Advertisment

'ଫୋନ୍ ଦେବୁ, ଚାକିରି ଦେବୁ, ୪ ଦିନରେ ଛାଡ଼ି ଦେବୁ'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲାରେ ଗିରଫ ଅଭିଯୁକ୍ତ ସରୋଜ ସେଠୀକୁ ଆଜି ଘଟଣାସ୍ଥଳକୁ ନେଇ SIT ଟିମ୍ କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଛି। ତେବେ ସରୋଜ ଯିବାର କୌଣସି ଖବର ତାଙ୍କ ଘରଲୋକଙ୍କୁ ଦିଆଯାଇନଥିଲା। ବରଂ ତାଙ୍କ ପରିବାର ଲୋକଙ୍କୁ ଘରେ ବନ୍ଦ କରି ରଖାଯାଇଥିବା ଅଭିଯୋଗ ଆଣିଛନ୍ତି ସରୋଜଙ୍କ ଭଉଣୀ। ଏ ନେଇ ସରୋଜର ଭଉଣୀ କହିଛନ୍ତି, ଆମେ ଭଉଣୀ ଓ ଭିଣୋଇ ଘରକୁ ଆସିଛୁ। କିନ୍ତୁ ଆମେ […]

ଅଦ୍ୟତନ ହୋଇଛି
'ଫୋନ୍ ଦେବୁ, ଚାକିରି ଦେବୁ, ୪ ଦିନରେ ଛାଡ଼ି ଦେବୁ'

pari

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲାରେ ଗିରଫ ଅଭିଯୁକ୍ତ ସରୋଜ ସେଠୀକୁ ଆଜି ଘଟଣାସ୍ଥଳକୁ ନେଇ SIT ଟିମ୍ କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଛି। ତେବେ ସରୋଜ ଯିବାର କୌଣସି ଖବର ତାଙ୍କ ଘରଲୋକଙ୍କୁ ଦିଆଯାଇନଥିଲା। ବରଂ ତାଙ୍କ ପରିବାର ଲୋକଙ୍କୁ ଘରେ ବନ୍ଦ କରି ରଖାଯାଇଥିବା ଅଭିଯୋଗ ଆଣିଛନ୍ତି ସରୋଜଙ୍କ ଭଉଣୀ।

Advertisment

ଏ ନେଇ ସରୋଜର ଭଉଣୀ କହିଛନ୍ତି, ଆମେ ଭଉଣୀ ଓ ଭିଣୋଇ ଘରକୁ ଆସିଛୁ। କିନ୍ତୁ ଆମେ ଜାଣିନୁ ଯେ ଆମ ଭାଇ ଆସିଛି। ଏପରିକି ମା' ବି ଜାଣିନି ଯେ ତା'ର ପୁଅ ଆଜି ଆସିଛି। ଆମକୁ ଘର ଭିତରେ ବନ୍ଦ କରି ରଖିଦେଲେ। କହିଲେ ମାଉସୀ ଆମେ ୫ ମିନିଟ୍ ଆପଣଙ୍କ ସହ କଥା ହେବୁ। ୫ ମିନିଟ୍ କହି ଆମକୁ ଅଧ ଘଣ୍ଟା କାଳ ଗୋଟିଏ ରୁମ୍ ଭିତରେ ବନ୍ଦ କରିଦେଲେ। ଆମେ ଜାଣିନଥିଲୁ ଯେ ଆମ ଭାଇ ଆଜି ଆସିଛି। ସେ ଗଲା ପରେ ଆମେ ସବୁ ଜାଣିଲୁ। କହିଲେ ଆମେ ସାରଙ୍କୁ ଫୋନ୍ କରୁଛୁ। ସାର୍ କ'ଣ ଘରେ ଖୋଜାଖୋଜି କରୁଛନ୍ତି। ଘରେ ଖୋଜାଖୋଜି କରିସାରିବା ପରେ ଆମେ କହିବୁ।

ସରୋଜର ଭଉଣୀ ଆହୁରି କହିଛନ୍ତି, ପୁଲିସ୍ ମୋ ମାଆକୁ କହୁଛନ୍ତି, ମାଉସୀ ଲୋ ଏମିତି କ'ଣ ପିଲାମାନେ ଭୁଲ୍ କରୁନାହାନ୍ତି। ତାକୁ ଜମା ସତର ବୟସ ହୋଇଛି। ଆଉ ସେ ନାବାଳକ ଏବଂ ଆମେ ତାକୁ ଛାଡ଼ି ଦେବୁ। ଏହାସହ ଆମେ ଗୋଟିଏ ଓକିଲ ଦେବୁ ଏବଂ ତୁମ ପିଲାକୁ ୪ ଦିନ ଭିତରେ ଛାଡ଼ି ଦେବୁ। ତୁମ ପୁଅ ଆମ ପାଖରେ ଭଲରେ ଖାଉଛି, ଭଲରେ କଥାବାର୍ତ୍ତା କରୁଛି। ତୁମ ପୁଅ ବହୁତ ଭଲ।

Advertisment

ସରୋଜଙ୍କ ଭଉଣୀ SIT ମୁଖ୍ୟଅରୁଣ ବୋଥ୍ରାଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଯେ, ଅରୁଣ ବୋଥ୍ରା ସାର୍ ମୋ ଭାଇକୁ ଗୋଟିଏ ରୁମ୍ ଭିତରେ ବାଡ଼େଇବି ଓ ମାରିକି ବତାଶିଖିଆ କରୁଛନ୍ତି। ଯେହେତୁ ମୋ ଭାଇ ସବୁ କଥା ଆଗରୁ କହିସାରିଛି, ସେଥିପାଇଁ ତାକୁ ଫସା ଯାଉଛି। ମୋ ଭାଇ ପୂରା ନିର୍ଦ୍ଦୋଷ।

ଅଧିକ ପଢ଼ନ୍ତୁ : ବାପା-ମାଆଙ୍କୁ ଶିଳପୁଆରେ ପିଟି ମାରିଦେଲା ନିଷ୍ଠୁର ପୁଅ

ମୋ ଭଉଣୀକୁ ଆଜି ରୁମ୍ ଭିତରେ ବନ୍ଦ କରି କହୁଛନ୍ତି, ଆମେ ତମକୁ ଗୋଟିଏ ନୂଆ ଫୋନ୍ ଦେବୁ। ଏହାସହ ଚାକିରି କରାଇଦେବୁ ବୋଲି ମୋ' ଭଉଣୀକୁ କହିଛନ୍ତି। ମୋ ବୋଉକୁ କହୁଛନ୍ତି, ମାଉସୀ ଲୋ ତୁ ବସୁନୁ। ତୁ ଜୋଡ଼େ ଖାଇଦେ। ମୁଁ ଗର୍ଭବତୀ ଅଛି ଏବଂ ବାଥରୁମ୍ ଯିବା କହିବାରୁ ମୋତେ ଛାଡ଼ିଲେନି ବୋଲି କହିଛନ୍ତି ସରୋଜଙ୍କ ଭଉଣୀ।

SIT Investigation Pari Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe