ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଉ ୬ ଅଧିକାରୀଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେଥିରେ ଜଣେ ମୁଖ୍ୟଯନ୍ତ୍ରୀ, ୩ ନିର୍ବାହୀ ଯନ୍ତ୍ରୀ ଓ ୨ ବିଇଓ ଅଛନ୍ତି। ସମ୍ବଲପୁର ଇଲେକ୍ଟ୍ରିକାଲ୍ ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ପଣ୍ଡାଙ୍କୁ ଚାକିରିରୁ ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଛି। ସେହିପରି ବ୍ରହ୍ମପୁର ଗ୍ରାମ୍ୟ ବିଦ୍ୟୁତ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀ, ଡେପୁଟୀ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ଦୀପକ ଭୂୟାଁ, ପ୍ରଶାନ୍ତ ମିଶ୍ର, ଗୁଣପୁର ବିଇଓ ଅନ୍ତର୍ଯ୍ୟାମୀ ବେହେରା ଓ ନୂଆଗଡ଼ ବିଇଓ ବ୍ରଜ ନାୟକଙ୍କୁ ବିଦା କରାଯାଇଛି। ଆଜି ସୁଦ୍ଧା ରାଜ୍ୟ ସରକାର ୧୬୪ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ଗତ ୧୬ ତାରିଖରେ ରାଜ୍ୟ ସରକାର ୬ ଅଧିକାରୀଙ୍କୁ ବିଦା କରିଥିଲେ। ସେମାନେ ହେଲେ- ନିର୍ବାହୀ ଯନ୍ତ୍ରୀ ସରୋଜ ଦାସ, ଦୟାନିଧି ସାମଲ, ନିର୍ବାହୀ ଯନ୍ତ୍ରୀ କରୁଣାକର ଘଡ଼ାଇ, ପୁଲିସ ଇନ୍ସପେକ୍ଟର ରତ୍ନାକର ମଲ୍ଲିକ, ନୂଆପଡ଼ା ACSO ରତ୍ନାକର ସେଠୀ ଓ ଅନୁଗୋଳର ପୂର୍ବତନ କଲ୍ୟାଣ ଅଧିକାରୀ ଚାରୁଲତା ମଲ୍ଲିକ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍
ଶ୍ରୀମନ୍ଦିର ପରିସର କୀର୍ତ୍ତନ ଚକଡ଼ା ଫଟୋ ଭାଇରାଲ୍ ହୋଇଛି। ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ସୋଶାଲ୍ ମିଡିଆରେ ଭାଇରାଲ୍ କରିଛନ୍ତି ଗୌରବ କୁମାର ସାହୁ ନାମକ ଯୁବକ।
Miscellaneous
‘ଆୟୁଷ୍ମାନ ଭାରତ’ ଯୋଜନା ପାଇଁ କାଲି MOU; ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆସନ୍ତାକାଲି ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି।
Events & Festivals
ଜାନୁଆରୀ ୨୮ରୁ ଉତ୍କର୍ଷ ଓଡ଼ିଶା କନକ୍ଲେଭ, ଛୁଟିବ ଶିଳ୍ପପତିଙ୍କ ସୁଅ
ଜାନୁଆରୀ ୨୮, ୨୯ ଦୁଇ ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଚାଲିବ ମେଗା ନିବେଶକ ସମ୍ମିଳନୀ- ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫। ପ୍ରଥମ ଥର ଲାଗି ରାଜ୍ୟର ଏହି ଶିଳ୍ପ ମହାକୁମ୍ଭକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Events & Festivals
କଂସ ଦରବାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ଅନୁଦାନ ୧୦ ଲକ୍ଷରୁ କୋଟିଏକୁ ବୃଦ୍ଧି
କଲ୍ୟାଣ ମଣ୍ଡପରୁ ହାତୀ ପିଠିରେ ବସି କଂସ ମହାରାଜଙ୍କ ଦରବାର ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି କଂସ ବଦ୍ଧ ସହ ଏହି ମହା ନାଟକରେ ପଡ଼ିବ ମହା ଯବନିକା।
Events & Festivals
କୁମ୍ଭମେଳା ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ବସ୍ ଓ ଟ୍ରେନ ସେବା
କୁମ୍ଭମେଳା ପାଇଁ ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ପ୍ରୟାଗରାଜ ଅଭିମୁଖେ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ପୂର୍ବତଟ ରେଲୱେ ଘୋଷଣା କଲା ୭ଟି ସ୍ୱତନ୍ତ୍ର ଟ୍ରେନ୍।