ଚୋରି ସନ୍ଦେହ: ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚିଲେ ଲୋକେ

Ordigital Desk
  • Published: Sunday, 28 January 2018
  • , Updated: 28 January 2018, 05:41 PM IST
<p>ଆସିକା (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା କବିସୂଯର୍ୟନଗର ଥାନା ଏ.ବରିଡ଼ା ଗାଁରେ ଘଟିଛି ଏକ ଅଭାନବୀୟ ଘଟଣା। ଗ୍ରାମବାସୀ ଜଣେ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚିଛନ୍ତି। ଗାଁରୁ ନିୟମିତ ଚୋରି ହେଉଥିବା ବେଳେ ଏଥିରେ ଯୁବକ ଜଣଙ୍କ ସମ୍ପୃକ୍ତ ଥିବା ସନ୍ଦେହରେ ଗ୍ରାମବାସୀ ଏପରି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି।</p> <p>ଖବର ପାଇ କବିସୂଯର୍ୟନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ପଚରା ଉଚରା କରୁଛି। ମାଡ଼ ଖାଇଥିବା ଯୁବକର ପରିଚୟ ମିଳିପାରି ନାହିଁ।</p> <p>ଦୁଇଦିନ ତଳେ କବିସୂଯର୍ୟନଗର ଥାନାର ବଡ଼ଚଡ଼ଇାପଡା ଗାଁରେ ଚୋର ସଂଦେହରେ ଗାଁ ଲୋକେ ଜଣକୁ ମାଡ଼ ମାରିବା ସହ ଲଣ୍ଡା କରିଥିଲେ। ଅଞ୍ଚଳରେ ଦିନକୁ ଦିନ ଚୋର ବଢୁଥିଲେ ମଧ୍ୟ ପୋଲିସ କିଛି ପଦକ୍ଷେପ ନେଉ ନଥିବାରୁ ଲୋକେ ଆଇନକୁ ହାତକୁ ନେଉଥିବା ଅଭିଯୋଗ ହେଉଛି।</p>

Related story