ପୁଷ୍ପଗିରି ଲେକଚର୍ ହଲ୍ କମ୍ପ୍ଲେକ୍ସ ଓ ଋଷିକୂଲ୍ୟା ହଲ୍ ଉଦ୍‌ଘାଟିତ

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଜଟଣୀ ଅରୁଗୁଳ ସ୍ଥିତ ଭୁବନେଶ୍ୱର ଆଇଆଇଟି ପରିସରରେ ପୁଷ୍ପଗିରି ଲେକଚର ହଲ କମ୍ପ୍ଲେକ୍ସ ଓ ଋଷିକୂଲ୍ୟା ହଲକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଆଜି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଶ୍ରୀ ପ୍ରଧାନ ବିଭିନ୍ନ ସମୟରେ ଆଇଆଇଟିକୁ ଆସିବା ବେଳେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ସମସ୍ତ ପ୍ରକାର ସହଯୋଗ କରିଥାନ୍ତି ବୋଲି ଆୟୋଜିତ ଉତ୍ସବରେ ଭୁବନେଶ୍ୱର ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ରାଜା କୁମାର କହିଛନ୍ତି। ତେବେ ଭାରତ ସରକାର ଅନୁଷ୍ଠାନର ଭିତ୍ତିଭୂମି […]

dharmendra-pradhan

Ranjit Kumar Jena
  • Published: Friday, 20 August 2021
  • , Updated: 20 August 2021, 09:15 PM IST

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଜଟଣୀ ଅରୁଗୁଳ ସ୍ଥିତ ଭୁବନେଶ୍ୱର ଆଇଆଇଟି ପରିସରରେ ପୁଷ୍ପଗିରି ଲେକଚର ହଲ କମ୍ପ୍ଲେକ୍ସ ଓ ଋଷିକୂଲ୍ୟା ହଲକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଆଜି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଶ୍ରୀ ପ୍ରଧାନ ବିଭିନ୍ନ ସମୟରେ ଆଇଆଇଟିକୁ ଆସିବା ବେଳେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ସମସ୍ତ ପ୍ରକାର ସହଯୋଗ କରିଥାନ୍ତି ବୋଲି ଆୟୋଜିତ ଉତ୍ସବରେ ଭୁବନେଶ୍ୱର ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ରାଜା କୁମାର କହିଛନ୍ତି।

ତେବେ ଭାରତ ସରକାର ଅନୁଷ୍ଠାନର ଭିତ୍ତିଭୂମି ପାଇଁ ଦୁଇଟି ପର୍ଯ୍ୟାୟରେ ୧୨୬୦କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ୧୪୮ କୋଟି ଟଙ୍କାର ଆଧୁନିକ ଲେକଚର ହଲ ନିର୍ମାଣ ହୋଇଛି।

ସେହିପରି ରୁଷିକୁଲ୍ୟା ହଲ ୮୦୦ ସିଟ୍ ବିଶିଷ୍ଟ ହଷ୍ଟେଲ ବୋଲି ସୂଚନା ଦେଇଛନ୍ତି ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ରାଜା କୁମାର। ଆଜିର ଏହି ଉଦଘାଟନୀ ଉତ୍ସବରେ ଶ୍ରୀ ପ୍ରଧାନଙ୍କ ସହ ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଆରଭି ରାଜା କୁମାର ଓ ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ ରଞ୍ଜନ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Related story