ଦିବ୍ୟାଙ୍ଗ ସିପୁନଙ୍କ ଆଶା ପୂରଣ କଲେ ଅନୁଭବ

କଟକ (ଓଡ଼ିଶା ରିପୋର୍ଟର): ଅଭିନେତା ଅନୁଭବ ମହାନ୍ତି ଜଣେ ଦିବ୍ୟାଙ୍ଗଙ୍କୁ ଭେଟିଛନ୍ତି। ତାଙ୍କ ନାଁ ସିପୁନ। କଟକ ଏସସିବି ପରିସରରେ ରହୁଥିବା ସିପୁନଙ୍କ ଘରକୁ ଯାଇ ତାଙ୍କ ସହିତ କିଛି ସମୟ କାଟିଛନ୍ତି ଅନୁଭବ। ସିପୁନଙ୍କ ଆଖିର ଥିବା ସମସ୍ୟାର ଚିକିତ୍ସା ପାଇଁ ସେ ସାହାଯ୍ୟ କରିବେ ବୋଲି ମଧ୍ୟ କହିଛନ୍ତି। ସୋଶାଲ୍‌ ମିଡିଆରେ ସିପୁନ ନିଜର ପ୍ରିୟ ଷ୍ଟାର ଅନୁଭବଙ୍କୁ ଦେଖିବେ ବୋଲି ନିବେଦନ କରିଥିଲେ। ସୋଶାଲ୍‌ ମିଡିଆରେ ସିପୁନଙ୍କ ନିବେଦନ ଭିଡିଓ ଦେଖିବା ପରେ […]

sipun

Jitendra Garnayak
  • Published: Monday, 15 October 2018
  • , Updated: 15 October 2018, 09:48 AM IST

କଟକ (ଓଡ଼ିଶା ରିପୋର୍ଟର): ଅଭିନେତା ଅନୁଭବ ମହାନ୍ତି ଜଣେ ଦିବ୍ୟାଙ୍ଗଙ୍କୁ ଭେଟିଛନ୍ତି। ତାଙ୍କ ନାଁ ସିପୁନ।

କଟକ ଏସସିବି ପରିସରରେ ରହୁଥିବା ସିପୁନଙ୍କ ଘରକୁ ଯାଇ ତାଙ୍କ ସହିତ କିଛି ସମୟ କାଟିଛନ୍ତି ଅନୁଭବ। ସିପୁନଙ୍କ ଆଖିର ଥିବା ସମସ୍ୟାର ଚିକିତ୍ସା ପାଇଁ ସେ ସାହାଯ୍ୟ କରିବେ ବୋଲି ମଧ୍ୟ କହିଛନ୍ତି।

ସୋଶାଲ୍‌ ମିଡିଆରେ ସିପୁନ ନିଜର ପ୍ରିୟ ଷ୍ଟାର ଅନୁଭବଙ୍କୁ ଦେଖିବେ ବୋଲି ନିବେଦନ କରିଥିଲେ।

ସୋଶାଲ୍‌ ମିଡିଆରେ ସିପୁନଙ୍କ ନିବେଦନ ଭିଡିଓ ଦେଖିବା ପରେ ତାଙ୍କୁ ଭେଟିବାକୁ ଅନୁଭବ ସ୍ଥିର କରିଥିଲେ।

ଅବଶ୍ୟ ପୂର୍ବରୁ ବି ସିପୁନ୍ ଅନୁଭବଙ୍କୁ ଭେଟି ଥିଲେ। ସିପୁନ୍ ତାଙ୍କ ଘରକୁ ଯାଇଥିଲେ। ସିପୁନ୍‌ଙ୍କୁ ସେ ତାଙ୍କ ଘରକୁ ଆସିବାକୁ କହିଛନ୍ତି।

ଅନୁଭବ ମହାନ୍ତି ଘରକୁ ଆସିଥିବାରୁ ସିପୁନ ବହୁତ ଖୁସି ବୋଲି କହିଛନ୍ତି ତାଙ୍କ ମା’। ସିପୁନଙ୍କ ଚିକିତ୍ସା ପାଇଁ ସେ ଅନୁଭବଙ୍କୁ ସାହାଯ୍ୟ ମାଗିଛନ୍ତି।

Related story