Advertisment

ମହାନଦୀକୁ କେମିତି ଖସି ପଡ଼ିଲେ ପତ୍ନୀ, ପୂରା ଘଟଣା କହିଲେ ଅମ୍ଳାନ

କଟକ:(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତା  ଅମ୍ଳାନ ଦାସଙ୍କ ପତ୍ନୀ ମହାନଦୀରୁ ଉଦ୍ଧାର ହେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଅମ୍ଳାନ।  ସେ କହିଛନ୍ତି ଯେ, ମୁଁ ତାଙ୍କୁ ନିଜେ ଗାଡ଼ିରେ ନେଇ ବିସର୍ଜନ କରିବାକୁ ଯାଇଥିଲି। ପୋଲରେ ପୂଜା ସାମଗ୍ରୀ ବିସର୍ଜନ କରୁଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା।  ସେ ବିସର୍ଜନ କରୁଥିବା ବେଳେ ମୁଁ ଗାଡ଼ିରେ ବସି ଫୋନରେ କଥା ହେଉଥିଲି। ହଠାତ୍‌ ସେ ନଦୀକୁ ଖସି ପଡ଼ିଥିବା ମୁଁ ଦେଖିଛି। ଘଟଣା ସମ୍ପର୍କରେ ତତକ୍ଷଣାତ […]

ଅଦ୍ୟତନ ହୋଇଛି
ମହାନଦୀକୁ କେମିତି ଖସି ପଡ଼ିଲେ ପତ୍ନୀ, ପୂରା ଘଟଣା କହିଲେ ଅମ୍ଳାନ

650-1

Advertisment

କଟକ:(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତା  ଅମ୍ଳାନ ଦାସଙ୍କ ପତ୍ନୀ ମହାନଦୀରୁ ଉଦ୍ଧାର ହେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଅମ୍ଳାନ।  ସେ କହିଛନ୍ତି ଯେ, ମୁଁ ତାଙ୍କୁ ନିଜେ ଗାଡ଼ିରେ ନେଇ ବିସର୍ଜନ କରିବାକୁ ଯାଇଥିଲି। ପୋଲରେ ପୂଜା ସାମଗ୍ରୀ ବିସର୍ଜନ କରୁଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା।  ସେ ବିସର୍ଜନ କରୁଥିବା ବେଳେ ମୁଁ ଗାଡ଼ିରେ ବସି ଫୋନରେ କଥା ହେଉଥିଲି। ହଠାତ୍‌ ସେ ନଦୀକୁ ଖସି ପଡ଼ିଥିବା ମୁଁ ଦେଖିଛି। ଘଟଣା ସମ୍ପର୍କରେ ତତକ୍ଷଣାତ ପୁଲିସକୁ ଫୋନ କରାଯାଇଥିଲା। ପୁଲିସ ତାଙ୍କୁ ଉଦ୍ଧାର କରିଛି। ସୌଭାଗ୍ୟବଶତଃ ମୋ ସ୍ତ୍ରୀର କୌଣସି କ୍ଷତି ହୋଇ ନାହିଁ ବୋଲି ଅମ୍ଳାନ କହିଛନ୍ତି।

Advertisment

ତେବେ ଏହା ପଛରେ କୌଣସି ପାରିବାରିକ ବିବାଦ ଅଛି କି ବୋଲି ପଚରା ଯିବାରୁ ଅମ୍ଳାନ ମନା କରିଦେଇଥିଲେ। କହିଥିଲେ ଆମର ବର୍ଷେ ହେବ ବାହାଘର ହୋଇଛି। ଆମ ଭିତରେ କିଛି ମନାନ୍ତର ନାହିଁ ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ ଆଜି ମହାନଦୀରୁ ଅମ୍ଳାନଙ୍କ ପତ୍ନୀ ଭୂମିକାଙ୍କୁ ଉଦ୍ଧାର କରାଯାଇ ଥିଲା । ମଧୁସୂଦନ ସେତୁ ନିକଟରୁ ସ୍ଥାନୀୟ ଲୋକ ଓ ପୁଲିସ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ସିଡିଏ ଫେଜ୍-୨ ଥାନାରେ ଉଭୟ ଅମ୍ଳାନ ଓ ତାଙ୍କ ସ୍ତ୍ରୀ ପହଞ୍ଚି ଥିଲେ ।

ତେବେ ଏହା ଦୁର୍ଘଟଣା ନା ଅନ୍ୟ କିଛି କାରଣ ଯୋଗୁ ଏହି ଘଟଣା ଘଟିଛି ସେନେଇ ସନ୍ଦେହ ଉପୁଜିଥିଲା।  ଏହି ଘଟଣାରେ ପୁଲିସ ତଦନ୍ତ ଜାରି ରଖିଛି।

Advertisment

ମୁହଁ ଖୋଲିଲେ ଅଭିନେତା ଅମ୍ଳାନଙ୍କ ପତ୍ନୀ, କ’ଣ କହିଛନ୍ତି ଦେଖନ୍ତୁ

Odisha News Odia News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe