ପଛଘୁଞ୍ଚା ଦେଇଥିଲା, ପୁଣି ଧସେଇ ପଶିଲା ଆନ୍ଧ୍ର

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଗତ ୧୬ ତାରିଖରେ ଓଡ଼ିଶା ନେତା ଏବଂ ପ୍ରଶାସନର ଜୋରଦାର ବିରୋଧ ଯୋଗୁ ପଛଘୁଞ୍ଚା ଦେଇଥିବା ଆନ୍ଧ୍ର ପୁଣି ଧସେଇ ପଶିଛି କୋଟିଆ  ଗ୍ରାମପୁଞ୍ଚରେ । ବିଭିନ୍ନ ସ୍ଥାନରେ ଅନେକ ଗୁଡ଼ିଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଆନ୍ଧ୍ର ପକ୍ଷରୁ ପଟୁସିନେରୀ ପଞ୍ଚାୟତ ଗୃହ, ଆରୋଗ୍ୟ ଭବନ ଓ ଅଙ୍ଗନବାଡି କେନ୍ଦ୍ରର ଶୁଭ ଦିଆଯାଇଥିବାବେଳେ ଫଗୁଣସିନେରୀରେ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ଆରୋଗ୍ୟ କେନ୍ଦ୍ର ଓ କୃଷକ ଭରସା କେନ୍ଦ୍ର ଆଦିର ଭିତ୍ତିପ୍ରସ୍ତର […]

Kotiaa

Ranjit Kumar Jena
  • Published: Friday, 20 August 2021
  • , Updated: 20 August 2021, 09:04 AM IST

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଗତ ୧୬ ତାରିଖରେ ଓଡ଼ିଶା ନେତା ଏବଂ ପ୍ରଶାସନର ଜୋରଦାର ବିରୋଧ ଯୋଗୁ ପଛଘୁଞ୍ଚା ଦେଇଥିବା ଆନ୍ଧ୍ର ପୁଣି ଧସେଇ ପଶିଛି କୋଟିଆ  ଗ୍ରାମପୁଞ୍ଚରେ । ବିଭିନ୍ନ ସ୍ଥାନରେ ଅନେକ ଗୁଡ଼ିଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

ଆନ୍ଧ୍ର ପକ୍ଷରୁ ପଟୁସିନେରୀ ପଞ୍ଚାୟତ ଗୃହ, ଆରୋଗ୍ୟ ଭବନ ଓ ଅଙ୍ଗନବାଡି କେନ୍ଦ୍ରର ଶୁଭ ଦିଆଯାଇଥିବାବେଳେ ଫଗୁଣସିନେରୀରେ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ଆରୋଗ୍ୟ କେନ୍ଦ୍ର ଓ କୃଷକ ଭରସା କେନ୍ଦ୍ର ଆଦିର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । କେବଳ ଏତିକି ନୁହେଁ, କୋଟିଆ ପଂଚାୟତର କୋନାଦୋରା ଓ ସଲପଗୁଡାରେ ଅଙ୍ଗନବାଡି କେନ୍ଦ୍ର ପାଇଁ ବି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ୍ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ପି.କୁର୍ମନାଥ ଓ ବିଭିନ୍ନ ସରକାରୀ ଅଧିକାରୀ ।

କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ପ୍ରବେଶକୁ କଡା ବିରୋଧ କରିଛନ୍ତି  ତାରା ପ୍ରସାଦ ବାହିନୀ ପତି । ଚୋରଙ୍କ ଭଳି ଆସି ଯାଉଛନ୍ତି ଆନ୍ଧ୍ର ଅଧିକାରୀ । ଆନ୍ଧ୍ର ର  ଏଭଳି କାମକୁ ଆଗାମୀ ଦିନରେ  ଉଚିତ ଜବାବ ଦିଆଯିବ କହିଲେ ତାରା । କୋରାପୁଟ ଜିଲ୍ଲାର ସର୍ବସାଧାରଣ କୋଟିଆ ମାଟିର ସୁରକ୍ଷା ପାଇଁ ବଦ୍ଧପରିକର । ତାର ନିଦର୍ଶନ ଗତ ୧୬ ତାରିଖ ଦିନ କୋଟିଆରେ ଦେଖାଯାଇଛି । ଏଣିକି କୋଟିଆ ଲୋକଙ୍କ ଦ୍ୱାରା ହିଁ ଜବାବ ଦିଆଯିବ । ଯାହା ପରିସ୍ଥିତି ସୃଷ୍ଟିହେବ ସେଥିପାଇଁ ଆନ୍ଧ୍ର ଦାୟି ରହିବ ବୋଲି ସେ  ଆନ୍ଧ୍ରକୁ ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ,  ଗତ ୧୬ ତାରିଖରେ ଆନ୍ଧ୍ର ପ୍ରଶାସନ ଏହି ଭିତ୍ତିପ୍ରସ୍ତର ସ୍ଥାପନ ଲାଗି ଯୋଜନା କରିଥିଲା  । କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ଦଳର ନେତା ଏକଜୁଟ୍ ହୋଇ ଘୋର ବିରୋଧ କରିବାରୁ କାର୍ଯ୍ୟକ୍ରମ ବାତିଲ କରି ଫେରି ଯାଇଥିଲେ ଆନ୍ଧ୍ର ସାଲୁରର ବିଧାୟକ ଓ ସରକାରୀ ଅଧିକାରୀ  ।

ଓଡ଼ିଶା ମାଟି କଥା ଉଠିଲେ ସବୁ ଦଳ ଏକ ହୋଇ ଛିଡ଼ା ହେଉଛନ୍ତି। ହେଲେ ଆନ୍ଧ୍ର ସରକାର ସଚେତନ ନ ହେଲେ  ହେଲେ ଆନ୍ଧ୍ରର ବହୁ ଗାଁ, ପଞ୍ଚାୟତ ଓଡ଼ିଶାରେ ମିଶିଯିବ ବୋଲି କହିଛନ୍ତି ବିଜେଡି ନେତା ଈଶ୍ୱର ସୁନ୍ଦର ପାଣିଗ୍ରାହୀ

Related story