୨ବର୍ଷ ବିତିଲା, ଏବେବି ୧୩ ବିଭାଗରେ ଲାଗୁ ହୋଇପାରିନି ‘ମୋ ସରକାର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ମସିହା ଗାନ୍ଧି ଜୟନ୍ତୀରୁ ‘ମୋ ସରକାର’କାର୍ଯ୍ୟକ୍ରମ ଲାଗୁ କରିଥିବା ରାଜ୍ୟ ସରକାର ଗତ ୨ବର୍ଷ ପରେ ସବୁ ବିଭାଗରେ ଏହାକୁ କାର୍ଯ୍ୟକ୍ଷମ କରିବାରେ ସକ୍ଷମ ହୋଇପାରିନାହାନ୍ତି। ମୋଟ ୪୦ଟି ବିଭାଗ ମଧ୍ୟରୁ ଏବେ ମାତ୍ର ୨୭ଟି ବିଭାଗର ୨୨୫ଟି ସେବାକୁ ‘ମୋ ସରକାର’ରେ ସାମିଲ କରାଯାଇଥିବା ଜଣାପଡ଼ିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରିବା ପରେ ଏହି ତଥ୍ୟ ପଦାକୁ ଆସିଛି। ୨ବର୍ଷ ତଳେ ସର୍ବପ୍ରଥମେ ଥାନା […]

mo-sarkar

mo-sarkar

Ordigital Desk
  • Published: Tuesday, 05 October 2021
  • Updated: 05 October 2021, 09:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ମସିହା ଗାନ୍ଧି ଜୟନ୍ତୀରୁ ‘ମୋ ସରକାର’କାର୍ଯ୍ୟକ୍ରମ ଲାଗୁ କରିଥିବା ରାଜ୍ୟ ସରକାର ଗତ ୨ବର୍ଷ ପରେ ସବୁ ବିଭାଗରେ ଏହାକୁ କାର୍ଯ୍ୟକ୍ଷମ କରିବାରେ ସକ୍ଷମ ହୋଇପାରିନାହାନ୍ତି। ମୋଟ ୪୦ଟି ବିଭାଗ ମଧ୍ୟରୁ ଏବେ ମାତ୍ର ୨୭ଟି ବିଭାଗର ୨୨୫ଟି ସେବାକୁ ‘ମୋ ସରକାର’ରେ ସାମିଲ କରାଯାଇଥିବା ଜଣାପଡ଼ିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରିବା ପରେ ଏହି ତଥ୍ୟ ପଦାକୁ ଆସିଛି। ୨ବର୍ଷ ତଳେ ସର୍ବପ୍ରଥମେ ଥାନା ଓ ହସ୍ପିଟାଲରେ ଲାଗୁ ହୋଇଥିବା ‘ମୋ ସରକାର’ ଏବେ ଫେଲ୍ ମାରିଛି। ଯେଉଁଥିପାଇଁ ହାଜତ ମୃତ୍ୟୁ ଓ ପୁଲିସ ଜୁଲୁମର ଶିକାର ସାଧାରଣ ଲୋକଙ୍କୁ ହେବାକୁ ପଡ଼ୁଥିବାର ବିଭିନ୍ନ ଅଭିଯୋଗ ଏବଂ ମେଡିକାଲରେ ରୋଗୀଙ୍କୁ ଆବଶ୍ୟକ ସେବାରୁ ବଂଚିତ ହେବାର ଅଭିଯୋଗ ନିୟମିତ ଭାବେ ଗଣମାଧ୍ୟମରେ ପ୍ରକାଶିତ ହେଉଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ‘ମୋ ସରକାର’ ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କୁ ଅଧିକ କ୍ରିୟାଶୀଳ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ବିଭିନ୍ନ କ୍ଷେତ୍ରରେ ସରକାରୀ ସେବା ଓ କଲ୍ୟାଣକାରୀ ଯୋଜନାର ହିତାଧିକାରୀମାନଙ୍କର ଫିଡବ୍ୟାଙ୍କ ରେକର୍ଡ କରାଯାଇ ଏହା ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ତେବେ ଏବେ ଏହାକୁ ପରବର୍ତ୍ତୀସ୍ତରକୁ ନେବାର ସମୟ ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତେଣୁ ସବୁ ସ୍ତରରେ ସବୁ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଲୋକଙ୍କଠୁ ଅଧିକରୁ ଅଧିକ ଫିଡ୍‌ବ୍ୟାକ୍ ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଲୋକଙ୍କ ଫିଡ୍‌ବ୍ୟାକକୁ ଆଧାର କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେଲେ କିମ୍ବା ନୀତି ବା ପ୍ରକ୍ରିୟାରେ ଆବଶ୍ୟକ ସଂଶୋଧନ ଦ୍ୱାରା ଲୋକଙ୍କ ପାଖରେ ସରକାରଙ୍କ ପ୍ରାସଙ୍ଗିକତା ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ କେତେକ ହିତାଧିକାରୀଙ୍କ ସହ ଟେଲିଫୋନରେ ସିଧାସଳଖ କଥା ହୋଇ ସେମାନଙ୍କଠୁ ଫିଡବ୍ୟାକ୍ ନେଇଥିଲେ । ତହସିଲ ଓ ସବରେଜିଷ୍ଟାର ଅଫିସରେ ଦିଆଯାଉଥିବା ସେବାରେ ଉନ୍ନତି ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ।

ଆଇଟି ସଚିବ ମନୋଜ କୁମାର ମିଶ୍ର ‘ମୋ ସରକାର’ରେ ଏବେ ୨୭ଟି ବିଭାଗର ୨୨୫ଟି ସେବା ସାମିଲ ହୋଇଛି ଓ ଆଉ ମାସକ ମଧ୍ୟରେ ୨୫୦ଟି ସେବା ଅନ୍ତର୍ଭୁକ୍ତ ହେବ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଏବେସୁଦ୍ଧା ୨କୋଟି ଲୋକଙ୍କ ଡାଟାବେସ୍ ରଖାଯାଇଛି ବୋଲି ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ତେବେ ପ୍ରଶ୍ନ ଉଠୁଛି, ୨୦୧୯ ଅକ୍ଟୋବର ୨ତାରିଖରୁ ‘ମୋ ସରକାର’କୁ କ୍ୟାପିଟାଲ ହସ୍ପିଟାଲ ଓ ଶହୀଦ ନଗର ଥାନାରୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିବାବେଳେ ୨୦୨୦ ମାର୍ଚ୍ଚ ସୁଦ୍ଧା ଏହା ସବୁ ବିଭାଗରେ ଲାଗୁ ହେବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ୨ବର୍ଷ ପରେ ମଧ୍ୟ ଏହା ୨୭ଟି ବିଭାଗ ମଧ୍ୟରେ ସୀମିତ ରହିଛି। ‘ମୋ ସରକାର’ କାର୍ଯ୍ୟକ୍ରମ ସଠିକ୍ ଭାବେ ଲାଗୁ ହେଉଥିଲେ ଥାନାଗୁଡ଼ିକରେ ସାଧାରଣ ଲୋକଙ୍କୁ ହଇରାଣ ହେବାକୁ ପଡ଼ନ୍ତା ନାହିଁ କିମ୍ବା ହାଜତ ମୃତ୍ୟୁ ଭଳି ଅପବାଦ ପୁଲିସକୁ ମୁଣ୍ଡାଇବାକୁ ପଡ଼ନ୍ତା ନାହିଁ। ମେଡିକାଲରେ ରୋଗୀଙ୍କୁ ବାରଣ୍ଡାରେ ପଡ଼ି ଚିକିତ୍ସା ପାଇଁ ଆକୁଳ ନିବେଦନ କରିବାକୁ ପଡ଼ନ୍ତା ନାହିଁ। ଥାନା, ମେଡିକାଲ ଓ ବ୍ଲକରେ ଏବେବି ମନମୁଖୀ କାର୍ଯ୍ୟ ଚାଲିଛି ଓ ସାଧାରଣ ଲୋକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବାବେଳେ ‘ମୋ ସରକାର’ କେବଳ ଏକ ପ୍ରଚାରସର୍ବସ୍ୱ କାର୍ଯ୍ୟକ୍ରମ ପାଲଟିଛି ବୋଲି ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story