‘କାଳିଆ’ ସଭା ପାଇଁ ରାସ୍ତାରେ ଅଟକିଲା ଆମ୍ୱୁଲାନ୍ସ!

ପୁରୀ (ଓଡ଼ିଶା ରିପୋର୍ଟର): ‘କାଳିଆ’ ପାଇଁ ଅଧାରାସ୍ତାରେ ବେପରୁଆ ଟ୍ରାଫିକ୍‌ ବ୍ୟବସ୍ଥା ଯୋଗୁ ଆଜି ଏକ ଆମ୍ୱୁଲାନ୍ସକୁ ଅଟକି ରହିଥିଲା। ପୁରୀ ଯାଇଥିବା ଜାତୀୟ ରାଜପଥର ମାଳତିପାଟପୁରଠାରେ ଦେଖିବାକୁ ମିଳିଥିଲା ଏମିତି ସ୍ଥିତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭା ପାଇଁ ଏନ୍‌ଏଚ୍‌ରେ ପ୍ରବଳ ଭିଡ଼ ଯୋଗୁ ସୃଷ୍ଟି ହୋଇଥିଲା ଏମିତି ପରିସ୍ଥିତି। ଆଜି ପୁରୀ ମାଳତିପାଟପୁରଠାରୁ ୨ରୁ ୩ କିମି ଦୂରରେ ମୁଖ୍ୟମନ୍ତ୍ରୀଙ୍କ ସଭା ହେଉଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ‘କାଳିଆ’ ଯୋଜନାର […]

AMBULANCE-DETAINED-ENROUTE-DUE-TO-CHAOTIC-TRAFFIC-DURING-KALIA-RALLY-IN-PURI

Manoranjan Sial
  • Published: Friday, 25 January 2019
  • , Updated: 25 January 2019, 05:54 PM IST

ପୁରୀ (ଓଡ଼ିଶା ରିପୋର୍ଟର): ‘କାଳିଆ’ ପାଇଁ ଅଧାରାସ୍ତାରେ ବେପରୁଆ ଟ୍ରାଫିକ୍‌ ବ୍ୟବସ୍ଥା ଯୋଗୁ ଆଜି ଏକ ଆମ୍ୱୁଲାନ୍ସକୁ ଅଟକି ରହିଥିଲା। ପୁରୀ ଯାଇଥିବା ଜାତୀୟ ରାଜପଥର ମାଳତିପାଟପୁରଠାରେ ଦେଖିବାକୁ ମିଳିଥିଲା ଏମିତି ସ୍ଥିତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭା ପାଇଁ ଏନ୍‌ଏଚ୍‌ରେ ପ୍ରବଳ ଭିଡ଼ ଯୋଗୁ ସୃଷ୍ଟି ହୋଇଥିଲା ଏମିତି ପରିସ୍ଥିତି।

ଆଜି ପୁରୀ ମାଳତିପାଟପୁରଠାରୁ ୨ରୁ ୩ କିମି ଦୂରରେ ମୁଖ୍ୟମନ୍ତ୍ରୀଙ୍କ ସଭା ହେଉଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ‘କାଳିଆ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ସମାବେଶରେ ମାଳ ମାଳ ନେତା ଓ କର୍ମୀଙ୍କ ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରାୟ ୧୫ ହଜାର ଚାଷୀ ସାମିଲ ହୋଇଥିଲେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼କଡ଼ି କରାଯାଇଥିଲା। ପୁଲିସ୍‌ଠାରୁ ଆରମ୍ଭ କରି ସମସ୍ତ ପ୍ରଶାସନିକ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ସଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

ନିର୍ଦ୍ଧାରିତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ସମାବେଶସ୍ଥଳରେ ପହଞ୍ଚିଥିଲା। ଠିକ୍‌ ସେତିକିବେଳେ ଏନ୍‌ଏଚ୍‌ର ମାଳତିପାଟପୁରଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ବେପରୁଆ ଟ୍ରାଫିକ୍‌ ପରିଚାଳନା ଯୋଗୁ ଗାଡ଼ିଗୁଡ଼ିକ ଦୀର୍ଘ ସମୟ ଧରି ରାସ୍ତାରେ ଛିଡ଼ା ହୋଇଥିଲା। ଏଥିରୁ ବର୍ତ୍ତି ନ ଥିଲା ରୋଗୀଙ୍କୁ ନେଇ ଯାଉଥିବା ୧୦୮ ଆମ୍ୱୁଲାନ୍ସ। ସାଇରନ୍‌ ବାଜୁଥିଲେ ମଧ୍ୟ ଆମ୍ୱୁଲାନ୍ସକୁ ଛାଡ଼ି ନ ଥିଲେ ଲୋକେ। କିଛି ସମୟ ପୁଲିସ ଅଧିକାରୀମାନେ ଆସି ଆମ୍ୱୁଲାନ୍ସକୁ ଯିବାକୁ ଦେଇଥିଲେ।

Related story