ରେଭେନ୍ସାରେ ଶାନ୍ତି ଫେରାଇ ଆଣିବା ପାଇଁ ଆଜି ବସିବ ଏକାଡେମିକ କାଉନସିଲ ମିଟିଂ

କଟକ(ଓଡ଼ିଶା ରିପୋର୍ଟର): ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଶାନ୍ତ ପରିସ୍ଥିତି ଫେରିବା ପାଇଁ ଆଜି ଏକାଡେମିକ କାଉନସିଲ ମିଟିଂ ହେବାର ସମ୍ଭାବନା ରହିଛି। ଭିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ରେଜିଷ୍ଟ୍ରାରଙ୍କ ସହ ବିଭିନ୍ନ ବିଭାଗର ଅଧ୍ୟକ୍ଷ ଯୋଗ ଦେଇପାରନ୍ତି। ବାତିଲ ହୋଇଥିବା ପରୀକ୍ଷା କେବେ ଏବଂ କିଭଳି ହେବ ସେ ନେଇ ଆଲୋଚନା ହେବ।

ବିବାଦର ସମାଧାନ ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ରିୟାନୁଷ୍ଠାନ କମିଟି ଓ ଏବିଭିପି ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।  ରେଭେନ୍ସା କ୍ୟାମ୍ପସରୁ ତୁରନ୍ତ ସାଇନ୍ ଏ ଡାଏ ଉଠାଯାଇ ବନ୍ଦ ହୋଇଥିବା ପରୀକ୍ଷାକୁ କରିବାକୁ ଦାବି କରିଛନ୍ତି। ଏହାସହ ବିଦ୍ୟାଳୟରେ ଅଶାନ୍ତି ସୃଷ୍ଟି କରୁଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଫି ବୃଦ୍ଧିକୁ ହ୍ରାସ କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି। ସାଇନ-ଏ-ଡାଏ ପରେ ବିଶ୍ୱବିଦ୍ୟାଳୟ ପରିସର ପୋଲିସ ଛାଉଣୀରେ ରହିଛି।

ଗତକାଲି ସମସ୍ତ ଛାତ୍ରଛାତ୍ରୀ ହଷ୍ଟେଲ ଛାଡି ଚାଲି ଯାଇଛନ୍ତି।

ଫି ବୃଦ୍ଧି ପ୍ରତ୍ୟାହାର, ହଷ୍ଟେଲ ନବୀକରଣ ପାଇଁ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ୍ ଛାଡ଼ିବା ନିର୍ଦ୍ଦେଶକୁ ବିରୋଧ, ଚଳିତ ବର୍ଷ ୩ଟି ସେଲ୍ଫ ଫାଇନାନ୍ସିଂ କୋର୍ସ ଖୋଲାଯିବାକୁ ବିରୋଧ କରିବା ସହ ସେଗୁଡ଼ିକୁ ରେଗୁଲାର୍ କରିବା ଆଦି ଦାବିରେ ଛାତ୍ରଛାତ୍ରୀ କୁଳପତିଙ୍କ ଅଫିସ ଘେରାଉ କରିବା ସହ ଧାରଣା ଦେଇଥିଲେ।

Ordigital Desk
• Published: Thursday, 10 May 2018
• Updated: 10 May 2018, 08:00 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଶାନ୍ତ ପରିସ୍ଥିତି ଫେରିବା ପାଇଁ ଆଜି ଏକାଡେମିକ କାଉନସିଲ ମିଟିଂ ହେବାର ସମ୍ଭାବନା ରହିଛି। ଭିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ରେଜିଷ୍ଟ୍ରାରଙ୍କ ସହ ବିଭିନ୍ନ ବିଭାଗର ଅଧ୍ୟକ୍ଷ ଯୋଗ ଦେଇପାରନ୍ତି। ବାତିଲ ହୋଇଥିବା ପରୀକ୍ଷା କେବେ ଏବଂ କିଭଳି ହେବ ସେ ନେଇ ଆଲୋଚନା ହେବ।

ବିବାଦର ସମାଧାନ ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ରିୟାନୁଷ୍ଠାନ କମିଟି ଓ ଏବିଭିପି ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।  ରେଭେନ୍ସା କ୍ୟାମ୍ପସରୁ ତୁରନ୍ତ ସାଇନ୍ ଏ ଡାଏ ଉଠାଯାଇ ବନ୍ଦ ହୋଇଥିବା ପରୀକ୍ଷାକୁ କରିବାକୁ ଦାବି କରିଛନ୍ତି। ଏହାସହ ବିଦ୍ୟାଳୟରେ ଅଶାନ୍ତି ସୃଷ୍ଟି କରୁଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଫି ବୃଦ୍ଧିକୁ ହ୍ରାସ କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି। ସାଇନ-ଏ-ଡାଏ ପରେ ବିଶ୍ୱବିଦ୍ୟାଳୟ ପରିସର ପୋଲିସ ଛାଉଣୀରେ ରହିଛି।

ଗତକାଲି ସମସ୍ତ ଛାତ୍ରଛାତ୍ରୀ ହଷ୍ଟେଲ ଛାଡି ଚାଲି ଯାଇଛନ୍ତି।

ଫି ବୃଦ୍ଧି ପ୍ରତ୍ୟାହାର, ହଷ୍ଟେଲ ନବୀକରଣ ପାଇଁ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ୍ ଛାଡ଼ିବା ନିର୍ଦ୍ଦେଶକୁ ବିରୋଧ, ଚଳିତ ବର୍ଷ ୩ଟି ସେଲ୍ଫ ଫାଇନାନ୍ସିଂ କୋର୍ସ ଖୋଲାଯିବାକୁ ବିରୋଧ କରିବା ସହ ସେଗୁଡ଼ିକୁ ରେଗୁଲାର୍ କରିବା ଆଦି ଦାବିରେ ଛାତ୍ରଛାତ୍ରୀ କୁଳପତିଙ୍କ ଅଫିସ ଘେରାଉ କରିବା ସହ ଧାରଣା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos