ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ବିଦ୍ୟାଶ୍ରୀଙ୍କୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଆତ୍ମହତ୍ୟା ଉଦ୍ୟମ ପୂର୍ବରୁ ବିଦ୍ୟାଶ୍ରୀ ଫେସ୍ବୁକ୍ରେ ଏକ ଭିଡଓ ପୋଷ୍ଟ କରିଛନ୍ତି। ସେଥିରେ ସେ ମାନସିକ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିବା କହୁଛନ୍ତି। ତେବେ ଅନେକ ଦିନ ହେଲା ମାନବପ୍ରେମୀ ଆଦିତ୍ୟଙ୍କ ମାମଲାରେ କୌଣସି ଅପରାଧୀ ଧରାପଡିନାହାନ୍ତି ଏହାସହ ବିଦ୍ୟାଶ୍ରୀଙ୍କୁ ଦୋଷାରୋପ କରାଯାଉଥିବା ନେଇ ସେ ଫେସବୁକ ଲାଇଭରେ କହିଛନ୍ତି ।
ସୂଚନା ଅନୁଯାୟୀ, ଆଦିତ୍ୟ ଦାଶମୃତ୍ୟୁ ମାମଲାରେ କ୍ରାଇମ୍ବ୍ରାଞ୍ଚ ତଦନ୍ତ କରୁଛି । ଘଟଣାରେ କ୍ରାଇମବ୍ରାଞ୍ଚ ବିଦ୍ୟାଶ୍ରୀଙ୍କ ସମେତ ଏକାଧିକ ବ୍ୟକ୍ତିଙ୍କୁ ଜେରା କରିଛି। ଆଦିତ୍ୟଙ୍କ ବନ୍ଧୁ ବିକାଶ, ପପୁ ଓ ପ୍ରୀତମଙ୍କୁ ପଚରାଉଚରା କରାଯାଇଛି। ଗତ ଜୁଲାଇ ୭ରେ ତାରିଖ ସକାଳେ ଆଦିତ୍ୟା ଦାଶଙ୍କ ମୃତଦେହ ରେଳ ଧାରଣାରୁ ମିଳିଥିଲା। ଏହା ପରେ ଆର୍ପିଏଫ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଥିଲା। ତେବେ ମାନବପ୍ରେମିଙ୍କ ସଙ୍ଗଠନର କାର୍ଯ୍ୟକର୍ତ୍ତା ଏହାକୁ ସହଜରେ ଗ୍ରହଣ କରିପାରୁନଥିଲେ। ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଦିତ୍ୟଙ୍କ ସାଙ୍ଗ ପପୁ, ବିକାଶ, ବିଦ୍ୟାଶ୍ରୀ, ବିଦ୍ୟାଶ୍ରୀଙ୍କ ପରିବାର ଓ ଘର ମାଲିକଙ୍କୁ ଜେରା କରିଥିଲା। ମାତ୍ର କୌଣସି ନିଷ୍କର୍ସରେ ପହଞ୍ଚି ପାରୁନଥିଲା।
ଆର୍ପିଏଫ୍ର ତଦନ୍ତ ପ୍ରକ୍ରିୟାକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସନ୍ଦେହ କରିଥିଲେ। ଏହି ମାମଲା କମିଶନରେଟ୍ ପୁଲିସ ତଦନ୍ତ କରୁ ବୋଲି ସେ ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପତ୍ର ଲେଖିଥିଲେ। ଏହା ପରେ ଡିଜିପି ଅଭୟ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦେଇଥିଲେ।
ଆଗକୁ ପଢ଼ନ୍ତୁ : ଆଜି ପରୀର ଜନ୍ମ ଦିନ; ଏଥର ବଡ଼ କେକ ଆଣିବାକୁ ଜିଦ୍ କରିଥିଲା, ହେଲେ…