ପ୍ରେମରେ ପଡିଗଲେ ବୋଲି ଡନ୍‌ଙ୍କୁ ଅଡୁଆ ହେଲେଣି ସ୍ତ୍ରୀ  

ବଲାଙ୍ଗୀର(ସସ୍ମିତା ସାହୁ): ପେସା ଥିଲା ତାଙ୍କ ଦାଦାଗିରୀ । ଲୋକଙ୍କୁ ଧମକାଇବା, ଡରାଇ ବଟି ଅସୁଲ କରିବାରେ ସେ ଥିଲେ ମାହିର୍‌।  ଧମକ ଦେଇ ଟଙ୍କା କମାଉ କମାଉ କେତେବେଳେ ପ୍ରେମରେ ପଡିଗଲା ନିଜେ ବି ଜାଣି ପାରିଲାନି । ଆଉ ଏଇଲେ ସ୍ତ୍ରୀ ବି ପାଲଟି ଗଲେଣି ଶତ୍ରୁ। ଆଜ୍ଞା ହଁ, ଆମେ କହୁଛୁ ବଲାଙ୍ଗୀରର କୁଖ୍ୟାତ ଅପରାଧୀ ଟିମନ କୁମ୍ଭାର ଓରଫ୍‌ ଡନ୍‌ଙ୍କ କଥା ।  ଡନ୍‌ଙ୍କ କିର୍ତ୍ତୀ ଏ ଖଣ୍ଡମଣ୍ଡଳରେ ସମସ୍ତଙ୍କୁ ଜଣା […]

dr4

Rakesh Mallick
  • Published: Monday, 12 February 2018
  • , Updated: 12 February 2018, 09:19 PM IST

ବଲାଙ୍ଗୀର(ସସ୍ମିତା ସାହୁ): ପେସା ଥିଲା ତାଙ୍କ ଦାଦାଗିରୀ । ଲୋକଙ୍କୁ ଧମକାଇବା, ଡରାଇ ବଟି ଅସୁଲ କରିବାରେ ସେ ଥିଲେ ମାହିର୍‌।  ଧମକ ଦେଇ ଟଙ୍କା କମାଉ କମାଉ କେତେବେଳେ ପ୍ରେମରେ ପଡିଗଲା ନିଜେ ବି ଜାଣି ପାରିଲାନି । ଆଉ ଏଇଲେ ସ୍ତ୍ରୀ ବି ପାଲଟି ଗଲେଣି ଶତ୍ରୁ।

ଆଜ୍ଞା ହଁ, ଆମେ କହୁଛୁ ବଲାଙ୍ଗୀରର କୁଖ୍ୟାତ ଅପରାଧୀ ଟିମନ କୁମ୍ଭାର ଓରଫ୍‌ ଡନ୍‌ଙ୍କ କଥା ।  ଡନ୍‌ଙ୍କ କିର୍ତ୍ତୀ ଏ ଖଣ୍ଡମଣ୍ଡଳରେ ସମସ୍ତଙ୍କୁ ଜଣା ଥିଲେ ବି ସେ ଏମିତି ପକ୍କା ପ୍ରେମ କରିପାରନ୍ତି ସେ କଥା କେହି ଜାଣି ନ ଥିଲେ। ଡନ୍‌ଙ୍କ ପତ୍ନୀ ଥାନାରେ ଅଭିଯୋଗ କରିବା ପରେ ଡନ୍‌ଙ୍କ ପ୍ରେମିକ ପଣିଆ ଏବେ ପଦାରେ ପଡିଛି।

କାଥାଟି ହେଉଛି ଏମିତି। ପୁନମ କୁମ୍ଭାରଙ୍କୁ ବିବାହ କରିଛନ୍ତି ଟିମନ୍‌। ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । କିନ୍ତୁ ଜଣେ ଝିଅର ପ୍ରେମ ଜାଲରେ ପଡି, ଟିମନ ଏବେ ନିଜ ସ୍ତ୍ରୀଙ୍କୁ ମାରିବାକୁ ଉଦ୍ୟମ କରୁଛନ୍ତି। ଯାହା ଫଳରେ  ବଲାଙ୍ଗିର ଟାଉନ ଥାନାରେ ସ୍ୱାମୀଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ପୁନମ୍‌।

ଗତ କିଛି ମାସ ତଲେ ଟିମନ୍‌ ଜଣେ ଝିଅ ସହିତ କଥାବାର୍ତ୍ତା ହେବା ସହିତ ବୁଲାବୁଲି କରୁଥିଲେ। ଶେଷରେ ସେ ଝିଅକୁ ଲର୍କିପାଲି ଘରକୁ ଆଣି ସ୍ତ୍ରୀ ଭାବରେ ରଖିବାକୁ କହିଥିଲେ।  ପୁନମ୍‌ ଏହାକୁ ବିରୋଧ କରିବାରୁ  ଟିମନ ଓ ତାଙ୍କ ପ୍ରେମିକା ମିଶି ପୁନମ୍‌କୁ ମାରପିଟ କରିବା ସହିତ ଜୀବନରେ ମାରିଦେବା ପାଇଁ ଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ,, ଡନ ଟିମନ୍‌  ସରକାରୀ ଜମି ହଡପ କରି ଲୋକଙ୍କୁ ବିକ୍ରି କରୁଥିଲେ,  ବେସରକାରୀ ଜମିକୁ ଜବରଦଖଲ କରି, ବଟି ଅଦାୟ କରିବା ଥିଲା ତାଙ୍କର ପେସା। ଟେଣ୍ଡର ଫିକ୍ସିଂରେ ବେସ୍‌ ମାହିର ଡନ୍‌ ସରକାରୀ ରାସ୍ତାକୁ ବନ୍ଦ କରି ରାଜକୀୟ ପ୍ରାସାଦ ନିର୍ମାଣ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଟିମନ୍‌ କୁମ୍ଭାରଙ୍କ ଏହି ବେଆଇନ୍‌ କାରବାରରେ ନାକେଦମ ହୋଇ ବଲାଙ୍ଗିର ପୋଲିସ ଗତ ଦୁଇବର୍ଷ   ତଳେ  ଗୋଟିଏ ପରେ ଗୋଟିଏ ଘରକୁ ଭାଙ୍ଗି ସରକାରୀ ଜମିରୁ ଦଖଲ ମୁକ୍ତ କରିଥିଲା। ଆଉ ଏବେ ନୂଆ ଅଡୁଆରେ ଛନ୍ଦି ହୋଇପଡିଥିବା ଡନ୍‌ଙ୍କୁ ଧରିବାକୁ  ପୋଲିସ ଗଠନ କରିଛି ସ୍ୱତନ୍ତ୍ର ଟିମ୍‌।

Related story