ଧକ୍କା ଦେଲା ଟ୍ୟାଙ୍କର; ରାସ୍ତା ତଳକୁ ଖସି ଗଲା ବସ୍‌

Ordigital Desk
  • Published: Sunday, 28 January 2018
  • , Updated: 28 January 2018, 09:39 AM IST
<p>ଜୟପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୪୦ ଜଣ ତୀର୍ଥଯାତ୍ରୀ। ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି ହାଟପଦା ଛକରେ।<br /> ସୂଚନା ଅନୁସାରେ କୁନ୍ଦୁଲିର ୪୦ଜଣ ଯାତ୍ରୀ ଏକ ଘରୋଇ ବସ୍&zwnj;ରେ ତୀର୍ଥ କରିବାକୁ ଯାଇଥିଲେ। ହେଲେ ଆଜି ସକାଳେ ଗାଁକୁ ଫେରି ବସ୍&zwnj;ରୁ ଯାତ୍ରୀମାନେ ଓହ୍ଲାଉ ଥିବା ସମୟରେ ହାଟପଦା ଛକ ନିକଟରେ ହଠାତ୍ ଏକ ଟ୍ୟାଙ୍କର ଧକ୍କା ଦେଇଥିଲା। ଫଳରେ ବସ୍&zwnj;ଟି ରାସ୍ତା କଡ଼ରୁ ତଳକୁ ଖସି ଯାଇଥିଲା। ଏହି ଦୁର୍ଘଟଣାରେ ୪୦ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପଟାଙ୍ଗି ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଛି।</p>

Related story