ଘର ଭିତରେ ପଶିଗଲା ବୋଲେରୋ, ଛାତ୍ରୀ ଗୁରୁତର

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଘରେ ଭିତରକୁ ପଶିଗଲା ବୋଲେରୋ। ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ଏକ ବୋଲେରୋ ଘର ଭିତରେ ପଶିଯାଇଛି । ଫଳରେ ଜଣେ ଛାତ୍ରୀ ଗୁରୁତର ହୋଇଛି। ଆଜି ସକାଳୁ ବଲାଙ୍ଗିର ସହର କାମାକ୍ଷୀନଗର ପଡା ଠାରେ ଏହି ଦୁର୍ଘଟଣା ଘଟିଛି। ସୂଚନା ମୁତାବକ, ସକାଳୁ ପଡାର ନିଲୁ ଛତ୍ରିଆଙ୍କ ଦଶ ବର୍ଷର ଝିଅ ଘରେ ପାଠ ପଢ଼ୁଥିଲା। ଏତିକି ବେଳେ ଏକ ବୋଲେରୋ ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ତାଙ୍କ ଘରେ […]

Accident-2

Madhupriya Mistry
  • Published: Tuesday, 16 November 2021
  • , Updated: 16 November 2021, 11:40 AM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଘରେ ଭିତରକୁ ପଶିଗଲା ବୋଲେରୋ। ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ଏକ ବୋଲେରୋ ଘର ଭିତରେ ପଶିଯାଇଛି । ଫଳରେ ଜଣେ ଛାତ୍ରୀ ଗୁରୁତର ହୋଇଛି। ଆଜି ସକାଳୁ ବଲାଙ୍ଗିର ସହର କାମାକ୍ଷୀନଗର ପଡା ଠାରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ, ସକାଳୁ ପଡାର ନିଲୁ ଛତ୍ରିଆଙ୍କ ଦଶ ବର୍ଷର ଝିଅ ଘରେ ପାଠ ପଢ଼ୁଥିଲା। ଏତିକି ବେଳେ ଏକ ବୋଲେରୋ ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ତାଙ୍କ ଘରେ ପଶିଯାଇଥିଲା। ଫଳରେ ଛାତ୍ରୀ ଜଣଙ୍କ ଗୁରୁତର ହୋଇଛନ୍ତି। ତାଙ୍କ ଅଣ୍ଟାରେ ଆଘାତ ଲାଗିଥିବା ପରିବାର ଲୋକେ କହିଛନ୍ତି। ତାକୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

ବୋଲେରୋ ଡ୍ରାଇଭରକୁ ପଡା ଲୋକେ ଅଟକ ରଖି, ସଦର ପୁଲିସକୁ ଖବର ଦେଇଛନ୍ତି। ପୁଲିସ ଦୁଇ ଜଣଙ୍କୁ ଏହି ମାମଲରେ ଅଟକ ରଖିଛି। ଖବର ଅନୁଯାୟୀ,  ବୋଲେରୋ ଡ୍ରାଇଭର ନିଜେ ଗାଡି ନଚଲାଇ, ଅନ୍ୟ ଜଣକୁ ଗାଡି ଚଲାଇବାକୁ ଦେଇଥିଲେ। ବିନା ଲାଇସେନ୍ସରେ ଠିକ ଭାବରେ ଗାଡି ଚଲାଇବା ଶିଖିନଥିବା ସାଲେପାଲି ଗାଁର ଚନ୍ଦ୍ରଶେଖର ଜାଲ ଭାରସାମ୍ୟ ହରାଇ ଘର ଭିତରକୁ ବୋଲେରୋ ଟିକୁ ପଶାଇ ଦେଇଥିଲେ।

ସେପଟେ ଏହି ଦୁର୍ଘଟଣା ଯୋଗୁଁ ଗାଁର ନୀଲି ଛତ୍ରିଆଙ୍କ ଘର କ୍ଷତିଗ୍ରସ୍ତ ହୋଇଛି। ତାଙ୍କ ଘରର କାନ୍ଥ ଭୁଶୁଡିଯାଇଛି। ସେ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

Related story