କଟକ-ଭୁବନେଶ୍ୱରରେ ବଦଳିବ ଡ୍ରାଇଭିଂ ତରିକା, କେନ୍ଦ୍ରକୁ ପ୍ରସ୍ତାବ ଦେଲେ ଟ୍ରାଫିକ ଡିସିପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ଭୁବନେଶ୍ୱର ମଧ୍ୟରେ ଲେନ୍‌ ଡ୍ରାଇଭିଂ ପାଇଁ ପ୍ରସ୍ତାବ ରହିଛି। ଗୃହ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି ଏହି ପ୍ରସ୍ତାବ ଦେଇଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ। ସେ କହିଛନ୍ତି, NH ୧୬ର ଉଭୟ ପଟେ ତିନିଟି ଲେଖାଏଁ ଲେନ୍ ଅଛି। ତେଣୁ ଲେନ୍ ଡ୍ରାଇଭିଂର ବ୍ୟବସ୍ଥା କରାଯିବା ଉଚିତ।  ଲେନ୍ ଡ୍ରାଇଭିଂ ଦ୍ୱାରା ତିନିଟି ଲାଭ ହେବ। ଯାତ୍ରାର ସମୟ କମିବ, ଗାଡ଼ିର ଗତି ବଢ଼ିବ ଓ ଦୁର୍ଘଟଣା କମିବ। ବିଶେଷ […]

sagarika-natha

sagarika-natha

Manoranjan Sial
  • Published: Monday, 06 July 2020
  • Updated: 06 July 2020, 07:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ଭୁବନେଶ୍ୱର ମଧ୍ୟରେ ଲେନ୍‌ ଡ୍ରାଇଭିଂ ପାଇଁ ପ୍ରସ୍ତାବ ରହିଛି। ଗୃହ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି ଏହି ପ୍ରସ୍ତାବ ଦେଇଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ। ସେ କହିଛନ୍ତି, NH ୧୬ର ଉଭୟ ପଟେ ତିନିଟି ଲେଖାଏଁ ଲେନ୍ ଅଛି। ତେଣୁ ଲେନ୍ ଡ୍ରାଇଭିଂର ବ୍ୟବସ୍ଥା କରାଯିବା ଉଚିତ।  ଲେନ୍ ଡ୍ରାଇଭିଂ ଦ୍ୱାରା ତିନିଟି ଲାଭ ହେବ। ଯାତ୍ରାର ସମୟ କମିବ, ଗାଡ଼ିର ଗତି ବଢ଼ିବ ଓ ଦୁର୍ଘଟଣା କମିବ। ବିଶେଷ କରି ଓଭର ଟେକିଂ ସମୟରେ ଦୁର୍ଘଟଣା ହେଉଥିବାରୁ ଲେନ୍‌ ଡ୍ରାଇଭିଂରେ ଏହି ସମସ୍ୟା କମିବ।

ସବୁଠୁ ଦ୍ରୁତ ଗତିରେ ଯାଉଥିବା ଗାଡ଼ି ସଂପୂର୍ଣ୍ଣ ଡାହାଣ ପଟେ, ତା’ଠାରୁ କମ୍ ଗତିର ମଝିରେ ଓ ସବୁଠୁ ଧିରେ ଯାଉଥିବା ଗାଡ଼ି ସଂପୂର୍ଣ୍ଣ ଭାବେ ଡାହାଣ ପଟେ ଗତି କରିବ। ଭୁବନେଶ୍ୱର ଓ କଟକ ମଧ୍ୟରେ ଲେନ ଡ୍ରାଇଭିଂ ସଫଳ ହେଲେ ଅନ୍ୟ ରାସ୍ତାରେ ମଧ୍ୟ ଏହାକୁ ପ୍ରୟୋଗ କରାଯାଇପାରେ ବୋଲି ଟ୍ରାଫିକ୍‌ ଡିସିପି ସାଗରିକା ନାଥ ପ୍ରସ୍ତାବ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos