ରେଭେନ୍ସାରୁ ସାଇନ୍-ଏ-ଡାଏ ଉଠିବା ନେଇ ଆଜି ବସିବ ଆବାସିକ କମିଟି ବୈଠକ

କଟକ(ଓଡ଼ିଶା ରିପୋର୍ଟର):ରେଭେନ୍ସା ବିଶ୍ୱବିଦ୍ୟାଳୟରୁ କେବେ ଉଠିବ ସାଇନ୍-ଏ-ଡାଏ ସେନେଇ ଆଜି ବସିବ ଆବାସିକ କମିଟି ବୈଠକ। ବୈଠକରେ କୁଳପତି, କୁଳସଚିବ, ସବୁ ହଷ୍ଟେଲର ମୁଖ୍ୟ ଓ ଡେପୁଟି ୱାଡେନ୍‌ ପ୍ରମୁଖ ଉପସ୍ଥିତ ରହିବେ। ଛାତ୍ରଛାତ୍ରୀ ହଷ୍ଟେଲ ଛାଡିବା ପ୍ରସଙ୍ଗରେ ମଧ୍ୟ ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପକ୍ଷରେ କୁଳପତିଙ୍କ ସହ ଆଲୋଚନା ପରେ ଗତକାଲି ପ୍ରତ୍ୟାହୃତ ହୋଇଥିଲା ଛାତ୍ର ଆନ୍ଦୋଳନ। ହେଲେ ସାଇନ୍-ଏ-ଡାଏ ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ହୋଇନଥିଲା। ସେହିପରି ମେ’ ୨୮ତାରିଖ ବଦଳରେ ଜୁନ୍‌ ୧୦ ସୁଦ୍ଧା ହଷ୍ଟେଲ ଛାଡ଼ିବା ଲାଗି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଡେଡଲାଇନ ବଢାଇଥିବା ଆନ୍ଦୋଳନରତ ଛାତ୍ର ସୂଚନା ଦେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।