ଧୀରେ ଧୀରେ ବର୍ଷା ବଢ଼ିବ; ଆଜି ରାତିରୁ କାଲି ସନ୍ଧ୍ୟା ଯାଏଁ ଓଡ଼ିଶାରେ ରହିବ ପ୍ରଭାବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଅମ୍ଫାନ’ ପ୍ରଭାବରେ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଗଲାଣି। ଭୁବନେଶ୍ୱରରୁ ଚାନ୍ଦବାଲି ଯାଏ ବି ବର୍ଷା ଆରମ୍ଭ ହୋଇଯାଇଛି। ଧୀରେ ଧୀରେ ବର୍ଷା ବଢୁଥିବା ବେଳେ ଓଡ଼ିଶାରେ ଆଜି ରାତିରୁ ଆସନ୍ତାକାଲି ସନ୍ଧ୍ୟା ଯାଏ ପ୍ରଭାବ ଅଧିକ ରହିବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ତେଣୁ ଆଜି ରାତିରୁ କାଲି ସନ୍ଧ୍ୟା ଯାଏ ସତର୍କ ରହିବାକୁ ହେବ। ଶ୍ରୀ ମହାପାତ୍ର କହିଛନ୍ତି, ଜଗତସିଂହପୁର, କେନ୍ଦ୍ରାପଡ଼ା, […]

india1

india1

Jitendra Garnayak
  • Published: Tuesday, 19 May 2020
  • Updated: 19 May 2020, 02:24 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଅମ୍ଫାନ’ ପ୍ରଭାବରେ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଗଲାଣି।
ଭୁବନେଶ୍ୱରରୁ ଚାନ୍ଦବାଲି ଯାଏ ବି ବର୍ଷା ଆରମ୍ଭ ହୋଇଯାଇଛି। ଧୀରେ ଧୀରେ ବର୍ଷା ବଢୁଥିବା ବେଳେ ଓଡ଼ିଶାରେ ଆଜି ରାତିରୁ ଆସନ୍ତାକାଲି ସନ୍ଧ୍ୟା ଯାଏ ପ୍ରଭାବ ଅଧିକ ରହିବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ତେଣୁ ଆଜି ରାତିରୁ କାଲି ସନ୍ଧ୍ୟା ଯାଏ ସତର୍କ ରହିବାକୁ ହେବ।

ଶ୍ରୀ ମହାପାତ୍ର କହିଛନ୍ତି, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ବେଶୀ ପ୍ରଭାବ ରହିବ। ଦକ୍ଷିଣ ଓଡ଼ିଶାରେ ୪୫ରୁ ୫୫ କିମି ବେଗରେ ପବନ ବହୁଛି। କ୍ରମେ ଏହା ବଢ଼ିବ। ପବନ ବେଗ ବଢ଼ିବା ସହ କାଳକ୍ରମେ ଉତ୍ତର ଉପକୂଳକୁ ଗତି କରିବ। ଉତ୍ତର ଓଡ଼ିଶା ଉପକୂଳରେ ୧୦୦ କିମିରୁ ସର୍ବାଧିକ ୧୨୫ କିମି ବେଗରେ ପବନ ବହିପାରେ।

ସେ ଆହୁରି କହିଛନ୍ତି, ‘ଅମ୍ଫାନ’ ଏବେ ପାରାଦୀପ ଠାରୁ ୪୮୦ କିଲୋମିଟର ଦୂରରେ ରହିଛି। କାଲି ଅପରାହ୍ନରୁ ସଂଧ୍ୟା ମଧ୍ୟରେ ଏହା ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ। ଲ୍ୟାଣ୍ଡଫଲ୍ କଲା ବେଳେ ପବନ ବେଗ ୧୫୫ରୁ ୧୮୫ କିମି ରହିବ। ଏହା ଏବେ ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରୁଛି। ସ୍ଥଳଭାଗ ଛୁଇଁଲା ବେଳେ ବାତ୍ୟା ବ୍ୟାପକ କ୍ଷତି ଘଟାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos