ରାସ୍ତା ତଦାରଖ କରିବାକୁ ଦିଲ୍ଲୀରୁ ଆସିଥିଲେ, ରାସ୍ତାରେ ଚାଲିଗଲା ଜୀବନ

ଆନନ୍ଦପୁର (ମୁନା ସିଂହ): ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମିତ ରାସ୍ତାଗୁଡ଼ିକୁ ତଦାରଖ କରିବାକୁ ଦିଲ୍ଲୀରୁ ଆସିଥିଲେ। କିନ୍ତୁ ସଡ଼କ ଦୁର୍ଘଟଣାରେ ଚାଲିଗଲା ତାଙ୍କ ଜୀବନ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ଦରଖଲା ଛକରେ ଘଟିଛି ଏହି ଦୁର୍ଘଟଣା। ମୃତ ଅଧିକାରୀଙ୍କ ନାଁ ଗୁହାର ଚନ୍ଦ ପନୱାର। ସେ ଜଣେ ଜାତୀୟ ମାନ ନିର୍ଦ୍ଧାରଣ ଅଧିକାରୀ ଥିଲେ। ସେ କେନ୍ଦୁଝର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ଗୁଡ଼ିକର ତଦାରଖ କରିବାକୁ ଦିଲ୍ଲୀରୁ ଆସିଥିଲେ। […]

Dead Body

Jitendra Garnayak
  • Published: Thursday, 30 September 2021
  • , Updated: 30 September 2021, 12:58 PM IST

ଆନନ୍ଦପୁର (ମୁନା ସିଂହ): ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମିତ ରାସ୍ତାଗୁଡ଼ିକୁ ତଦାରଖ କରିବାକୁ ଦିଲ୍ଲୀରୁ ଆସିଥିଲେ। କିନ୍ତୁ ସଡ଼କ ଦୁର୍ଘଟଣାରେ ଚାଲିଗଲା ତାଙ୍କ ଜୀବନ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ଦରଖଲା ଛକରେ ଘଟିଛି ଏହି ଦୁର୍ଘଟଣା।

ମୃତ ଅଧିକାରୀଙ୍କ ନାଁ ଗୁହାର ଚନ୍ଦ ପନୱାର। ସେ ଜଣେ ଜାତୀୟ ମାନ ନିର୍ଦ୍ଧାରଣ ଅଧିକାରୀ ଥିଲେ। ସେ କେନ୍ଦୁଝର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ଗୁଡ଼ିକର ତଦାରଖ କରିବାକୁ ଦିଲ୍ଲୀରୁ ଆସିଥିଲେ।

ଗତକାଲି କାମ ଶେଷ କରି ସେ ଦିଲ୍ଲୀ ଫେରିଯିବା ପାଇଁ ବିଳମ୍ବିତ ରାତିରେ କାର୍ ଯୋଗେ ଭୁବନେଶ୍ୱର ଯାଉଥିଲେ। ତେବେ କାର୍‌ଟି ୨୦ ନମ୍ବର ଜାତୀୟ ରାଜପଥରେ ଦରଖଲା ଛକରେ ଭାରସାମ୍ୟ ହରାଇ ଏକ ଟ୍ରକ୍ ପଛରେ ପିଟି ହୋଇଯାଇଥିଲା।

ଆହତ ଗୁହାର ଚନ୍ଦ ପନୱାରଙ୍କୁ ପୁଲିସ୍ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣାରେ ଡ୍ରାଇଭରର କିଛି ହୋଇନାହିଁ। କେହି କେହି ଏହି ଦୁର୍ଘଟଣାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଓ ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ଦାବି କରିଛନ୍ତି। କାର୍ ଡ୍ରାଇଭର ସନ୍ତୋଷ କୁମାର ମହାନ୍ତି କହିଛନ୍ତି ଯେ ତାଙ୍କ ଆଖି ଲାଗି ଯାଇଥିଲା।

ସୂଚନାଯୋଗ୍ୟ, ଗୁହାର ଚନ୍ଦ ପନୱାର ପୂର୍ବରୁ ରାଜସ୍ଥାନରେ ପୂର୍ତ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ।

Related story