Advertisment

ଭୁବନେଶ୍ୱର ଆସୁଛନ୍ତି ଅମିତାଭ୍‌, ଆମୀର, ସଚିନ୍‌ ଆଉ ଏମାନେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ଠାରେ ହକି ମହାକୁମ୍ଭର ଉଦ୍‌ଘାଟନ ସରିଛି। ମାଧୁରୀ, ଶାହାରୁଖ୍‌ ଆଉ ସଲମାନ୍‌ଙ୍କ ଉପସ୍ଥିତି ଓଡ଼ିଶାବାସୀଙ୍କୁ ଆମୋଦିତ କରିଛି। ସେମାନଙ୍କ ନାଁରେ ଚର୍ଚ୍ଚା ଥମି ନ ଥିବା ବେଳେ ଏବେ ଉଦ୍‌ଯାପନୀ ଉତ୍ସବକୁ ନେଇ ଆରମ୍ଭ ହୋଇଗଲାଣି ନାନା କଥା। ଶୁଣିବାକୁ ମିଳୁଛି ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଆଉ କ୍ରିକେଟ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ଏହି ଉତ୍ସବକୁ ଆସୁଛନ୍ତି। ଖାଲି ଏଇ ଦୁଇ ଜଣ ନୁହଁନ୍ତି, ଆମୀର ଖାନ୍‌, ସାହିଦ କପୁର, ସୌରଭ […]

ଅଦ୍ୟତନ ହୋଇଛି
ଭୁବନେଶ୍ୱର ଆସୁଛନ୍ତି ଅମିତାଭ୍‌, ଆମୀର, ସଚିନ୍‌ ଆଉ ଏମାନେ

jj

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ଠାରେ ହକି ମହାକୁମ୍ଭର ଉଦ୍‌ଘାଟନ ସରିଛି। ମାଧୁରୀ, ଶାହାରୁଖ୍‌ ଆଉ ସଲମାନ୍‌ଙ୍କ ଉପସ୍ଥିତି ଓଡ଼ିଶାବାସୀଙ୍କୁ ଆମୋଦିତ କରିଛି। ସେମାନଙ୍କ ନାଁରେ ଚର୍ଚ୍ଚା ଥମି ନ ଥିବା ବେଳେ ଏବେ ଉଦ୍‌ଯାପନୀ ଉତ୍ସବକୁ ନେଇ ଆରମ୍ଭ ହୋଇଗଲାଣି ନାନା କଥା। ଶୁଣିବାକୁ ମିଳୁଛି ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଆଉ କ୍ରିକେଟ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ଏହି ଉତ୍ସବକୁ ଆସୁଛନ୍ତି। ଖାଲି ଏଇ ଦୁଇ ଜଣ ନୁହଁନ୍ତି, ଆମୀର ଖାନ୍‌, ସାହିଦ କପୁର, ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାଭିଡ୍‌ ମଧ୍ୟ ପୁରୁଷ ହକି ବିଶ୍ୱକପ୍‌ର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବାପାଇଁ ଭୁବନେଶ୍ୱର  ଆସୁଥିବା ଚର୍ଚ୍ଚା ଚାଲିଛି।

Advertisment

ମିଳିଥିବା ଖବର ମୁତାବକ, ଉପରୋକ୍ତ ସେଲିବ୍ରିଟିମାନଙ୍କୁ ଉଦ୍‌ଯାପନୀ ଉତ୍ସବରେ ଯୋଗଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି। ଅବଶ୍ୟ ଚିଠିର କୌଣସି ଉତ୍ତର ଆସିନାହିଁ। କିନ୍ତୁ ଏହି ସେଲିବ୍ରିଟିମାନଙ୍କ ଆସିବା ନେଇ ରାଜ୍ୟ ସରକାର ଆଶାବାଦୀ ଅଛନ୍ତି ବୋଲି ଖେଳ ବିଭାଗ ପକ୍ଷରୁ ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି।

ଆହୁରି ପଢ଼ନ୍ତୁ: ଭଡ଼ାରେ ଆସିଥିଲେ ‘ଭାଇଜାନ୍‌’, ଆଡଭାନ୍ସ ନେଇଥିଲେ ୧ କୋଟି ୮୯ ଲକ୍ଷ!

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe