ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦାବି ମାନିନିଅନ୍ତୁ ସରକାର: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୫୦ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପ୍ରତି ରାଜ୍ୟ ସରକାରଙ୍କର ଅବହେଳା ଅକ୍ଷମଣୀୟ ଓ ସେମାନଙ୍କର ଦାବିକୁ ତୁରନ୍ତ ମାନିନିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ କହିଛନ୍ତି ଯେ, ଏହି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ କରୋନା ମହାମାରୀ ଯୁଦ୍ଧରେ ଆଗାଧାଡ଼ିର ସୈନିକ ଭାବରେ କାମ କରୁଛନ୍ତି। ସେମାନଙ୍କ ଭିତରେ ଷ୍ଟାଫ ନର୍ସ, […]

congress

congress

Manoranjan Sial
  • Published: Thursday, 09 July 2020
  • Updated: 09 July 2020, 11:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୫୦ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପ୍ରତି ରାଜ୍ୟ ସରକାରଙ୍କର ଅବହେଳା ଅକ୍ଷମଣୀୟ ଓ ସେମାନଙ୍କର ଦାବିକୁ ତୁରନ୍ତ ମାନିନିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି।

କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ କହିଛନ୍ତି ଯେ, ଏହି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ କରୋନା ମହାମାରୀ ଯୁଦ୍ଧରେ ଆଗାଧାଡ଼ିର ସୈନିକ ଭାବରେ କାମ କରୁଛନ୍ତି। ସେମାନଙ୍କ ଭିତରେ ଷ୍ଟାଫ ନର୍ସ, ପାରା ମେଡ଼ିକାଲ ଷ୍ଟାଫ୍‌, ପୋଲିସ, ଶିକ୍ଷକ ଇତ୍ୟାଦି ସାମିଲ ଅଛନ୍ତି ଯେଉଁମାନେକି ଏବେ ଜୀବନକୁ ବାଜି ଲଗାଇ କରୋନା ମହାମାରୀ ଯୁଦ୍ଧରେ କାର୍ଯ୍ୟରତ। ସରକାର ଆଗଧାଡ଼ିର କରୋନା ଯୋଦ୍ଧାମାନଙ୍କ ପ୍ରତି ବାରମ୍ବାର ସହାନୁଭୂତି ଓ ସମ୍ମାନର କଥା କହୁଥିଲାବେଳେ ଏମାନଙ୍କୁ ଦିନମଜୁରିଆଙ୍କଠୁ ବି କମ୍ ଦରମା ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେମାନେ ନିଜର ନ୍ୟାୟୋଚିତ ପ୍ରାପ୍ୟ ପାଇଁ ସାମାଜିକ ଗଣମାଧ୍ୟମରେ ସ୍ୱର ଉଠାଉଥିବାବେଳେ ସେମାନଙ୍କୁ ସରକାର ନାଲିଆଖି ଦେଖାଉଛନ୍ତି ଏବଂ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି। ଏହା ଗଣତାନ୍ତ୍ରିକ ଓ ପ୍ରତିବାଦ କରିବାର ଅଧିକାରକୁ ଖର୍ବ କରୁଛି। ସରକାର ତୁରନ୍ତ ସେମାନଙ୍କର ନ୍ୟାୟୋଚିତ ଦାବି ପୂରଣକରିବା ସହିତ ସେମାନଙ୍କୁ ନାଲିଆଖି ଦେଖାଇବାରୁ କ୍ଷାନ୍ତ ହୁଅନ୍ତୁ ବୋଲି କଂଗ୍ରେସ ଦାବି କରୁଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାର ବିଜେଡ଼ି ସରକାର ୨୦୧୩ ମସିହାରୁ ଠିକା ନିଯୁକ୍ତି ନିୟମ ଲାଗୁ କରି ଗ୍ରୁପ-ବି,ସି ଓ ଡି ବର୍ଗରେ ନିଯୁକ୍ତି ଦେଇ ଆସୁଛନ୍ତି। ଏମାନେ ପବ୍ଲିକ୍ ସରିଭିସ୍ କମିଶନ ଓ ଷ୍ଟାପ ସିଲେକ୍‌ସନ ମାଧ୍ୟମରେ ଚୟନ ହୋଇ ସରକାରୀ ମଞ୍ଜରୀପ୍ରାପ୍ତ ପଦବୀ ଗୁଡ଼ିକରେ ନିଯୁକ୍ତି ପାଇଁ କାର୍ଯ୍ୟ କରୁଛନ୍ତି। ମାତ୍ର ଏମାନଙ୍କୁ ନିୟମିତ ସରକାରୀ କର୍ମଚାରୀଙ୍କ ଭଳି ପ୍ରାପ୍ୟ ମିଳୁନାହିଁ। ୨୦୧୬ ମସିହାରେ ମାନ୍ୟବର ସ୍ରୁପ୍ରିମକୋର୍ଟ ତାଙ୍କର ଏକ ରାୟରେ ଆନୁଷ୍ଠାନିକ ଚୟନ ପ୍ରକ୍ରିୟାରେ ନିଯୁକ୍ତିପ୍ରାପ୍ତ ସମସ୍ତ କର୍ମଚାରୀମାନଙ୍କ ପାଇଁ ସମାନ କାମକୁ ସମାନ ଦରମା ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ରାଜ୍ୟ ସରକାର ତାକୁ କାର୍ଯ୍ୟକାରୀ ନକରିବା ଦୁର୍ଭାଗ୍ୟଜନକ। ସରକାର ତୁରନ୍ତ ସେମାନଙ୍କ ଦାବିଗୁଡ଼ିକୁ ପୂରଣ କରନ୍ତୁ ଏବଂ ନାଲିଆଖି ଦେଖାଇବାରୁ କ୍ଷାନ୍ତ ରୁହନ୍ତୁ ବୋଲି କଂଗ୍ରେସ ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ସୁଦର୍ଶନ ଦାସ ଓ ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story