅନାଇ ମା’ର ଜୀବନ ଗଲା ପଛେ ପୁଅ ଆସିଲା ନାହିଁ । ହେଲେ ମା’ ଆଖି ବୁଜିବା ପରେ ମୁଖାଗ୍ନି ଦେବାକୁ ପହଞ୍ଚିବାରୁ ପୁଅକୁ ସମ୍ପର୍କୀୟ ଓ ଗ୍ରାମବାସୀ ଜୋରଦାର […]

tension

Niharika Rout
  • Published: Saturday, 25 December 2021
  • , Updated: 25 December 2021, 10:38 AM IST

ପିପିଲି(ଓଡ଼ିଶା ରିପୋର୍ଟର): ପିଲା ଛୁଆ ନ ଥିବାରୁ ଭାଇର ପୁଅକୁ ପୁଅ ଭାବେ ଗ୍ରହଣ କରିଥିଲେ । ପାଠ ପଢାଇ ରୋଜଗାରକ୍ଷମ କରାଇଲେ ।  ହେଲେ ସେହି ପୁଅ ବିବାହ କରି ଆଉ ବାପାମା’ଙ୍କୁ ପଚାରିଲାନି । ପୁଅ ହାତରୁ ପାଣି ପାଇବ ବୋଲି ଅନାଇ ଅନାଇ ମା’ର ଜୀବନ ଗଲା ପଛେ ପୁଅ ଆସିଲା ନାହିଁ ।

ହେଲେ ମା’ ଆଖି ବୁଜିବା ପରେ ମୁଖାଗ୍ନି ଦେବାକୁ ପହଞ୍ଚିବାରୁ ପୁଅକୁ ସମ୍ପର୍କୀୟ ଓ ଗ୍ରାମବାସୀ ଜୋରଦାର ବିରୋଧ କଲେ। ଏଥିଯୋଗୁ ଶବ ସତ୍କାର ପ୍ରାୟ ୮ ଘଣ୍ଟା ବିଳମ୍ବ ହୋଇଥିବା ଜଣାଯାଇଛି। ପୁରୀ ଜିଲ୍ଲା କଣାସର ଅଂଜିରା ଗାଁରେ ଦେଖିବାକୁ ମିଳିଥିଲା ଏଭଳି ଅଭାବନୀୟ ଦୃଶ୍ୟ ।

ପୁରୀ ଜ଼ିଲ୍ଲା କଣାସ ଅଞ୍ଜିରା ଗ୍ରାମର ବେଣୁଧର ପ୍ରଧାନ ଏବଂ ତାଙ୍କର ଧର୍ମ ପତ୍ନୀ କୁମୁଦୁନିଙ୍କର କୌଣସି ପିଲା ଛୁଆ ନ ଥିଲା। ତେଣୁ ସେ ନିଜ ଭାଇ ପୁଅ ଅର୍ଜୁନଙ୍କୁ  ଧରମ ପୁଅ କରି ପାଠ ପଢ଼ାଇଥିଲେ l  ହେଲେ ରୋଜଗାରକ୍ଷମ ହୋଇ ବିବାହ କରିବା ପରେ ଅର୍ଜୁନ ବାପାମାଙ୍କୁ ଛାଡି ଘରଠାରୁ ୨ଶହ ମିଟର ଦୂରରେ ରହୁଥିଲେ। ମାତ୍ର ବାପାମା’ଙ୍କ ପାଖକୁ ଆସୁ ନ ଥିଲେ କି ସେମାନଙ୍କୁ ପଚାରୁ ନ ଥିଲେ।

ଫଳରେ ପୁଅକୁ ଅନାଇ ଅସହାୟ ଅବସ୍ଥାରେ ବୃଦ୍ଧ ଦମ୍ପତ୍ତି ଜୀବନ ଯାପନ କରୁଥିଲେ। ଏପରିକି ନିଜ କାମ କରିବାକୁ ବୃଦ୍ଧବୃଦ୍ଧା ସକ୍ଷମ ନ ଥିବା ବେଳେ ସାହି ପଡ଼ୋଶୀ ସେମାନଙ୍କ ସେବା କରୁଥିଲେ। ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କୁମୁଦୁନୀ ପୁଅ ଫେରିବା ବାଟକୁ ଅନାଇ ବସିଥିବା ବେଳେ ପୁଅ କିନ୍ତୁ ପାଖ ମାଡ଼ି ନ ଥିଲା।

ତେବେ ମା’ ମୃତ୍ୟୁ ପରେ ମୁହଁରେ ନିଆଁ ଦେବା ପାଇଁ  ପହଞ୍ଚିଥିଲେ ଅର୍ଜୁନ । ଏହାକୁ ସାହି ପଡ଼ିଶା ଖୁବ୍‌ ବିରୋଧ କରିଥିଲେ।   ମା’ ବଞ୍ଚିଥିବା ବେଳେ ଯେହେତୁ ଦେଖାଶୁଣା କରିନଥିଲା ମୁଖାଗ୍ନି ଦେଇପାରିବେନି ବୋଲି ଯୁକ୍ତିତର୍କ କରିବା ସହିତ ଠେଲା ପେଲା କରିଥିଲେ । ଶେଷରେ ଗ୍ରାମ ଲୋକମାନେ ବୁଝାସୁଝା କରିବା ପରେ ପ୍ରାୟ ୮ ଘଣ୍ଟା ପରେ ପୁଅ ଅର୍ଜୁନ ଏବଂ ସାହି ଭାଇର ଜଣେ ଯୁବକ  ଉଭୟ କୁମୁଦୁନୀଙ୍କୁ   ମୁଖାଗ୍ନି ଦେଇଥିଲେ।

Related story