‘ମୁଁ ସବ୍ୟସାଚୀଙ୍କ ଜୀବନକୁ ମାଟି କରିଦେଇଛି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଶୀର୍ଷକ ପଢ଼ି ଆପଣ ଟିକେ ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚିତ। ପ୍ରକୃତରେ ଏହା ରିଏଲ ନୁହଁ ବରଂ ରିଲ୍‌ର କାହାଣୀ। ଓଲିଉଡ୍‌ ଷ୍ଟାର ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ଅଭିନୀତି ଫିଲ୍ମ ‘ମାଲ ମହୁ ଜୀବନ ମାଟି’ ଫିଲ୍ମ ଆସନ୍ତା ନଭେମ୍ବର ୮ ତାରିଖରେ ରିଲିଜ୍‌ ହେଉଛି। ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଲିନା ସାମନ୍ତ ରାୟ ଫିଲ୍ମର ବିଷୟବସ୍ତକୁ ନେଇ ସମ୍ୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ଫିଲ୍ମରେ […]

fcb

fcb

Tapas Behera
  • Published: Wednesday, 23 October 2019
  • Updated: 23 October 2019, 07:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଶୀର୍ଷକ ପଢ଼ି ଆପଣ ଟିକେ ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚିତ। ପ୍ରକୃତରେ ଏହା ରିଏଲ ନୁହଁ ବରଂ ରିଲ୍‌ର କାହାଣୀ। ଓଲିଉଡ୍‌ ଷ୍ଟାର ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ଅଭିନୀତି ଫିଲ୍ମ ‘ମାଲ ମହୁ ଜୀବନ ମାଟି’ ଫିଲ୍ମ ଆସନ୍ତା ନଭେମ୍ବର ୮ ତାରିଖରେ ରିଲିଜ୍‌ ହେଉଛି।

ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଲିନା ସାମନ୍ତ ରାୟ ଫିଲ୍ମର ବିଷୟବସ୍ତକୁ ନେଇ ସମ୍ୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ଫିଲ୍ମରେ ସବ୍ୟସାଚୀ ମାଇକେଲ ଭୂମିକାରେ ଅଭିନୟ କରିଛନ୍ତି। ମୁଁ ହେଉଛି ରାଧିକା। ମାନେ ଫିଲ୍ମର ମାଲ ମହୁ । ମୁଁ ମାଇକେଲଙ୍କ ଜୀବନ ତଥା ସବ୍ୟସାଚୀଙ୍କ ଜୀବନ ମାଟି କରିଦେଉଛି। ମାନେ କାହାଣୀରେ ରାଧିକା ହେଉଛି ସୁପରଷ୍ଟାର।

ଆଉ ଏହି ସୁପରଷ୍ଟାରଙ୍କ ଫ୍ୟାନ୍‌ ହୋଇଯାଉଛନ୍ତି ମାଇକେଲ। ଆଉ ତାଙ୍କୁ  ଫ୍ୟାନ କରି ରାଧିକା ତା’ର କେମିତି ଫାଇଦା ଉଠାଉଛନ୍ତି ଏବଂ ତାଙ୍କ ଜୀବନକୁ ମାଟି କରିଦେଉଛି ତାହା ଫିଲ୍ମରେ ଦର୍ଶାଯାଇଛି ବୋଲି ଏଲିନା କହିଛନ୍ତି।

‘ଆମର ମ୍ୟୁଜିକ୍‌’ ନିବେଦିତ ଓ ନବୀନ ଭଣ୍ଡାରି ପ୍ରଯୋଜିତ ଏହି ଫିଲ୍ମରେ ବିଷ୍ଣୁ ସାହୁ ଚରିତ୍ରରେ ଅଭିନୟ କରିଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା। ଫିଲ୍ମର ନାୟିକା ଏଲିନା ସାମନ୍ତରାୟ ହୋଇଥିବାବେଳେ ବିଷ୍ଣୁ ସାହୁଙ୍କ ପୁଅ ତଥା ନାୟକ ଭାବେ ସବ୍ୟସାଚି ମିଶ୍ରଙ୍କୁ ଦେଖିବାକୁ ମିଳିବ। ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି।

https://youtu.be/sQhSL3JQ_XM

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos