୨୭ରେ ଭାରତ ବନ୍ଦ: ସବୁ ଜିଲ୍ଲା ପୁଲିସକୁ ସତର୍କ କଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୭ତାରିଖରେ ‘ଭାରତ ବନ୍ଦ’କୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ଜିଲ୍ଲାର ପୁଲିସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତ ବନ୍ଦ ଯୋଗୁ ଗାଡ଼ିମୋଟର ଚଳାଚଳ ପ୍ରଭାବିତ ହେବା ସହ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ତେଣୁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ନିଜର ଅଫିସ୍ ଟାଇମର ବହୁ ପୂର୍ବରୁ ଅଫିସ୍ ଆସିବା ନିମନ୍ତେ ପରାମର୍ଶ ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର […]

odisha secretariat

Ordigital Desk
  • Published: Saturday, 25 September 2021
  • , Updated: 25 September 2021, 09:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୭ତାରିଖରେ ‘ଭାରତ ବନ୍ଦ’କୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ଜିଲ୍ଲାର ପୁଲିସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତ ବନ୍ଦ ଯୋଗୁ ଗାଡ଼ିମୋଟର ଚଳାଚଳ ପ୍ରଭାବିତ ହେବା ସହ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ତେଣୁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ନିଜର ଅଫିସ୍ ଟାଇମର ବହୁ ପୂର୍ବରୁ ଅଫିସ୍ ଆସିବା ନିମନ୍ତେ ପରାମର୍ଶ ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ଶ୍ରମ ନୀତିକୁ ବିରୋଧ ସହ ସ୍ୱାମୀନାଥନ କମିଶନ ସୁପାରିଶକୁ ଲାଗୁ କରିବା ଏବଂ କୃଷି ବିଲକୁ ଫେରସ୍ତ ଦାବିରେ ଆସନ୍ତା ୨୭ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରା ଚାଷୀ ସଂଗଠନଗୁଡ଼ିକ ଦେଇଥିବାବେଳେ କଂଗ୍ରେସ ସମେତ ୭ଟି ରାଜନୀତିକ ଦଳ ଏବଂ ବହୁ ଶ୍ରମିକ ସଂଗଠନ ଏହାକୁ ସମର୍ଥନ କରିଛି । ଏହି କାରଣରୁ ବନ୍ଦବେଳେ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ନିମନ୍ତେ ଜିଲ୍ଲା ପୁଲିସ୍ ସମ୍ପୂର୍ଣ୍ଣ ସତର୍କ ରହିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।

‘ଭାରତ ବନ୍ଦ’ର ବିଶେଷ ପ୍ରଭାବ ରାଜଧାନୀ ଭୁବନେଶ୍ୱର ଓ କଟକରେ ଅନୁଭୂତ ହେବାର ଆଶଙ୍କା ରହିଛି ବୋଲି ଗୁଇନ୍ଦା ରିପୋର୍ଟ ମିଳିଛି । ବିଶେଷକରି ସିପିଆଇ କର୍ମକର୍ତ୍ତାମାନଙ୍କ ଦ୍ୱାରା ଭୁବନେଶ୍ୱରରେ ଟ୍ରେନ ଚଳାଚଳ ପ୍ରଭାବିତ ହେବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଛକ ସ୍ଥାନଗୁଡ଼ିକରେ ପିକେଟିଂ ଓ ରାସ୍ତାରୋକ୍ ହେବାର ସମ୍ଭାବନା ରହିଛି । କଂଗ୍ରେସ ପକ୍ଷରୁ ମଧ୍ୟ ସହରରେ ମୋଟର ବାଇକ ର‌୍ୟାଲି ଓ ଧାରଣା ପ୍ରଦର୍ଶନ କରାଯିବ ବୋଲି ସୂଚନା ମିଳିଛି । ଭୁବନେଶ୍ୱରରେ ବନ୍ଦ ପାଳନର ପ୍ରଭାବ ତେଣୁ ଭାରତ ବନ୍ଦ ସମୟରେ ଯେଭଳି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ସତର୍କ ରହିବା ଏବଂ କୌଣସି ଅପ୍ରୀତିକର ପରିସ୍ଥିିିତି ଉପୁଜିଲେ ତାକୁ ଆଗୁଆ ଏଡ଼ାଇବାକୁ ପଦକ୍ଷେପ ନେବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଗତକାଲି ସଚିବାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସ୍ ପହଂଚିବା ପାଇଁ ଗତକାଲି ନିର୍ଦ୍ଦେଶନାମା ଜାରି କରିଥିଲେ ।

Related story