ଆଜି ପ୍ରଥମାଷ୍ଟମୀ

ଭୁବନେଶ୍ୱର: ଆଜି ମାର୍ଗଶିର କୃଷ୍ଣପକ୍ଷ ଅଷ୍ଟମୀ ତଥା ପ୍ରଥମାଷ୍ଟମୀ। ପରିବାରର ପ୍ରଥମ ସନ୍ତାନଙ୍କୁ ସ୍ନାନ, ମାର୍ଜନା ସାରି ନୂତନ ବସ୍ତ୍ର ପରିଧାନ କରି ଦୀର୍ଘାୟୁ କାମନା କରିବାର ପରମ୍ପରା ରହିଛି। ଓଡ଼ିଆ ପରମ୍ପରାରେ ମାତୃକୂଳର ଏକ ସ୍ୱତନ୍ତ୍ର ଭୂମିକା ରହିଛି। ନୂତନ ବସ୍ତ୍ର ସହ ପାଦରେ ଅଳତା, ମଥାରେ ଚନ୍ଦନ ତିଲକ ଲଗାଇ ଶୁଭ ମନାସି ଥାନ୍ତି ପରିବାର ଲୋକ। ଏହାସହ ଘରେ ଘରେ ପ୍ରସ୍ତୁତ ହୋଇଥାଏ ସ୍ୱତନ୍ତ୍ର ଏଣ୍ଡୁରି ପିଠା ସହ ମିଷ୍ଟାନ୍ନ। ଏଥିପାଇଁ ଉତ୍ସବ […]

prastma

Rakesh Mallick
  • Published: Monday, 21 November 2016
  • , Updated: 21 November 2016, 12:59 PM IST

ଭୁବନେଶ୍ୱର: ଆଜି ମାର୍ଗଶିର କୃଷ୍ଣପକ୍ଷ ଅଷ୍ଟମୀ ତଥା ପ୍ରଥମାଷ୍ଟମୀ। ପରିବାରର ପ୍ରଥମ ସନ୍ତାନଙ୍କୁ ସ୍ନାନ, ମାର୍ଜନା ସାରି ନୂତନ ବସ୍ତ୍ର ପରିଧାନ କରି ଦୀର୍ଘାୟୁ କାମନା କରିବାର ପରମ୍ପରା ରହିଛି। ଓଡ଼ିଆ ପରମ୍ପରାରେ ମାତୃକୂଳର ଏକ ସ୍ୱତନ୍ତ୍ର ଭୂମିକା ରହିଛି। ନୂତନ ବସ୍ତ୍ର ସହ ପାଦରେ ଅଳତା, ମଥାରେ ଚନ୍ଦନ ତିଲକ ଲଗାଇ ଶୁଭ ମନାସି ଥାନ୍ତି ପରିବାର ଲୋକ। ଏହାସହ ଘରେ ଘରେ ପ୍ରସ୍ତୁତ ହୋଇଥାଏ ସ୍ୱତନ୍ତ୍ର ଏଣ୍ଡୁରି ପିଠା ସହ ମିଷ୍ଟାନ୍ନ। ଏଥିପାଇଁ ଉତ୍ସବ ମୁଖର ରହିଥାଏ ଓଡ଼ିଆ ପରିବାର।

ଏହି ପବିତ୍ର ଦିନରେ ମହାପ୍ରଭୁ ଲିଙ୍ଗରାଜ ଭୁବନେଶ୍ୱର ସ୍ଥିତ ତାଙ୍କ ମାମୁଁ ଘର କପାଳି ମଠକୁ ଯାତ୍ରା କରିବାର ପରମ୍ପରା ରହିଛି। ସେହିପରି ଶ୍ରୀ ମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ପ୍ରଭୁ ବଳଭଦ୍ର ପଢୁଆଁ ହୋଇଥାନ୍ତି।

Related story