କାଲି ଚଢ଼ଉ, ଆଜି ବନ୍ଧା ହେଲେ କୋଟିପତି ଯନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କୋଟିପତି ସହକାରୀ ଯନ୍ତ୍ରୀ ଋଷିନାଥ ବରାଳ। ଗତକାଲି ଋଷିନାଥଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ ଆୟ ବର୍ହିଭୂତ ସମ୍ପତ୍ତି ମିଳିଥିଲା । ରୁଷିନାଥଙ୍କ ଘର ସମେତ ଖୋର୍ଦ୍ଧା, ନୟାଗଡ ଓ ଢେଙ୍କାନାଳର ୪ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍। ଚଢ଼ାଉ ବେଳେ ଋଷିନାଥଙ୍କ ୨ କୋଟି ୭୦ ଲକ୍ଷର ସ୍ଥାବର ଅସ୍ଥାବର ସମ୍ପତ୍ତି […]

arrested

Niharika Rout
  • Published: Friday, 19 November 2021
  • , Updated: 19 November 2021, 12:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କୋଟିପତି ସହକାରୀ ଯନ୍ତ୍ରୀ ଋଷିନାଥ ବରାଳ। ଗତକାଲି ଋଷିନାଥଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ ଆୟ ବର୍ହିଭୂତ ସମ୍ପତ୍ତି ମିଳିଥିଲା ।

ରୁଷିନାଥଙ୍କ ଘର ସମେତ ଖୋର୍ଦ୍ଧା, ନୟାଗଡ ଓ ଢେଙ୍କାନାଳର ୪ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍। ଚଢ଼ାଉ ବେଳେ ଋଷିନାଥଙ୍କ ୨ କୋଟି ୭୦ ଲକ୍ଷର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ ହୋଇଥିବା ବେଳେ ଘରୁ ୩୫ ହଜାର ଟଙ୍କାର ପୁରୁଣା ୫ ଶହ ଟଙ୍କିଆ ନୋଟ ଜବତ ହୋଇଥିଲା। । ଭିଜିଲାନ୍ସର ୪ ଟିମ୍ ଏହି ଚଢ଼ାଉ କରିଥିଲା।

ଭୁବନେଶ୍ୱର  ଭିଜିଲାନ୍ସ ବିଭାଗର ୪ଜଣ ଡିଏସପିଙ୍କ ନେତୃତ୍ୱରେ ୮ଜଣ ଇନ୍ସପେକ୍ଟର ଓ ଭିଜିଲାନ୍ସ ବିଭାଗର କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ଚଢାଉ ସମୟରେ ଗୋଟିଏ ପ୍ଲଟ୍, କାର, ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଠାବ କରିଥିଲା ଭିଜିଲାନ୍ସ।

ଆୟ ବର୍ହିଭୂତ ସମ୍ପର୍ତ୍ତି ଠୁଳ  ଅଭିଯୋଗରେ ଗତକାଲି ଭିଜିଲାନ୍ସ ଟିମ୍   ଋଷିନାଥଙ୍କୁ ଭୁବନେଶ୍ୱରକୁ ଆଣି ପଚରାଉଚରା କରୁଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।

Related story