Advertisment

ଅଞ୍ଜନା ମିଶ୍ର ମାମଲାର ଦି ଏଣ୍ଡ କଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ପରିସମାପ୍ତି ଘଟାଇଲେ ହାଇକୋର୍ଟ। ରାଜ୍ୟ ସରକାର ଏବଂ ସିବିଆଇର ସତ୍ୟପାଠ ପରେ ପରିସମାପ୍ତି ହୋଇଛି। ମାମଲାର ସମସ୍ତ ଅଭିଯୁକ୍ତ ଗିରଫ ହୋଇସାରିଥିବା ସତ୍ୟପାଠ ଦାଖଲ ହୋଇଛି। ମାମଲାର ମୁଖ୍ୟ ଅଭିଯୁକ୍ତ ନିକଟରେ ଗିରଫ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ରହିଛି। ପୀଡ଼ିତା ଅଞ୍ଜନା ମିଶ୍ରଙ୍କ ପକ୍ଷରୁ ଦାୟର କରାଯାଇଥିଲା ମାମଲା। ତଦନ୍ତରେ ଶିଥିଳତା ଓ ଷଡ଼ଯନ୍ତ୍ର ଅଭିଯୋଗ କରି ମାମଲା କରିଥିଲେ। ସୂଚନା ଅନୁଯାୟୀ, ଅଞ୍ଜନା ମିଶ୍ର […]

author-image
Tapas Behera
ଅଦ୍ୟତନ ହୋଇଛି
ଅଞ୍ଜନା ମିଶ୍ର ମାମଲାର ଦି ଏଣ୍ଡ କଲେ ହାଇକୋର୍ଟ

tbn-1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ପରିସମାପ୍ତି ଘଟାଇଲେ ହାଇକୋର୍ଟ। ରାଜ୍ୟ ସରକାର ଏବଂ ସିବିଆଇର ସତ୍ୟପାଠ ପରେ ପରିସମାପ୍ତି ହୋଇଛି। ମାମଲାର ସମସ୍ତ ଅଭିଯୁକ୍ତ ଗିରଫ ହୋଇସାରିଥିବା ସତ୍ୟପାଠ ଦାଖଲ ହୋଇଛି। ମାମଲାର ମୁଖ୍ୟ ଅଭିଯୁକ୍ତ ନିକଟରେ ଗିରଫ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ରହିଛି। ପୀଡ଼ିତା ଅଞ୍ଜନା ମିଶ୍ରଙ୍କ ପକ୍ଷରୁ ଦାୟର କରାଯାଇଥିଲା ମାମଲା।

Advertisment

ତଦନ୍ତରେ ଶିଥିଳତା ଓ ଷଡ଼ଯନ୍ତ୍ର ଅଭିଯୋଗ କରି ମାମଲା କରିଥିଲେ। ସୂଚନା ଅନୁଯାୟୀ, ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି ହୋଇ ଥିଲା। ୧୯ ବର୍ଷ ପୂର୍ବରୁ ହାଇକୋର୍ଟରେ ହୋଇଥିବା ଏସମ୍ପର୍କିତ ଏକ ଆବେଦନର କୋର୍ଟ ଶୁଣାଣି କରିଥିଲେ ହାଇକୋର୍ଟ।  ମୁଖ୍ୟ ଅଭିଯୁକ୍ତ ବିବନକୁ ଗିରଫ କରିବାରେ ସିବିଆଇର ବିଫଳତା ଓ ତଦନ୍ତରେ ଶିଥିଳତାକୁ ଦୃଷ୍ଟିରେ ରଖଟ ପୀଡ଼ିତା ଅଞ୍ଜନା ମିଶ୍ର ନିଜେ ହାଇକୋର୍ଟରେ ଏହି ମାମଲା ଦାଏର କରିଥିଲେ । ୨୦୦୨ ମସିହା ଜୁନ୍ ରେ ହାଇକୋର୍ଟରେ ଏହି ମାମଲା ରୁଜୁ କରିଥିଲେ । ଏହି ଅଘଟଣରେ ଯେଉଁମାନେ ସଂପୃକ୍ତ ଏବଂ ଏହା ପଛରେ ଯେଉଁମାନେ ରହିଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ପ୍ରାର୍ଥନା କରିଥିଲେ  ।

ପରେ ୨୦୦୨ ଅଗଷ୍ଟ ୨୧ ତାରିଖରେ ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ପି.କେ. ବାଲସୁବ୍ରମଣ୍ୟମ୍ ଏବଂ ବିଚାରପତି ଜଷ୍ଟିସ ଏ.ଏସ୍ ନାଇଡୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିଲା ।  ବର୍ତ୍ତମାନ ବିବନ ଗିରଫ ହେବା ପରେଆଜି ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇ ଥିଲା। ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା।

Advertisment
Anjana Mishra Gang Rape Case