ମହଙ୍ଗା ପଡ଼ିଲା ବିଧାୟକଙ୍କ ଦାଦାଗିରି: ଥାନାରେ ପଶିଲେ, ପିଟିଲେ

ଖୋର୍ଦ୍ଧା(ବଳରାମ ଲେଙ୍କା): ଥାନା ଭିତରେ ଉତ୍ତ୍ୟକ୍ତ ଲୋକଙ୍କ ହଙ୍ଗାମା ଚାଲିଲା ଆଉ ଅସହାୟ ପୁଲିସର ଲାଠି ଚାଳନା ମଧ୍ୟ କାମ ଦେଲା ନାହିଁ। ଏମିତି ଦୃଶ୍ୟ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାରେ ଆଜି ଦେଖିବାକୁ ମିଳିଛି। ଲୋକଙ୍କ ଏହି ରାଗ ବେଗୁନିଆର ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ବିରୋଧରେ ଥିଲା। ଲୋକଙ୍କ ରାଗ ପଞ୍ଚମକୁ ଉଠିବା ପରେ ହାତ ଟେକି ଦେଇଥିଲା ପୁଲିସ। ଗେଟ ବନ୍ଦ କରି ଉତ୍ତ୍ୟକ୍ତ ଲୋକଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲେ ଥାନା କର୍ମଚାରୀ। […]

prasanta-jagadev

Manoranjan Sial
  • Published: Wednesday, 23 January 2019
  • , Updated: 23 January 2019, 08:56 PM IST

ଖୋର୍ଦ୍ଧା(ବଳରାମ ଲେଙ୍କା): ଥାନା ଭିତରେ ଉତ୍ତ୍ୟକ୍ତ ଲୋକଙ୍କ ହଙ୍ଗାମା ଚାଲିଲା ଆଉ ଅସହାୟ ପୁଲିସର ଲାଠି ଚାଳନା ମଧ୍ୟ କାମ ଦେଲା ନାହିଁ। ଏମିତି ଦୃଶ୍ୟ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାରେ ଆଜି ଦେଖିବାକୁ ମିଳିଛି। ଲୋକଙ୍କ ଏହି ରାଗ ବେଗୁନିଆର ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ବିରୋଧରେ ଥିଲା। ଲୋକଙ୍କ ରାଗ ପଞ୍ଚମକୁ ଉଠିବା ପରେ ହାତ ଟେକି ଦେଇଥିଲା ପୁଲିସ। ଗେଟ ବନ୍ଦ କରି ଉତ୍ତ୍ୟକ୍ତ ଲୋକଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲେ ଥାନା କର୍ମଚାରୀ। ହେଲେ ଶହ ଶହ ଲୋକଙ୍କ ରୋଷ ଆଗରେ ଫେଲ୍‌ ମାରିଥିଲା ପୁଲିସର ବଳ। ଲୋକେ ଥାନା ଭିତରକୁ ଧସେଇ ପଶିଥିଲେ।

ଥାନାରେ ଭଙ୍ଗାରୁଜା ପରେ ମଧ୍ୟ ଶାନ୍ତ ପଡ଼ି ନଥିଲା ଜନତାର ରାଗ। ବିଧାୟକଙ୍କ ଗିରଫ ଦାବିରେ ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ ଉତ୍ତ୍ୟକ୍ତ ଲୋକେ। ବେଗୁନିଆର ପୂର୍ବତନ ସରପଞ୍ଚ ନବ କିଶୋର ସ୍ୱାଇଁଙ୍କୁ ସପ୍ତାହକ ତଳେ ସର୍ବ ସାଧାରଣରେ ଧମକାଇ ଥିଲେ ପ୍ରଶାନ୍ତ ଜଗଦ୍ଦେବ। ଏନେଇ ନବକିଶୋର ବେଗୁନିଆ ଥାନାରେ ଏତଲା ଦେଇଥିଲେ। ପୁଲିସ ଏତଲା ରଖିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ବାରମ୍ବାର ପୁଲିସକୁ କହି ନିରାଶ ହେବା ପରେ ଆଜି ଥାନା ଉପରେ ରାଗ ସୁଝାଇଛନ୍ତି ନବ କିଶୋରଙ୍କ ସମର୍ଥକ ଓ ସ୍ଥାନୀୟ ଲୋକେ।

ଖୋର୍ଦ୍ଧା ଏସ୍‌ପି ଦିପ୍ତୀ ରଞ୍ଜନ ରାୟ କହିଛନ୍ତି-“ଥାନା ଭିତରେ ଭଙ୍ଗାରୁଜା ଓ ଏଏସ୍‌ଆଇଙ୍କୁ ମାଡ଼ ମାରିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।”

ବିଧାୟକଙ୍କ ବିରୋଧରେ ଏହି ଗୋଟିଏ ଘଟଣା ନୁହେଁ। ପୂର୍ବରୁ ଲୋକଙ୍କୁ ମାଡ଼ ମାରିବା, ଧମକଚମକ ଦେବା ଓ ଗାଳିଗୁଲଜ କରିବା ଭଳି ଅଭିଯୋଗ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ରହିଛି। ସେହିପରି ମନମୁଣ୍ଡାରେ ବିଜେପି କର୍ମୀଙ୍କୁ ମାଡ଼, ଭୁବନେଶ୍ୱରରେ ଉଠା ଦୋକାନୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଦେବା ଭଳି ଅନେକ ଘଟଣାର ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା। ସରକାରୀ ଅଧିକାରୀ ବି ତାଙ୍କ ଦାଦାଗିରିରୁ ବର୍ତ୍ତି ନାହାନ୍ତି। ବୋଲଗଡ଼ ତଦସିଲଦାରଙ୍କୁ ମାଡ଼ ହେଉ କି ପୁରୀ ମନ୍ଦିରରେ ଏସପିଙ୍କୁ ଗାଳି, ସର୍ବସାଧାରଣ ସ୍ଥାନରେ ଅନେକ ବାର ତାଙ୍କ ଔଦ୍ଧତ୍ୟ ଦେଖିବାକୁ ମିଳିଛି। ତେବେ ଜନତା ଏଥର କିନ୍ତୁ ନଛୋଡ଼ବନ୍ଧା। ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ ହଟିବେନି ବୋଲି କହିଛନ୍ତି ବେଗୁନିଆ ବାସିନ୍ଦା।

Related story