ଚୋରି କରିବାକୁ ଯାଇ ହଟହଟା, ସିଲିଣ୍ଡରରେ ନିଆଁ ଲଗାଇ ପାଣି ଟାଙ୍କିରେ ପଶିଲା ଚୋର

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଚୋରି କରିବାକୁ ଯାଇ ନାକେଦମ ହେଲା ଚୋର। ଧରା ପଡ଼ିଯିବା ଭୟରେ କେତେବେଳେ ଗ୍ୟାସ୍‌ ସିଲିଣ୍ଡରରେ ନିଆଁ ଲଗାଇ ଦେଲା ତ କେତେବେଳେ ହାଡ଼ଭଙ୍ଗା ଶୀତରେ ପାଣି ଟାଙ୍କି ଭିତରେ ପଶିଗଲା।  ଶେଷରେ ଧରା ପଡ଼ି ନିର୍ଧୂମ ଛେଚା ଖାଇଲା । ଏପରି ଅଭାବନୀୟ କାଣ୍ଡ ଗତକାଲି ବଲାଙ୍ଗିର ଜିଲ୍ଲା ତୁଳସୀନଗରପଡାରେ ଘଟିଛି। ତୁଳସୀନଗରପଡା ପୁଲିସ୍‌ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିରାଟ କେଶରୀ ପ୍ରଧାନ  ତୁଳସୀନଗରପଡାରେ ନିଜ ପରିବାର ସହ ରୁହନ୍ତି। ଗତକାଲି  ବିରାଟ […]

thief

Niharika Rout
  • Published: Wednesday, 22 December 2021
  • , Updated: 22 December 2021, 10:42 AM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଚୋରି କରିବାକୁ ଯାଇ ନାକେଦମ ହେଲା ଚୋର। ଧରା ପଡ଼ିଯିବା ଭୟରେ କେତେବେଳେ ଗ୍ୟାସ୍‌ ସିଲିଣ୍ଡରରେ ନିଆଁ ଲଗାଇ ଦେଲା ତ କେତେବେଳେ ହାଡ଼ଭଙ୍ଗା ଶୀତରେ ପାଣି ଟାଙ୍କି ଭିତରେ ପଶିଗଲା।  ଶେଷରେ ଧରା ପଡ଼ି ନିର୍ଧୂମ ଛେଚା ଖାଇଲା । ଏପରି ଅଭାବନୀୟ କାଣ୍ଡ ଗତକାଲି ବଲାଙ୍ଗିର ଜିଲ୍ଲା ତୁଳସୀନଗରପଡାରେ ଘଟିଛି।

ତୁଳସୀନଗରପଡା ପୁଲିସ୍‌ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିରାଟ କେଶରୀ ପ୍ରଧାନ  ତୁଳସୀନଗରପଡାରେ ନିଜ ପରିବାର ସହ ରୁହନ୍ତି। ଗତକାଲି  ବିରାଟ କେଶରୀ ସନ୍ଧ୍ୟା ଭ୍ରମଣରେ ଯାଇଥିବା ବେଳେ ତାଙ୍କ ପତ୍ନୀ, ପୁଅ ଭୁବନେଶ୍ୱର ଯାଇଥିଲେ। ଫଳରେ ଘରେ ତାଲା ପଡ଼ିଥିବା ଦେଖି ଚୋରଜଣକ ଘରେ ପଶିଥିଲା।

ବିରାଟ କେଶରୀ ଘରକୁ ଫେରି ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଘର ଭିତରେ କେହି ପଶିଥିବା ସନ୍ଦେହ କରି ପାଖ ପଡୋଶୀଙ୍କୁ ଡାକିଥିଲେ । ଘର ବାହାରେ ପ୍ରବଳ ଲୋକ ଭିଡ଼ ଦେଖି  ଚୋର, ହଠାତ ରୋଷେଇ ଘରୁ ସିଲିଣ୍ଡର ଗ୍ୟାସ ଆଣି ସେଥିରେ ନିଆଁ ଲଗାଇଦେଇଥିଲା । ମାତ୍ର ନିକଟରେ ରିଜର୍ଭ ଅଫିସ ଏବଂ ଫାୟାର ଅଫିସ ଥିବାରୁ ସଂଗେ ସଂଗେ ପୁଲିସ୍‌ ଏବଂ ଫାୟାର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ତା’ପରେ ଘର ଭିତରରେ ପୁଲିସ୍‌ ଓ ଫାୟାର କର୍ମଚାରୀ ପଶିଥିଲେ । ଏହାପରେ ନିଜକୁ ବଞ୍ଚାଇବା ପାଇଁ ପ୍ରବଳ ଥଣ୍ଡା ସତ୍ତ୍ୱେ ଚୋରଜଣକ ବାଥରୁମର ପାଣି ଟାଙ୍କି ଭିତରେ ଛପି ଯାଇଥିଲା । ଏହାପରେ ଖୋଜାଖୋଜି କରି  ପାଣିଟାଙ୍କି ଭିତରୁ ଚୋରକୁ କାବୁ କରିଥିଲା ପୁଲିସ୍‌ । ତାପରେ ଉତ୍ତ୍ୟକ୍ତ ଲୋକେ ତାକୁ ନିର୍ଧୁମ ଛେଚିଥିଲେ ।

ଟାଉନ ଥାନା ପୁଲିସ୍‌ ଚୋରକୁ କାବୁ କରି ଥାନାରେ ଅଟକ ରଖିଛି । ଚୋରର ପରିଚୟ ମିଲିନଥିବା ବେଳେ, ସେ ମାଳପଡାର ଜଣେ ମୋଷ୍ଟୱାଣ୍ଟେଣ୍ଡ କ୍ରିମିନାଲର ଭାଇ ବୋଲି ଚର୍ଚ୍ଚା ହେଉଛି । ସେପଟେ   ଶିକ୍ଷକ ବିରାଟ କେଶରୀ ଘରେ ଛାନଭିନ କରିବାରୁ ୫୨ ହଜାର ଟଙ୍କା ଏବଂ ଦୁଇଟି ସୁନା ହାର ନଥିବା ଜଣାପଡିଛି ।  ସମ୍ପୃକ୍ତ ଚୋର  ଚୋରି ସାମଗ୍ରୀ କେଉଁଠି ଫିଙ୍ଗି ଦେଇଛି ନା କ’ଣ କଲା  ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।

Related story