ଅନୁଗୋଳ (ଓଡ଼ିଶା ରିପୋର୍ଟର): ଘର ଲୋକେ ଅନ୍ୟତ୍ର ବିବାହ ଠିକ୍ କରି ଦେବାରୁ ଜଣେ ଯୁବତୀ ତାଙ୍କ ପ୍ରେମିକ ସହ ମିଶି ଆତ୍ମହତ୍ୟା କରିଦେଲେ। ଜଣେ ଯୁବତୀ ଓ ଯୁବକଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିବା ପରେ ଏଭଳି ଆଲୋଚନା ହେଉଛି। ହେଲେ ସତ କ’ଣ, ତାହା ଜାଣିବା ପାଇଁ ପୁଲିସ୍ ତଦନ୍ତ କରୁଛି।
ଏହି ଘଟଣାଟି ଘଟିଛି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ କିଆକଟା ଥାନା ଅନ୍ତର୍ଗତ ବରଡ଼ାକଟା ଗାଁରେ। ଗାଁ ମୁଣ୍ଡରେ ଥିବା ଏକ ଗଛରୁ ଉକ୍ତ ଯୁବତୀ (୨୦ ବର୍ଷ) ଓ ଯୁବକ (୨୩ ବର୍ଷ)ଙ୍କ ଝୁଲନ୍ତା ମୃତଦେହ ମିଳିଛି।
ଯୁବକ ଜଣଙ୍କ ସେହି ଗାଁର ବାସିନ୍ଦା ଥିଲେ। ଅନ୍ୟପକ୍ଷରେ ଯୁବତୀଙ୍କ ଘର ଅନ୍ୟ ଗାଁରେ। କିନ୍ତୁ ସେ ବରଡ଼ାକଟା ଗାଁରେ ଜଣେ ସମ୍ପର୍କୀୟଙ୍କ ଘରେ ରହୁଥିଲେ।
କୁହାଯାଉଛି, ଏହି ଯୁବକ-ଯୁବତୀ ପରସ୍ପରକୁ ଭଲ ପାଉଥିଲେ। କିନ୍ତୁ ଯୁବତୀଙ୍କ ବାହାଘର ଅନ୍ୟତ୍ର ଠିକ୍ ହୋଇଥିଲା। ସେଥିପାଇଁ ଉଭୟେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି।
କିଆକଟା ପୁଲିସ୍ ଘଟଣାର ତଦନ୍ତ କରୁଛି। ଏହା ପ୍ରେମ ଜନିତ ଆତ୍ମହତ୍ୟା ନା ଆଉ କିଛି କାରଣ ରହିଛି, ସେ ବିଷୟରେ ଖୋଳତାଡ଼ କରୁଛି ପୁଲିସ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଓଏଏସ୍ ବଦଳି: ଯସ୍ମିନ ପଟ୍ଟନାୟକ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳସଚିବ, ମନୋଜ ପାଢ଼ୀ ଶିକ୍ଷକ ପ୍ରତିଷ୍ଠାନ ନିର୍ଦ୍ଦେଶକ
ବରିଷ୍ଠ ଓଏଏସ୍ ପୁରିନ୍ଦର ଧରୁଆଙ୍କୁ ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଏବଂ ଓଏଏସ୍ ରୀନା ମହାପାତ୍ରଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି ହୋଇଛି ।
Miscellaneous
୧.୩୬ଲକ୍ଷ କୋଟି ଟଙ୍କାର ଶିଳ୍ପପ୍ରକଳ୍ପକୁ ମଞ୍ଜୁରୀ ଦେଲେ ମୋହନ ସରକାର
ବିଜେପି ସରକାର କ୍ଷମତାକୁ ଆସିବା ପରେ ଦ୍ୱିତୀୟ ଏଚଏଲସିଏ ବୈଠକରେ ମଞ୍ଜୁରୀ। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୭୪୩୫୦ଟି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
Miscellaneous
ପୁଣି ଆଳୁ ଅଟକାଇଲେ ମମତା, ବିଜେଡି-ବିଜେପି ଦୋଷ ଲଦାଲଦି
ଗତକାଲିଠୁ ସୀମାରେ ଅଟକିଛି ଶହ ଶହ ଆଳୁ ଗାଡ଼ି। ଆଳୁ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର। ପରସ୍ପର ଉପରେ ଦୋଷ ଲଦିଲେ ବିଜେଡି-ବିଜେପି।
Crime
କାର୍ ହେଡ୍ଲାଇଟ୍ରେ ହେଉଥିଲା ଗଞ୍ଜେଇ ଚାଲାଣ
କାର ହେଡ୍ ଲାଇଟ୍ ଓ ଡିକି ତଳେ ଗଞ୍ଜେଇ ଥିବା ଅବକାରୀ ବିଭାଗ ଜାଣିବାକୁ ପାଇଥିଲା। ପରେ କାର୍ ଲାଇଟ୍ ଖୋଲି ଗଞ୍ଜେଇ ଜବତ କରାଯାଇଥିଲା।
Miscellaneous
ଭୀମସାରରୁ ଚୋରି ନବଜାତ ଶିଶୁପୁତ୍ର ଉଦ୍ଧାର
ଘଟଣାରେ ସଂପୃକ୍ତ ମହିଳା ଓ ତାଙ୍କ ସ୍ୱାମୀ ଅଟକ। ଚୋରିର ଉଦ୍ଦେଶ୍ୟ ଜଣାପଡି ନାହିଁ, ଅଧିକ ତଦନ୍ତ କରୁଛି ପୁଲିସ।