Advertisment

ବିଜେଡି ନେତାଙ୍କ ଆଶ୍ଚର୍ଯ୍ୟଜନକ ଟ୍ୟାଲେଣ୍ଟ ! ଟୁଇଟରାଟି ଆଚମ୍ବିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବାକୁ ଯାଇ ଦଳୀୟ ନେତାମାନେ ଯାହା ଟୁଇଟ୍‌ କରିଛନ୍ତି ତାକୁ ନେଇ ସୋଶାଲ ମିଡିଆରେ ସରଗରମ ଚର୍ଚ୍ଚା। ଉଭୟ ଇଂରାଜୀ ଏବଂ ଓଡ଼ିଆରେ ଯେଉଁ ଦୁଇ ଧାଡ଼ି ଲେଖାଯାଇ ଟ୍ୱିଟ୍‌ କରାଯାଇଛି ତାହା ପ୍ରାୟତଃ ସମସ୍ତଙ୍କର ସମାନ। ଶବ୍ଦକୁ ଶବ୍ଦ ମିଶି ଯାଉଛି । ବାକ୍ୟରେ ବି ଫରକ ନାହିଁ। ଏମିତି କି କମା ଏବଂ ଫୁଲଷ୍ଟପରେ ମଧ୍ୟ ଏପଟ ସେପଟ ନାହିଁ। ପ୍ରାୟତଃ ସବୁ ଦଳୀୟ ବିଧାୟକ […]

author-image
Tapas Behera
ଅଦ୍ୟତନ ହୋଇଛି
ବିଜେଡି ନେତାଙ୍କ ଆଶ୍ଚର୍ଯ୍ୟଜନକ ଟ୍ୟାଲେଣ୍ଟ ! ଟୁଇଟରାଟି ଆଚମ୍ବିତ

7650

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବାକୁ ଯାଇ ଦଳୀୟ ନେତାମାନେ ଯାହା ଟୁଇଟ୍‌ କରିଛନ୍ତି ତାକୁ ନେଇ ସୋଶାଲ ମିଡିଆରେ ସରଗରମ ଚର୍ଚ୍ଚା। ଉଭୟ ଇଂରାଜୀ ଏବଂ ଓଡ଼ିଆରେ ଯେଉଁ ଦୁଇ ଧାଡ଼ି ଲେଖାଯାଇ ଟ୍ୱିଟ୍‌ କରାଯାଇଛି ତାହା ପ୍ରାୟତଃ ସମସ୍ତଙ୍କର ସମାନ। ଶବ୍ଦକୁ ଶବ୍ଦ ମିଶି ଯାଉଛି । ବାକ୍ୟରେ ବି ଫରକ ନାହିଁ। ଏମିତି କି କମା ଏବଂ ଫୁଲଷ୍ଟପରେ ମଧ୍ୟ ଏପଟ ସେପଟ ନାହିଁ। ପ୍ରାୟତଃ ସବୁ ଦଳୀୟ ବିଧାୟକ ଓ ମନ୍ତ୍ରୀମାନଙ୍କର ଏହି ସମାନ୍‌ ଟୁଇଟକୁ ନେଇ କେହି କେହି ଏହାକୁ ଅପୂର୍ବ ସଂଯୋଗ କହି ଆଚମ୍ବିତ ହୋଇଛନ୍ତି। ଏକ ସଙ୍ଗେ ସମାନ ଭାବନା କି ଆଶ୍ଚର୍ଯ୍ୟଜନକ ସମ୍ପର୍କ ? ସତେ ଯେମିତି ଜଣେ କେହି ପରିଚାଳନା କରୁଛି ସମସ୍ତଙ୍କର ଟୁଇଟ୍‌।

Advertisment

https://twitter.com/heitibhaina/status/1343894551409221633?s=20

ପୁଣି କେହି କେହି କପିପେଷ୍ଟ କହି ସେମାନଙ୍କ ଟ୍ୟାଲେଣ୍ଟ ଉପରେ ପ୍ରଶ୍ନ ଉଠାଇଛନ୍ତି। ନିନ୍ଦୁକମାନଙ୍କ କହିବା କଥା ହେଉଛି କ’ଣ ପଦୁଟିଏ ଲେଖିବାକୁ ମନରୁ ଆସୁନି। ସଭିଙ୍କର ସମାନ। କପି ପାଇଁ ଆଗରୁ କେବଳ ସିନେମା ଇଣ୍ଡଷ୍ଟ୍ରି ହିଁ ବଦନାମ ହେଉଥିଲା। ଏବେ କପିପେଷ୍ଟ ସାଧାରଣ ଧାରା ହୋଇଗଲାଣି। କିଛି ଫରକ ପଡ଼ୁନି। ଖବର ମିଳିଛି ଉକ୍ତ କୃତଜ୍ଞତାର ସେଇ ଦୁଇ ଧାଡ଼ି ଉପରମହଲରୁ ଲେଖାଯାଇ ସମସ୍ତ ଦଳୀୟ ନେତାଙ୍କୁ ବାଣ୍ଟି ଦିଆଯାଇଛି। ସେମାନଙ୍କୁ କୁହାଯାଇଛି ତୁମେ କେବଳ ପୋଷ୍ଟ କରିବ।

publive-imageକଥାଟି ହେଉଛି ସରକାରୀ ହାଇସ୍କୁଲରେ ପଢ଼ିଲେ ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଇଁ ସଂରକ୍ଷଣ ସୁବିଧା ମିଳିବ। ଏଥିପାଇଁ ଏକ ସଂକଳ୍ପ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ଏହି ଯୋଜନାଟି ବେଶ ଉପାଦେୟ ଏବଂ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ କହି ବିଜେଡି ନେତାମାନେ ପ୍ରଚାର କରିବାରେ ଲାଗିପଡ଼ିଛନ୍ତି।

Advertisment

ଅଧିକ ପଢ଼ନ୍ତୁ : ଦୁର୍ଘଟଣାର ସମ୍ମୁଖୀନ ହେଲେ ମହମ୍ମଦ ଆଝାରୁଦ୍ଦିନ୍

BjD Naveen Patnaik Bjd Leader