‘ଅନ୍ଧ୍ର ମାଛର ଯାଞ୍ଚ ହେବ’:  ଆସାମରେ ବ୍ୟାନ୍‌ ପରେ ପଶିଲା ଚେତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛରେ କ୍ୟାନସର ସୃଷ୍ଟିକାରୀ ରାସାୟନିକ ଦ୍ରବ୍ୟ ‘ଫର୍ମାଲିନ’ ମିଶା ଯାଉଥିବା ଅଭିଯୋଗ ଆସିବା ପରେ ପୂରା ଦେଶରେ କୋକୁଆ ଭୟ ସୃଷ୍ଟି ହୋଇଛି। ଆସାମରେ ଆନ୍ଧ୍ର ମାଛ ବ୍ୟାନ୍‌ ହେବା ପରେ ଓଡ଼ିଶା ସରକାରଙ୍କ ଚେତା ପଶିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ମଧ୍ୟ ଆନ୍ଧ୍ର ମାଛ ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ କରିଛନ୍ତି। ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମତ୍ସ୍ୟ ଓ ପଶୁ ସଂପଦ […]

fish

Rakesh Mallick
  • Published: Thursday, 12 July 2018
  • , Updated: 12 July 2018, 09:16 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛରେ କ୍ୟାନସର ସୃଷ୍ଟିକାରୀ ରାସାୟନିକ ଦ୍ରବ୍ୟ ‘ଫର୍ମାଲିନ’ ମିଶା ଯାଉଥିବା ଅଭିଯୋଗ ଆସିବା ପରେ ପୂରା ଦେଶରେ କୋକୁଆ ଭୟ ସୃଷ୍ଟି ହୋଇଛି। ଆସାମରେ ଆନ୍ଧ୍ର ମାଛ ବ୍ୟାନ୍‌ ହେବା ପରେ ଓଡ଼ିଶା ସରକାରଙ୍କ ଚେତା ପଶିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ମଧ୍ୟ ଆନ୍ଧ୍ର ମାଛ ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ କରିଛନ୍ତି। ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି।

ସେ କହିଛନ୍ତି, “ଆନ୍ଧ୍ର ମାଛରେ କ୍ୟାନ୍‌ସର ସୃଷ୍ଟିକାରୀ ଫର୍ମାଲିନ୍‌ ମିଶା ଯାଉଥିବା ଅଭିଯୋଗ ଆସିବା ପରେ ଏହାର ଯାଞ୍ଚ ଲାଗି ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବଜାରକୁ କି ପ୍ରକାର ମାଛ ଆସୁଛି, ସେଥିରେ ରାସାୟନିକ ମିଶା ଯାଇଛି କି ନାହିଁ, ତାର ଯାଞ୍ଚ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।”

ମାଛକୁ ଅଧିକ ଦିନ ତାଜା କରି ରଖିବାକୁ ସେଥିରେ ଫର୍ମାଲିନ୍‌ ପକା ଯାଉଥିବା ଅଭିଯୋଗ ଆସିଥିଲା। ଫର୍ମାଲିନ ଦ୍ୱାରା କ୍ୟାନସର ହେବାର ଆଶଙ୍କା ରହିଛି।

ମାଛରେ ଫର୍ମାଲିନ୍ ଓ ଆମୋନିଆ ଭଳି ରାସାୟନିକ ପଦାର୍ଥ ରହିଛି କି ନାହିଁ ତା’ର ଯାଞ୍ଚ ପାଇଁ ଏକ ନୂଆ କିଟ୍ ଉଦ୍ଭାବନ କରିଛି ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଫିସେରିଜ୍ ଟେକ୍ନୋଲୋଜି ବା ସିଆଇଏଫ୍‌ଟି। ଏକ ପେପର ଷ୍ଟ୍ରିପ୍ ଓ ସଲ୍ୟୁସନ ଓ କଲରକୋଡ୍ ଲେବଲ ମାଧ୍ୟମରେ ଏହି ଯାଞ୍ଚ କରାଯାଇପାରିବ। ମାତ୍ର ଦୁଇ ମିନିଟରେ ଏହି ପରୀକ୍ଷା କରି ହେବ ଏବଂ ଏହି କିଟ୍ ବହୁଳ ଉତ୍ପାଦନ ହେଲେ ପ୍ରତି ପରୀକ୍ଷା ଲାଗି ମାତ୍ର ୫ ଟଙ୍କା ଖର୍ଚ୍ଚ ପଡିବ। ବ୍ୟବସାୟିକ ଉତ୍ପାଦନ ଲାଗି ସିଆଇଏଫ୍‌ଟି, ମୁମ୍ବାଇର ଏକ ଫାର୍ମକୁ ଅର୍ଡର ଦେଇଥିବା ଜଣାପଡିଛି।

Related story