ପୁଅ ମୁଣ୍ଡରେ ଦେଖିପାରିଲେନି ନୋଳମୁକୁଟ, ବାହାଘର ଆଗରୁ ଆଖିମୁଦିଲେ ବରପିତା

Ordigital Desk
  • Published: Sunday, 18 February 2018
  • , Updated: 18 February 2018, 11:54 AM IST
<p>ଭବାନୀପାଟଣା(ଓଡିଶା ରିପୋର୍ଟର): ଆଉ ମାତ୍ର ଅଧଘଣ୍ଟା ବାକି ଥିଲା କନ୍ୟା ଘରେ ପହଞ୍ଚିବାକୁ। ପୁଅ ବାହା କରି ବୋହୂ ଆଣିଥାନ୍ତେ ଘରକୁ। ହେଲେ ସବୁ ଓଲଟ ପାଲଟ ହୋଇଗଲା। ପୁଅ ମୁଣ୍ଡରେ ଦୋଳମୁକୁଟ ଦେଖିବା ହୁଏତ ତାଙ୍କ ଭାଗ୍ୟରେ ନ ଥିଲା। ଦେଖୁଦେଖୁ ସବୁ ସୁଖ ଲୁହରେ ମିଳେଇଗଲା। କନ୍ୟା ଘରେ ପହଞ୍ଚିବା ଆଗରୁ ସବୁଦିନ ଲାଗି ଆଖି ମୁଦିଦେଲେ ବରପିତା। ଏମିତି ଏକ ଦୁଃଖଦାୟକ ଘଟଣା ଘଟିଛି କଳାହାଣ୍ଡି ଜିଲା ଭବାନୀପଟଣାରେ।<br /> ରାୟପୁରରୁ ଏକ ବରଯାତ୍ରୀ ଦଳ ଭବାନୀପାଟଣାର ଅଳକାବାହାଳିପଡା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ହେଲେ କିଏ ଜାଣିଥିଲା ଏହି ଯାତ୍ରାପଥ ଏତେ ମାରାତ୍ମକ ହେବ ବୋଲି। ଦେଖୁ ଦେଖୁ ଘଟିଗଲା ଏମିତି କାଣ୍ଡ। ଭବାନୀପାଟଣା ମୁହାଁ ହୋଇଥିବା ବରଯାତ୍ରୀଙ୍କ ଏକ ସ୍କର୍ପିଓ ଗାଡି ଖଇରାମାଳ ପୋଲ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଲା। ଏଇ ଗାଡିରେ ବସିଥିଲେ ବରର ପିତା ଓ ମାମୁ। ଉଭୟଙ୍କର ଘଟଣାସ୍ଥଳରେ ପ୍ରାଣହାନୀ ଘଟିଥିଲା। ଗାଡିରେ ଥିବା ୫ ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସିତ କରାଯାଉଛି। ଆଉ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଜୀବନ ଆଉ ଅଧଘଣ୍ଟେ ଅଟକି ଯାଇଥାନ୍ତା କି !</p>

Related story