Advertisment

Stop Rape: ମୁହଁରେ ସ୍ପ୍ରେ ମାରି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଅଟକ

ଯୁବତୀ ଜଣଙ୍କ ମୁଖପିନ୍ଧା ଯୁବକମାନଙ୍କ ମୁହଁ ଦେଖିନଥିବା ବେଳେ ପୁଲିସ ସନ୍ଦେହରେ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ବୀରମହାରାଜପୁର ଏସଡିପିଓ ହେମନ୍ତ ରାଓ କହିଛନ୍ତି, ଯୁବତୀଙ୍କ ଅଭିଯୋଗ ଆଧାରରେ ଯାଞ୍ଚ ଚାଲିଛି। ସନ୍ଦେହରେ ଆମେ ଦୁଇ ଜଣଙ୍କୁ ଅଟକ ରଖିଛୁ। ତଦନ୍ତ ଜାରି ରହିଛି।

Rape
Advertisment

ମୁହଁରେ ସ୍ପ୍ରେ ମାରି ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଦୁଇ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।  ଘଟଣାଟି ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଧର୍ମଶାଳା ଫାଣ୍ଡି ଅଞ୍ଚଳର।

Advertisment

ଏହି ଫାଣ୍ଡି ଅଞ୍ଚଳରେ ଥିବା ଏକ ଘରୋଇ କମ୍ପାନୀରେ ପୀଡ଼ିତା କାମ କରନ୍ତି। ଗତକାଲି ସନ୍ଧ୍ୟାରେ ସେ ସେଠାରୁ ଘରକୁ ଫେରୁଥିବା ବେଳେ ବାଟରେ ତିନି ଜଣ ମୁଖା ପିନ୍ଧା ଯୁବକ ତାଙ୍କୁ ଅଟକାଇ ଥିଲେ। ସେମାନେ ତାଙ୍କୁ ଟଣାଓଟରା କରିଥିଲେ। ତା’ପରେ ତାଙ୍କ ମୁହଁକୁ କିଛି ସ୍ପ୍ରେ କରିଥିଲେ। ତେଣୁ ସେ ଅଚେତ ହୋଇଯାଇଥିଲେ। ଅଚେତ ଅବସ୍ଥାରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ଯୁବତୀ ଜଣଙ୍କ ମୁଖପିନ୍ଧା ଯୁବକମାନଙ୍କ ମୁହଁ ଦେଖିନଥିବା ବେଳେ ପୁଲିସ ସନ୍ଦେହରେ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। 

Advertisment

ବୀରମହାରାଜପୁର ଏସଡିପିଓ ହେମନ୍ତ ରାଓ କହିଛନ୍ତି, ଯୁବତୀଙ୍କ ଅଭିଯୋଗ ଆଧାରରେ ଯାଞ୍ଚ ଚାଲିଛି। ସନ୍ଦେହରେ ଆମେ ଦୁଇ ଜଣଙ୍କୁ ଅଟକ ରଖିଛୁ। ତଦନ୍ତ ଜାରି ରହିଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe