ଦାବି ପୂରଣ ପାଇଁ ଅହୋରାତ୍ର ଧାରଣାରେ ବସିଛନ୍ତି ଅଙ୍ଗନବାଡ଼ି କର୍ମୀ

Ordigital Desk
  • Published: Thursday, 28 September 2017
  • , Updated: 28 September 2017, 05:18 AM IST
<p>ଭୁବନେଶ୍ୱର: ଚାରିଆଡ଼େ ପାର୍ବଣର ମହକ। ଚାଲିଛି ଜଗଦ୍ ଜନନୀ ମା&rsquo; ଦୁର୍ଗାଙ୍କ ପୂଜାର୍ଚ୍ଚନା। ହେଲେ ଅଙ୍ଗନବାଡି କର୍ମୀମାନେ ନିଜ ଦାବି ପୂରଣ ପାଇଁ ବସିଛନ୍ତି ଅହୋରାତ୍ର ଧାରଣାରେ। ମାସିକ ୧୮ ହଜାର ଦରମା, ଅବସରକାଳୀନ ସୁବିଧା, ଚାକିରି କାଳରେ ମୃତ୍ୟୁ ଘଟିଲେ ଉପଯୁକ୍ତ କ୍ଷତିପୂରଣ ଓ ସମସ୍ତ ସରକାରୀ ସହାୟତା ପ୍ରଦାନ ଭଳି ବିଭିନ୍ନ ଦାବି କରିଛି ଅଲ୍&zwnj; ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ଓ୍ୱାର୍କର୍ସ ଆସୋସିଏସନ୍&zwnj;।</p> <p>ଗତ ୧୨ ତାରିଖରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବା ପରେ ୧୪ ତାରିଖରୁ ଲୋୟର ପିଏମଜିରେ ଅହୋରାତ୍ର ଧାରଣାରେ ବସିଛନ୍ତି ଶହ ଶହ କର୍ମୀ। ଗତ ମେ&rsquo; ମାସରେ ସରକାରଙ୍କ ସହିତ ଆଲୋଚନା ପରେ ସରକାର ୨ ମାସ ସମୟ ନେଇଥିଲେ।&nbsp; କିନ୍ତୁ ୩ ମାସ ବିତିଯାଇଥିଲେ ମଧ୍ୟ ଦାବି ପୂରଣ ନ ହେବାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛି ସଂଘ।&nbsp; ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ଜିଲ୍ଲାର ଅଙ୍ଗନବାଡ଼ି କର୍ମୀମାନେ ଧାରଣା ଦେଉଛନ୍ତି।</p>

Related story