ପାଲଲହଡ଼ା ଶିକ୍ଷୟିତ୍ରୀ ହତ୍ୟା ମାମଲା: ୨ ଗିରଫ

ପାଲଲହଡା: ବନ୍ଧାଭୂଇଁ ବାଳିକା ଉଚ୍ଚ ବିଦ୍ୟାଳୟ ଶିକ୍ଷୟିତ୍ରୀ ମୁନି ସଏ ହତ୍ୟାକାଣ୍ଡ ମାମଲାରେ ପୋଲିସ୍ ଆଜି ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଜମରଡ଼ିହ ଗାଁର ଜଗନ୍ନାଥ ଧୀବର ଓ ତପନ ପେଣ୍ଠୋଇ। ପୂର୍ବ ଶତ୍ରୁତାରୁ ସେମାନେ ମୁନୀ ସଏଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ଡିସେମ୍ବର ୧୩ ତାରିଖରେ ମୁନି ସଏ ନିଖୋଜ ହୋଇଥିଲେ। ବ୍ୟାଙ୍କରୁ ଟଙ୍କା ଉଠାଇ ଭାଇକୁ ଦେବା ପାଇଁ ସେ ସେଦିନ ସ୍କୁଲ୍‌ରୁ ଶୀଘ୍ର ଚାଲି ଆସିଥିଲେ। ତେବେ ସେ ଆଉ […]

teacher

Rakesh Mallick
  • Published: Thursday, 12 January 2017
  • , Updated: 12 January 2017, 11:59 AM IST

ପାଲଲହଡା: ବନ୍ଧାଭୂଇଁ ବାଳିକା ଉଚ୍ଚ ବିଦ୍ୟାଳୟ ଶିକ୍ଷୟିତ୍ରୀ ମୁନି ସଏ ହତ୍ୟାକାଣ୍ଡ ମାମଲାରେ ପୋଲିସ୍ ଆଜି ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଜମରଡ଼ିହ ଗାଁର ଜଗନ୍ନାଥ ଧୀବର ଓ ତପନ ପେଣ୍ଠୋଇ। ପୂର୍ବ ଶତ୍ରୁତାରୁ ସେମାନେ ମୁନୀ ସଏଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ।

ଡିସେମ୍ବର ୧୩ ତାରିଖରେ ମୁନି ସଏ ନିଖୋଜ ହୋଇଥିଲେ। ବ୍ୟାଙ୍କରୁ ଟଙ୍କା ଉଠାଇ ଭାଇକୁ ଦେବା ପାଇଁ ସେ ସେଦିନ ସ୍କୁଲ୍‌ରୁ ଶୀଘ୍ର ଚାଲି ଆସିଥିଲେ। ତେବେ ସେ ଆଉ ଘରକୁ ଫେରି ନ ଥିଲେ। ଡିସେମ୍ବର ୨୫ ତାରିଖରେ କଖାରୁଆ ନଦୀ କୂଳରୁ ମୁନିଙ୍କ ବ୍ୟବହୃତ ସ୍କୁଟି, ଜୋତା, ଶାଢ଼ି ଓ ଭ୍ୟାନିଟି ଉଦ୍ଧାର କରାଯାଇଥିଲା। ଡିସେମ୍ବର ୨୯ ତାରିଖରେ ଅଟନକା ଗାଁ ନିକଟ ନଦୀପଠାରେ ଥିବା ଏକ ଇଟାଗଦା ଭିତରୁ ମୁନିଙ୍କ ଉଲଗ୍ନ ମୃତଦେହକୁ ପୋଲିସ ଜବତ କରିଥିଲା।

ସୂଚନାଯୋଗ୍ୟ, ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ଧୀବରର ଭଉଣୀ ସହିତ ମୁନି ସଏର ଭଣଜାର ପ୍ରେମ ସଂପର୍କ ଥିଲା। ଏହାକୁ ଜଗନ୍ନାଥର ପରିବାର ଲୋକେ ବିରୋଧ କରିଥିଲେ। ଏହାକୁ ନେଇ ମୁନି ସଏଙ୍କ ସହ ସେମାନଙ୍କ ଝଗଡ଼ା ମଧ୍ୟ ହୋଇଥିଲା। ସେହିଦିନଠାରୁ ତାଙ୍କ ପ୍ରତି ଜଗନ୍ନାଥଙ୍କର ରାଗ ଥିଲା।

Related story