Advertisment

ହତ୍ୟା ପାଇଁ ରଚାଯାଇଥିଲା ଦୁର୍ଘଟଣା ଷଡ଼ଯନ୍ତ୍ର, ସିସିଟିଭିରେ ଧରାପଡ଼ିଲା ସତ!

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ସିରିଜ୍‌ ଦୁର୍ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ। ଦୁର୍ଘଟଣା ନୁହେଁ, ଏହା ପଛରେ ଥିଲା ହତ୍ୟା ଷଡ଼ଯନ୍ତ୍ର। ଗାଡ଼ି ଚଢ଼ାଇ ହତ୍ୟା କରିବାକୁ ରଚାଯାଇଥିଲା ଦୁର୍ଘଟଣା ଷଡ଼ଯନ୍ତ୍ର। ତେବେ ଏହାର ପର୍ଦ୍ଦାଫାସ କରିଛି ସିସିଟିଭି। ସିସିଟିଭିରେ କଏଦ ଦୃଶ୍ୟ ଦେଖିଲେ କୌଣସି ଦ୍ୱନ୍ଦ୍ୱ ରହୁନି ଯେ ମିନି ଟ୍ରକ୍‌ଟି ଉଦ୍ଦେଶ୍ୟମୂଳକ ଭାବେ ତା’ ଆଗରେ ଯାଉଥିବା ବାଇକ୍‌କୁ ପିଟି ଥିଲା। ଆଉ ତା’ପରେ ସାମ୍ନାରୁ ଆସୁଥିବା ଟ୍ରକ୍‌ରେ ବାଡ଼େଇ ହୋଇଥିଲା। ତେବେ ପୁଲିସ୍ […]

ଅଦ୍ୟତନ ହୋଇଛି
ହତ୍ୟା ପାଇଁ ରଚାଯାଇଥିଲା ଦୁର୍ଘଟଣା ଷଡ଼ଯନ୍ତ୍ର, ସିସିଟିଭିରେ ଧରାପଡ଼ିଲା ସତ!

Accident

Advertisment

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ସିରିଜ୍‌ ଦୁର୍ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ। ଦୁର୍ଘଟଣା ନୁହେଁ, ଏହା ପଛରେ ଥିଲା ହତ୍ୟା ଷଡ଼ଯନ୍ତ୍ର। ଗାଡ଼ି ଚଢ଼ାଇ ହତ୍ୟା କରିବାକୁ ରଚାଯାଇଥିଲା ଦୁର୍ଘଟଣା ଷଡ଼ଯନ୍ତ୍ର। ତେବେ ଏହାର ପର୍ଦ୍ଦାଫାସ କରିଛି ସିସିଟିଭି।

Advertisment

ସିସିଟିଭିରେ କଏଦ ଦୃଶ୍ୟ ଦେଖିଲେ କୌଣସି ଦ୍ୱନ୍ଦ୍ୱ ରହୁନି ଯେ ମିନି ଟ୍ରକ୍‌ଟି ଉଦ୍ଦେଶ୍ୟମୂଳକ ଭାବେ ତା’ ଆଗରେ ଯାଉଥିବା ବାଇକ୍‌କୁ ପିଟି ଥିଲା। ଆଉ ତା’ପରେ ସାମ୍ନାରୁ ଆସୁଥିବା ଟ୍ରକ୍‌ରେ ବାଡ଼େଇ ହୋଇଥିଲା। ତେବେ ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।

ପ୍ରାରମ୍ଭରେ ପୁଲିସ୍ ମଧ୍ୟ ଏହା ଏକ ଦୁର୍ଘଟଣା ବୋଲି ମନେ କରିଥିଲା। କିନ୍ତୁ ଏହି ଦୁର୍ଘଟଣାରେ ଆହତ ଚିତ୍ତ ମହାନ୍ତି ଓ ସାନୁ ନାୟକ ସେମାନଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା ବୋଲି ଅଭିଯୋଗ କରିଥିଲେ। ଆହତ ଚିତ୍ତ କାହା ନାଁ ନେଇ ନଥିବା ବେଳେ ତାଙ୍କ ନାଁ ନେଇଥିଲେ ସାନୁ। ପରେ ସାମ୍ନାକୁ ଆସିଥିଲା ଦୁର୍ଘଟଣାସ୍ଥଳରେ ଲାଗିଥିବା ସିସିଟିଭିରେ କଏକ ଦୃଶ୍ୟ। ଏବେ ପୁଲିସ୍ ବି ସନ୍ଦେହ କରୁଛି ଯେ ଏହି ଦୁର୍ଘଟଣା ପଛରେ ରହିଛି ହତ୍ୟା ଷଡ଼ଯନ୍ତ୍ର। ସେଥିପାଇଁ ପୁଲିସ୍ ଚିତ୍ତ ମହାନ୍ତି ଓ ତାଙ୍କର ୨ ସହଯୋଗୀଙ୍କୁ ଅଟକ ରଖିଛି। ଚିତ୍ତଙ୍କ ନାଁରେ ଆଇପିସିର ଧାରା ୩୦୭ (ହତ୍ୟା ଉଦ୍ୟମ), ୩୦୨ (ହତ୍ୟା) ଓ ୧୨୦ ବି (ଷଡ଼ଯନ୍ତ୍ର) ଦଫା ଲଗାଇଛି ବୋଲି ବଲାଙ୍ଗିର ଏସ୍‌ଡିପିଓ ତୋଫାନ ବାଗ କହିଛନ୍ତି। ଦଫା ଗୁଡ଼ିକୁ ଦେଖିଲେ ଲାଗୁଛି ପୁଲିସ୍ ହାତରେ ଠୋସ୍ ପ୍ରମାଣ ଲାଗି ସାରିଛି।

Advertisment

ବାଇକ୍‌କୁ ପିଟିଥିବା ମିନି ଟ୍ରକ୍‌ରେ ନିଜେ ଚିତ୍ତ ମହାନ୍ତି ଥିଲେ। ସିସିଟିଭି ଫୁଟେଜରୁ ଏହା ସ୍ପଷ୍ଟ ହୋଇସାରିଛି। ଯଦିଓ ସେ ଗତକାଲି କହିଥିଲେ ଯେ ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ। ଚିତ୍ତଙ୍କ ସହିତ ମିନି ଟ୍ରକ୍‌ରେ ଆଉ ଜଣେ ଥିଲେ। ସେ ଡ୍ରାଇଭର ବୋଲି କୁହାଯାଉଛି।

ଚିତ୍ତ ମହାନ୍ତିଙ୍କ ବାମ ଗୋଡ଼ ଭାଙ୍ଗି ଯାଇଛି। ତେଣୁ ହସ୍‌ପିଟାଲ୍‌ରେ ପୁଲିସ୍ ହେପାଜତରେ ତାଙ୍କର ଚିକିତ୍ସା ଚାଲିଛି। ଚିତ୍ତ ଗତକାଲି ଚିକିତ୍ସା ପାଇଁ ୱାଲଟିୟର ଯାଉଥିବା ବେଳେ ଓଡ଼ିଶା-ଆନ୍ଧ୍ର ସୀମା ଥେରୁବାଲି ନିକଟରେ ତାଙ୍କୁ ସ୍ଥାନୀୟ ପୁଲିସ୍ ଅଟକାଇ ଥିଲା। ପରେ ତାଙ୍କୁ ବଲାଙ୍ଗିର ଅଣାଯାଇ ଚିକିତ୍ସା କରାଯାଉଛି। ଚିତ୍ତଙ୍କ ଅନ୍ୟ ଦୁଇ ସହଯୋଗୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।

ଗତକାଲି ମିନି ଟ୍ରକ୍‌ ଧକ୍କାରେ ଶ୍ରୀକାନ୍ତ ବାଗଙ୍କ ମୃତ୍ୟୁ ହୋଇଥିଲା। ତେବେ ତାଙ୍କୁ ହତ୍ୟା କରିବାକୁ ଏ ଷଡ଼ଯନ୍ତ୍ର ହୋଇ ନଥିଲା। ବାଇକରେ ତାଙ୍କ ପଛରେ ବସିଥିବା ସାନୁ ନାୟକ ଥିଲେ ଟାର୍ଗେଟରେ। ଅଭିଯୁକ୍ତ ଚିତ୍ତ ମହାନ୍ତିଙ୍କ ସହିତ ତାଙ୍କର ଜମିକୁ ନେଇ ବିବାଦ ଚାଲିଛି। ସେଥିପାଇଁ ଏ ଘଟଣା ପଛରେ ଚିତ୍ତ ମହାନ୍ତିଙ୍କ ହାତ ରହିଛି ବୋଲି ଗତକାଲି ସାନୁ ଅଭିଯୋଗ କରିଥିଲେ। ତାଙ୍କୁ ମାରିବାକୁ ଷଡ଼ଯନ୍ତ୍ର ରଚା ଯାଇଥିଲା ସେ କହିଥିଲେ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ସାନୁଙ୍କ ବଡ଼ ଭାଇଙ୍କୁ ମଧ୍ୟ ଗାଡ଼ି ଚପାଇ ହତ୍ୟା କରିବାକୁ ଉଦ୍ୟମ ହୋଇଥିଲା। ସେ ବି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Murder Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe