Advertisment

ଅତିରିକ୍ତ ଏସ୍‌ପି ଚଢ଼ୁଥିଲେ ବିଏମଡବ୍ଲ୍ୟୁ, ହସ୍ପିଟାଲ୍‌ ସାଙ୍ଗକୁ କରୁଥିଲେ ଔଷଧ ଓ ଟ୍ରାନ୍ସପୋର୍ଟ ବେପାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅତିରିକ୍ତ ଏସ୍‌ପିଙ୍କ ଅମାପ ସଂପତ୍ତି। ହିସାବ ସରିନି। କିନ୍ତୁ ଯେତିକି ବାହାରିଲାଣି ସେତିକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ବାବୁଙ୍କର ଦାମୀ ଗାଡ଼ି ସଉକ ତ ଅଛି, ତା’ ସହିତ  ତିନି ତିନିଟି ବ୍ୟବସାୟ ବି ଚଲାଇଥିଲେ ସରକାରୀ ଚାକିରିରେ ଥାଇ। ଆଉ ଦୁଇ ମାସ ପରେ ସେ ଚାକିରିରୁ ଅବସର ନେବାକୁ ଥିବା ବେଳେ ତା’ ପୂର୍ବରୁ ଏହି କରିତ୍‌କର୍ମା ପୁଲିସ୍ ବାବୁଙ୍କ ପେଡ଼ି ଖୋଲିଛି ଭିଜିଲାନ୍ସ। ଏହି ପୁଲିସ୍ ଅଫିସର […]

author-image
Niharika Rout
ଅଦ୍ୟତନ ହୋଇଛି
ଅତିରିକ୍ତ ଏସ୍‌ପି ଚଢ଼ୁଥିଲେ ବିଏମଡବ୍ଲ୍ୟୁ, ହସ୍ପିଟାଲ୍‌ ସାଙ୍ଗକୁ କରୁଥିଲେ ଔଷଧ ଓ ଟ୍ରାନ୍ସପୋର୍ଟ ବେପାର

ASP

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅତିରିକ୍ତ ଏସ୍‌ପିଙ୍କ ଅମାପ ସଂପତ୍ତି। ହିସାବ ସରିନି। କିନ୍ତୁ ଯେତିକି ବାହାରିଲାଣି ସେତିକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ବାବୁଙ୍କର ଦାମୀ ଗାଡ଼ି ସଉକ ତ ଅଛି, ତା’ ସହିତ  ତିନି ତିନିଟି ବ୍ୟବସାୟ ବି ଚଲାଇଥିଲେ ସରକାରୀ ଚାକିରିରେ ଥାଇ। ଆଉ ଦୁଇ ମାସ ପରେ ସେ ଚାକିରିରୁ ଅବସର ନେବାକୁ ଥିବା ବେଳେ ତା’ ପୂର୍ବରୁ ଏହି କରିତ୍‌କର୍ମା ପୁଲିସ୍ ବାବୁଙ୍କ ପେଡ଼ି ଖୋଲିଛି ଭିଜିଲାନ୍ସ। ଏହି ପୁଲିସ୍ ଅଫିସର ଜଣଙ୍କ ହେଲେ ତ୍ରିନାଥ ମିଶ୍ର। ସେ କଟକରେ ପୁଲିସ୍ କମ୍ୟୁନିକେସନ୍‌ର ଅତିରିକ୍ତ ଏସ୍‌ପି ଭାବେ ଅବସ୍ଥାପିତ ଅଛନ୍ତି।

Advertisment

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ତ୍ରିନାଥ ମିଶ୍ରଙ୍କ କଟକ ତୁଳସୀପୁର ସ୍ଥିତ ଅଫିସ୍ ଓ ସରକାରୀ ବାସଭବନ ସମେତ ମୋଟ ୧୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଚଢ଼ାଉ ଜାରି ରହିଥିବା ବେଳେ ତାଙ୍କ ଠାରୁ ଯେତିକି ସଂପତ୍ତି ବାହାରିଲାଣି ତାହା ସମସ୍ତଙ୍କ କଳ୍ପନା ବାହାରେ। ତାଙ୍କ ଠାରୁ  ବିଏମଡବ୍ଲ୍ୟୁ ଭଳି ଦାମୀ କାର ଜବତ କରାଯାଇଛି। ଏହାର ଦାମ୍ ୧ କୋଟି ୧୦ ଲକ୍ଷ ଟଙ୍କା। ଖାଲି ସେତିକି ନୁହେଁ, ତ୍ରିନାଥଙ୍କ ଗ୍ୟାରେଜରେ ୧୭ ଲକ୍ଷର ହୁଣ୍ଡାଇ କ୍ରେଟା କାର୍, ମାରୁତି ବାଲେନୋ କାର୍, ସେଭ୍ରୋଲେ ଟ୍ରେଲବ୍ଲେଜର ଭଳି କାର୍‌ର ଲାଇନ୍ ଲମ୍ବିଛି।  ତା’ସହିତ ତାଙ୍କ ଠାରୁ ୫.୩ ଲକ୍ଷର GTR 250 ହୋସୁଙ୍ଗ ବାଇକ, ୧ ଲକ୍ଷ ୭୫ ହଜାର ମୂଲ୍ୟର ବୁଲେଟ ଓ ୨୦ ଲକ୍ଷ ଟଙ୍କାର ଟ୍ରମ୍ଫ ରକେଟ ବାଇକ୍ ବି ଜବତ କରାଯାଇଛି। ସେହିଭଳି ଚଣ୍ଡିଖୋଲରେ ତାଙ୍କର ଏକ ହସ୍‌ପିଟାଲ୍ ଥିବା ବେଳେ ତାଙ୍କର ଟ୍ରାନ୍ସପୋର୍ଟ ଓ ଔଷଧ ବେପାର ମଧ୍ୟ ଚାଲିଛି। 

ହସ୍ପିଟାଲ ଓ ଔଷଧ ବ୍ୟବସାୟ ତ୍ରିନାଥଙ୍କ ପତ୍ନୀଙ୍କ ନାଁରେ ରହିଛି। ହସ୍ପିଟାଲରେ ଥିବା ଅତ୍ୟାଧୁନିକ ଯନ୍ତ୍ରପାତିର ମୂଲ୍ୟାୟନ ଜାରି ରହିଛି। କଟକ ମହାନଦୀ ବିହାରରେ ତ୍ରିନାଥଙ୍କ ଦୁଇ ପୁଅଙ୍କ ନାଁରେ ଔଷଧ ଉଦ୍ୟୋଗ ରହିଛି।

Advertisment

ଭିଜିଲାନ୍ସ ଟିମ୍ ତ୍ରିନାଥଙ୍କ ଭୁବନେଶ୍ୱରର ରସୁଲଗଡ଼ ମନୋରମା ଇଷ୍ଟେଟରେ ଥିବା 3BHK ଫ୍ଲାଟ, ନବରଙ୍ଗପୁର ଡାବୁଗାଁସ୍ଥିତ ପୈତୃକ ଘର, ଯାଜପୁର ବଡ଼ଚଣାରେ ସମ୍ପର୍କୀୟଙ୍କ ଘର, ବଡ଼ଚଣାରେ ଥିବା ଶାନ୍ତିଲତା ଫାର୍ମ ହାଉସ୍, ଚଣ୍ଡିଖୋଲ ବଜାରରେ ଥିବା ଶାନ୍ତିଲତା ନର୍ସିଂ ହୋମ୍, ଚଣ୍ଡିଖୋଲ ଓ ଧାନମଣ୍ଡଳରେ ଶାନ୍ତିଲତା ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟରେ ରେଡ୍ କରିଛି। ତା’ସହିତ ଜଗତସିଂହପୁର ବିରିଡ଼ିରେ ଥିବା ତ୍ରିନାଥ ମିଶ୍ରଙ୍କ ଡ୍ରାଇଭରଙ୍କ ଘରେ ବି ସର୍ଚ୍ଚ କରାଯାଇଛି।

Corrupt Police Vigilance Raid