ମୁଖ୍ୟମନ୍ତ୍ରୀ କହିଥିଲେ, ଏବେ ଧାମନଗର ଦାୟିତ୍ୱ ନିଅନ୍ତୁ: ସୂର୍ଯ୍ୟବଂଶୀ

ଭଦ୍ରକ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୟ ପରେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଅସ୍ତ୍ର ଉଠାଇଲେ ସୂର୍ଯ୍ୟବଂଶୀ ସୂରଜ। ପକ୍କା ରାଜନୀତିଆ ଭଳି ସେ ଦେଇଛନ୍ତି ପ୍ରତିକ୍ରିୟା। ମୁଖ୍ୟମନ୍ତ୍ରୀ ନବୀ ପଟ୍ଟନାୟକଙ୍କୁ ସିଧାସଳଖ ଆହ୍ୱାନ ଦେଇଛନ୍ତି। ସୂର୍ଯ୍ୟ କହିଛନ୍ତି, ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ। ଧାମନଗରରେ ନିର୍ବାଚନ ପ୍ରଚାର ବେଳେ ଭର୍ଚୁଆଲ ରାଲିରେ ଧାମନଗରବାସୀଙ୍କ ଦାୟିତ୍ୱ ନେବା କଥା କହିଥିଲେ। ଏବେ ସମୟ ଆସିଛି, ମୁଖ୍ୟମନ୍ତ୍ରୀ ଏ ଦାୟିତ୍ୱ ନିଅନ୍ତୁ। ଯଦିଓ ତାଙ୍କ ଦଳର ବିଧାୟକ ପ୍ରାର୍ଥୀ ଜିତି […]

surya

surya

Niranjan Mishra
  • Published: Monday, 07 November 2022
  • Updated: 07 November 2022, 05:16 PM IST

Sports

Latest News

ଭଦ୍ରକ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୟ ପରେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଅସ୍ତ୍ର ଉଠାଇଲେ ସୂର୍ଯ୍ୟବଂଶୀ ସୂରଜ। ପକ୍କା ରାଜନୀତିଆ ଭଳି ସେ ଦେଇଛନ୍ତି ପ୍ରତିକ୍ରିୟା। ମୁଖ୍ୟମନ୍ତ୍ରୀ ନବୀ ପଟ୍ଟନାୟକଙ୍କୁ ସିଧାସଳଖ ଆହ୍ୱାନ ଦେଇଛନ୍ତି। ସୂର୍ଯ୍ୟ କହିଛନ୍ତି, ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ। ଧାମନଗରରେ ନିର୍ବାଚନ ପ୍ରଚାର ବେଳେ ଭର୍ଚୁଆଲ ରାଲିରେ ଧାମନଗରବାସୀଙ୍କ ଦାୟିତ୍ୱ ନେବା କଥା କହିଥିଲେ। ଏବେ ସମୟ ଆସିଛି, ମୁଖ୍ୟମନ୍ତ୍ରୀ ଏ ଦାୟିତ୍ୱ ନିଅନ୍ତୁ। ଯଦିଓ ତାଙ୍କ ଦଳର ବିଧାୟକ ପ୍ରାର୍ଥୀ ଜିତି ପାରିନାହାନ୍ତି। ତଥାପି ସେ ଧାମନଗରବାସୀ ଓ ଆମ ସମସ୍ତଙ୍କର ମୁଖ୍ୟମନ୍ତ୍ରୀ। ତେଣୁ ଧାମନଗର ପାଇଁ ଯେଉଁ ଅବଦାନ ସେ ଦେବା କଥା ଦିଅନ୍ତୁ।

ସୂର୍ଯ୍ୟ ଅହୁରି କହିଛନ୍ତି, ଏସ୍ଏଚ୍‌ଜି ଗ୍ରୁପର ମାଆଙ୍କୁ ଅନ୍ୟ ଦଳର ନେତା ମାନେ ଭୋଟ୍ ବ୍ୟାଙ୍କ ଭାବେ ବ୍ୟବହାର କରିଛନ୍ତି। ହେଲେ ଆମେ ସେମାନଙ୍କ ଆୟ ବଢ଼ାଇବା ପାଇଁ କାମ କରିବୁ।

ବାପା ବିଷ୍ଣୁ ସେଠୀଙ୍କୁ ମନେ ପକାଇଛନ୍ତି ସେ କହିଛନ୍ତି, ବାପା ଥିବା ଦୁନିଆ ଓ ବାପା ଛାଡ଼ିକି ଯିବା ଦୁନିଆ ଭିନ୍ନ। ବାପାଙ୍କ ଛାଡ଼ି ଯାଇଥିବା ବିଶାଳ ଧାମନଗର ପରିବାରକୁ ସମ୍ଭାଳିବା ଦାୟିତ୍ୱ ଏବେ ତାଙ୍କ ଉପରେ ପଡ଼ିଛି। ଇଞ୍ଜିନିୟରିଂ ତାଙ୍କର ବୃତ୍ତିଗତ ମାନ୍ୟତା, କିନ୍ତୁ ବିଧାୟକ ଦାୟିତ୍ୱ ଅଫିସିଆଲ ମାନ୍ୟତା। ଲୋକେ ସେବକ ସୂର୍ଯ୍ୟବଂଶୀ ସୁରଜ କହିଲେ ସେ ଖୁସିହେବେ। ଯେତିକି ଲୋକଙ୍କ ଆସ୍ଥା ତାଙ୍କ ଉପରେ ରହିଛି, ତାହାକୁ ସବୁଦିନ ପାଇଁ ସ୍ଥାୟୀ କରିବାକୁ ମା’ ପରାମର୍ଶ ଦେଇଛନ୍ତି ବୋଲି ସୂର୍ଯ୍ୟ କହିଛନ୍ତି।

ସେପଟେ ଧାମନଗର ବିଧାନସଭା ଉପନିର୍ବାଚନରେ ବିଜୟ ପରେ ଏଠାରେ ବିଜେପି କରୁଛି ବିରାଟ ବିଜୟ ଶୋଭାଯାତ୍ରା। ବିଜେପି କର୍ମୀ ଓ ନେତାଙ୍କ ଭିତରେ ସୂର୍ଯ୍ୟବଂଶୀ ସୂରଜ ଗାଁ ଓ ସାହି ବୁଲି ଭୋଟରଙ୍କୁ ବିଜୟ ଆଶୀର୍ବାଦ ପାଇଁ ଧନ୍ୟବାଦ ଦେଉଛନ୍ତି। ଅନେକ ଭୋଟର ବିଜୟୀ ସୂର୍ଯ୍ୟଙ୍କୁ ଅଳତି କରି ଓ ଫୁଲ ପକାଇ ଭବିଷ୍ୟତର ମଙ୍ଗଳ ବିଧାନ କରିଛନ୍ତି।

ସେପଟେ ଶାସକ ଦଳ କାହିଁକି ଧାମନଗରରେ ମାଟି କାମୁଡ଼ିଲା, ତାହାକୁ ନେଇ ଦଳିୟ ନେତାଙ୍କ ଭିତରେ ଦୋଷ ଦିଆନିଆ ନିଆଁ କୁହୁଳିବା ଆରମ୍ଭ ହୋଇଛି। ଏନେଇ ବିଜେଡି ନେତା ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି, ନିକଟରେ ବିଷ୍ଣୁ ସେଠୀଙ୍କ ଦେହାନ୍ତ ହୋଇଥିବାରୁ ବିଜେପି ପ୍ରତି ଲୋକଙ୍କ ସହାନୁଭୂତି ହୁଏତ ପ୍ରତିଫଳିତ ହେଲା। ଯେଉଁଟା ବିଜେପିର ଥିଲା, ସେଇଟା ବିଜେପି ନେଲା। ତଥାପି ବିଜେଡିର ପରାଜୟକୁ ନେଇ ଦଳୀୟ ନେତୃତ୍ୱମାନେ ସମୀକ୍ଷା କରିବେ।

ସେପଟେ ଧାମନଗର ବିଜୟ ପରେ ନିର୍ବାଚନ ରଣନୀତିକୁ ନେଇ କଡ଼ା ଭାଷାରେ ବିଜେଡିକୁ ସମାଲୋଚନା କରିଛି ବିଜେପି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବିଜେଡି ଲୋକଙ୍କୁ ଧମକ ଚମକ ଦେବା ସହ ବ୍ୟାପକ ଟଙ୍କା ବାଣ୍ଟିଥିଲା। ଏସବୁରେ ଫେଲ୍ ମାରିବା ପରେ ଏବେ ବୁଢ଼ା ବାଘ ହାତରେ କଙ୍କଣ ଭଳି ବିଜେଡି ନେତା ମନ୍ତ୍ରବ୍ୟ ଦେଇଛନ୍ତି। ବିଜେପି ନିଜ ଦମରେ ଏଠାରେ ଜିତିଛି। ଧାମନଗରବାସୀଙ୍କୁ ଏଥିପାଇଁ ଧନ୍ୟବାଦ। ଭ୍ରଷ୍ଟାଚାର ଓ ବ୍ୟଭିଚାର ସମ୍ପର୍କରେ ଲୋକେ ଯେବେବି ବୁଝି ଛନ୍ତି ସେତେବେଳ ରାଜ୍ୟରେ ଶାସନ ବଦଳିଛି। ଏହା ଆଗକୁ ଇତିହାସରେ ପ୍ରତିଫଳିତ ହେବ।ଭ୍ରଷ୍ଟାଚାର, ଅନ୍ୟାୟ, ଅତ୍ୟାଚାର ସୀମା ପାର କରିବା ପରେ ଲୋକେ ବିଜେଡିକୁ ପ୍ରତ୍ୟାଖାନ କରିଛନ୍ତି।

କଂଗ୍ରେସ ବରିଷ୍ଠ ବିଧାୟକ ନରସିଂହ ମିଶ୍ର କହିଛନ୍ତି, କଂଗ୍ରେସ ଏଠାରେ ଖୁବ୍ ନୈରାଶଜନକ ପ୍ରଦର୍ଶନ କରିଛି। ଏଥିପାଇଁ ସେ ମର୍ମାହତ। ଗତ ଥର ଠାରୁ ଅଧାରୁ ବି କମ୍ କଂଗ୍ରେସ ଭୋଟ ପାଇଛି। କଂଗ୍ରେସ ଦଳର ନେତା ଓ ହାଇକମାଣ୍ଡ ସମସ୍ତେ ଏହାକୁ ଗୁରୁତ୍ୱ ଭାବେ ନେବା କଥା। ନେତୃତ୍ୱରେ ଭୁଲ ରହିଲା ନା ଦଳର ନୀତି ଆଦର୍ଶରେ ଭୁଲ ରହିଲା, ତୁରନ୍ତ ଏହାର ସମୀକ୍ଷା କରିବା ଉଚିତ୍। ନଚେତ୍ କଂଗ୍ରେସ ଆଗକୁ ନିଶ୍ଚିନ୍ନ ହୋଇଯାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story