Advertisment

ଗୃହରେ ଅଚଳାବସ୍ଥା ଜାରି: ସର୍ବଦଳୀୟ ବୈଠକ ଫେଲ, ମାନିଲେନି ବିରୋଧୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀ ପ୍ରସଙ୍ଗକୁ ନେଇ ଆଜି ଦ୍ୱିତୀୟ ଦିନ ପାଇଁ ଗୃହରେ ଅଚଳାବସ୍ଥା ଜାରି ରହିଛି। ବିରୋଧୀ ଦଳଙ୍କ ହଟ୍ଟଗୋଳ ଯୋଗୁ ଆଜି ପ୍ରଥମାର୍ଦ୍ଧରେ ଗୃହରେ କୌଣସି କାର୍ଯ୍ୟ ହୋଇ ପାରିନଥିବାବେଳେ ଦ୍ୱିତୀୟାର୍ଦ୍ଧରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ସମାଧାନର ବାଟ ଖୋଜିଥିଲେ। ମାତ୍ର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ରୁଲିଂ ସତ୍ତ୍ୱେ ବିରୋଧୀ ନିଜ ଜିଦରେ ଅଟଳ ରହିଛନ୍ତି ଓ ସମାଧାନର ବାଟ ବାହାରିପାରିନି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଆଜି ଗୃହ କାର୍ଯ୍ୟ ୭ଥର ମୁଳତବୀ […]

author-image
Ordigital Desk
ଅଦ୍ୟତନ ହୋଇଛି
ବିଧାନସଭା ପୂର୍ବରୁ କରୋନା ଟେଷ୍ଟ, ୧୩୬ ପଜିଟିଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀ ପ୍ରସଙ୍ଗକୁ ନେଇ ଆଜି ଦ୍ୱିତୀୟ ଦିନ ପାଇଁ ଗୃହରେ ଅଚଳାବସ୍ଥା ଜାରି ରହିଛି। ବିରୋଧୀ ଦଳଙ୍କ ହଟ୍ଟଗୋଳ ଯୋଗୁ ଆଜି ପ୍ରଥମାର୍ଦ୍ଧରେ ଗୃହରେ କୌଣସି କାର୍ଯ୍ୟ ହୋଇ ପାରିନଥିବାବେଳେ ଦ୍ୱିତୀୟାର୍ଦ୍ଧରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ସମାଧାନର ବାଟ ଖୋଜିଥିଲେ। ମାତ୍ର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ରୁଲିଂ ସତ୍ତ୍ୱେ ବିରୋଧୀ ନିଜ ଜିଦରେ ଅଟଳ ରହିଛନ୍ତି ଓ ସମାଧାନର ବାଟ ବାହାରିପାରିନି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଆଜି ଗୃହ କାର୍ଯ୍ୟ ୭ଥର ମୁଳତବୀ ହୋଇଥିଲା।

Advertisment

ଆଜି ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେପି ବିଧାୟକମାନେ ଦେହରେ ଗାଉନ୍ ପିନ୍ଧି ଗୃହର ମଧ୍ୟଭାଗକୁ ଆସି ସ୍ଲୋଗାନ ଦେଇଥିଲେ। ମଣ୍ଡି ଓ ଧାନ କିଣାରେ ଅବ୍ୟବସ୍ଥା ସମେତ ଚାଷୀଙ୍କ ସମସ୍ୟା ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିବାପରେ କଂଗ୍ରେସ ସଦସ୍ୟମାନେ ମଧ୍ୟ ଚାଷୀ ପ୍ରସଙ୍ଗରେ ସେମାନଙ୍କ ସହ ସାମିଲ ହୋଇ ପ୍ରତିବାଦ ଜଣାଇଥିଲେ। ଯେଉଁଥିପାଇଁ ବାଚସ୍ପତି ପ୍ରଥମେ ସାଢ଼େ ୧୧ଟା ପର୍ଯ୍ୟନ୍ତ ଓ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ।

ଦ୍ୱିତୀୟାର୍ଦ୍ଧରେ ଗୃହରେ ହଟ୍ଟଗୋଳ ହେବାପରେ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ। ସର୍ବଦଳୀୟ ବୈଠକରେ ବି ସମାଧାନର ବାଟ ବାହାରି ପାରିନଥିଲା। ଯଦିଓ ବାଚସ୍ପତି ଶ୍ରୀ ପାତ୍ର ତାଙ୍କ ରୁଲିଂରେ ଆସନ୍ତାକାଲି ଶନିବାର ଗୃହରେ ବିଭାଗୀୟ ମନ୍ତ୍ରୀଙ୍କୁ ଧାନକିଣା ପ୍ରସଙ୍ଗରେ ବିବୃତ୍ତି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ପୁଣି ୭ଦିନ ପରେ ଧାନକିଣା ଅଗ୍ରଗତି ନେଇ ଗୃହକୁ ଜଣାଇବାକୁ ମଧ୍ୟ କହିଥିଲେ। ତେବେ ବାଚସ୍ପତିଙ୍କ ଏହି ରୁଲିଂକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଥିବାବେଳେ ବିଜେପି ସଦସ୍ୟମାନେ ମଣ୍ଡିରୁ ଧାନ ଉଠିବା ନେଇ ପ୍ରତିଶ୍ରୁତି ଚାହିଁଥିଲେ। ଯେଉଁଥିପାଇଁ ଗୃହରେ ଅଚଳାବସ୍ଥା ଜାରି ରହିବାରୁ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।

Advertisment

ଆଜି ବିଧାନସଭାରେ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ହଟ୍ଟଗୋଳ ମଧ୍ୟରେ ଗୃହରେ ସରକାର ଓଡ଼ିଶା କୃଷିଜାତ ଓ ପଶୁସମ୍ପଦ ବିପଣନ ଅଧ୍ୟାଦେଶକୁ ଆଗତ କରିଥିଲେ। ଆଜି ଦିନତମାମ ଗୃହରେ କୌଣସି କାର୍ଯ୍ୟ ହୋଇପାରିନଥିଲା। ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ପ୍ରଶ୍ନକାଳ,ଶୂନ୍ୟକାଳ ଓ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ନେଇ ଆଲୋଚନା ସମ୍ଭବପର ହୋଇପାରିନଥିଲା। ସେପଟେ ଶାସକ ବିଜେଡି ଗୃହରେ ଅଚଳାବସ୍ଥା ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି। ବିଜେଡି ବିଧାୟକ ସରୋଜ ମେହେର କହିଛନ୍ତି ଯେ, ଧାନକିଣାକୁ ନେଇ କେନ୍ଦ୍ର ସରକାର ଯେତିକି ଟଙ୍କା ବାକି ରଖିଛନ୍ତି ତାହା ପୂରଣ ହେଲା ସବୁ ଧାନ ଉଠିଯିବ।

ମଣ୍ଡିରୁ ଧାନ ପଡ଼ିରହିଥିବାବେଳେ ଟୋକେନ ବ୍ୟବସ୍ଥା ଫେଲ୍ ମାରିଥିବାରୁ ଚାଷୀ ନିଜର ଧାନ ବିକ୍ରି କରିବାକୁ ହନ୍ତସନ୍ତ ହେଉଛି। ଚାଷୀ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଚୁପ୍ ବସିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

Odisha Assembly