‘ଡିଏଫଓଙ୍କ ପଛରେ ମନ୍ତ୍ରୀ’

  • Published: Saturday, 01 July 2023
  • , Updated: 01 July 2023, 05:00 PM IST

ବହୁଚର୍ଚ୍ଚିତ ଏସସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି ସତ୍ତ୍ୱେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ ନ କରିବାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି । ୨୮ ତାରିଖରୁ କୋର୍ଟ ଅଭିଯୁକ୍ତ ଡିଏଫଓ, ବିଦ୍ୟାଭାରତୀ ଏବଂ ରୋଷେୟା ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିବା ସତ୍ତ୍ୱେ କାହିଁକି ଆଜି ଯାଏଁ ପୁଲିସ ତାକୁ କାର୍ଯ୍ୟକାରୀ କରୁନି ? ଗିରଫ ନହେବା ପଛରେ ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତଥା ଏବେର ଅର୍ଥ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ପୃଷ୍ଠ ପୋଷକତା ସାଜିଥିବା ବିଜେପିର ଅଭିଯୋଗ। ଏବେ ବି ମନ୍ତ୍ରୀ ଡ଼ିଏଫଓଙ୍କ ପଛରେ ଢାଲ ହୋଇ ରହିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

Related story